www.samajalive.in
Monday, December 8, 2025
27.1 C
Bhubaneswar

ଟୋକିଓରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଚମ୍ପିଆନ୍

ଟୋକିଓ : ଟୋକିଓରେ ଚାଲିଥିବା ୨୦୨୦ ଟୋକିଓ ଅଲିମ୍ପିକ୍‌ସ ଟେଷ୍ଟ ଇଭେଣ୍ଟ ହକି ଟୁର୍ଣ୍ଣାମେଣ୍ଟ​‌େ​‌ର ଭାରତକୁ ଡବଲ୍‌ ସଫଳତା ମିଳିଛି। ଭାରତର ଉଭୟ ପୁରୁଷ ଓ ମହିଳା ହକି ଦଳ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛନ୍ତି।

ବୁଧବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ୨-୧ ଗୋଲ୍‌ରେ ଆୟୋଜକ ଜାପାନକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍‌ ସ୍କୋର୍ କରିଥିବା ବେଳେ ଦ୍ବିତୀୟାର୍ଦ୍ଧରେ ଭାରତର ଲାଲ୍‌ରେମ୍‌ସିଆମି ବିଜୟସୂଚକ ୨ୟ ଗୋଲ୍‌ ଦେଇଥିଲେ। ଲିଗ୍ ପର୍ଯ୍ୟାୟରେ ଜାପାନକୁ ପରାସ୍ତ କରିଥିବା ଭାରତ ଅଧିକ ଆତ୍ମବିଶ୍ବାସର ସହ ଫାଇନାଲ​‌ ମ୍ୟାଚ୍‌ରେ ଓହ୍ଲାଇଥିଲା। ପ୍ରଥମ କ୍ବାର୍ଟର ବେଶ୍‌ ସଂଘର୍ଷପୂର୍ଣ୍ଣ ଓ ଉପଭୋଗ୍ୟ ହୋଇଥିଲା ଏବଂ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ବିଶ୍ବର ୧୦ନଂ ଦଳ ଭାରତ ୧୧ଶ ମିନିଟରେ ପ୍ରଥମ ଗୋଲ୍‌ ଦେଇଥିଲା। ସୁସଂଗଠିତ ଆକ୍ରମଣରୁ ବଲ୍‌ ପାଇ ନବଜୋତ୍ କୌର ଜାପାନ ଗୋଲ୍‌ରକ୍ଷକଙ୍କୁ ପରାସ୍ତ କରିଥିଲେ। ତେବେ ପରବର୍ତ୍ତୀ ମିନିଟରେ ଜାପାନ ଗୋଲ୍ ସୁଝାଇ ପାରିଥିଲା। ଘରୋଇ ଦଳର ମିନାମୀ ସିମିଜୁ ଏହି ଗୋଲ୍‌ଟି ଦେଇଥିଲେ। ୨ୟ କ୍ବାର୍ଟରରେ ଭାରତର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ଦୁଇ ଷ୍ଟ୍ରାଇକର ବନ୍ଦନା କାଟାରିୟା ଓ ନଜଜୋତ୍ କୌର ଗୋଲ୍‌ଦେବାର ସୁଯୋଗ ସୃଷ୍ଟି କରିଥିଲେ ହେଁ ଏଥିରେ ସଫଳ ହୋଇ ପାରିନଥିଲେ। ଫଳରେ ମଧ୍ୟାନ୍ତର ସୁଦ୍ଧା ସ୍କୋର୍ ୧-୧ ରହିଥିଲା। ତେବେ ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ଭାରତୀୟ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ଫଳରେ ୩୩ ମିିନିଟରେ ଭାରତକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଡ୍ରାଗ୍‌ଫ୍ଲିକ୍‌ ବିଶେଷଜ୍ଞ ଗୁରଜିତ କୌର ସଟ୍ ମାରିଥିଲେ ହେଁ ବଲ୍‌କୁ ଜାପାନ ଗୋଲ୍‌ରକ୍ଷକ ମେଗୁମି କାଗେୟାମା ରୋକି ଦେଇଥିଲେ। ବଲ୍ ପହଞ୍ଚିଥିଲା ଭାରତୀୟ ଖେଳାଳି ଲାଲ୍‌ରେମ୍‌ସିଆମିଙ୍କ ପାଖରେ; ଯାହାକୁ ସେ ଗୋଲ୍‌ ମଧ୍ୟକୁ ପଠାଇ ଦେଇଥିଲେ। ୪୫ ମିନିଟରେ ଭାରତକୁ ଆଉ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲେ ହେଁ ଗୋଲ୍ ଦେଇ ପାରିନଥିଲା। ଅନ୍ତିମ କ୍ବାର୍ଟରରେ ଜାପାନ ଗୋଲ୍‌ ସୁଝାଇବା ପାଇଁ ପ୍ରାଣପଣେ ଉଦ୍ୟମ କରିଥିଲା। ଭାରତର ଏକ ପ୍ରୟାସକୁ ଜାପାନ ଗୋଲ୍‌ରକ୍ଷକ ବଞ୍ଚାଇବା ପରେ ଶେଷ କେଇ ମିନିଟର ମୁକାବିଲା ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଜାପାନ କ୍ରମାଗତ ୨ଟି ପେନାଲ୍‌ଟି କର୍ଣ୍ଣର ପାଇଥିଲେ ହେଁ ଭାରତୀୟ ଗୋଲ୍‌ରକ୍ଷକ ସବିତା ଉଭୟ ପ୍ରୟାସକୁ ପଣ୍ଡ କରି ଦେଇଥିଲେ।

- Advertisement -

ଫାଇନାଲରେ ଭାରତୀୟ ପୁୁରୁଷ ଦଳ ପ୍ରାଧାନ୍ୟ ବିସ୍ତାରକରି ଖେଳିବା ସହ ନ୍ୟୁଜିଲାଣ୍ଡକୁ ୫-୦ ଗୋଲ୍‌ରେ ପରାସ୍ତ କରିଛି। ସୂଚନାଥାଉକି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ରାଉଣ୍ଡ ରବିନ୍‌ ଲିଗ୍‌ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ଦଳ ଭାରତକୁ ୨-୧ ଗୋଲ୍‌ରେ ପରାସ୍ତ କରିଥିବା ବେଳେ ବୁଧବାର ଫାଇନାଲରେ ଭାରତୀୟ ଦଳ ସେହି ପରାଜୟର ପ୍ରତିଶୋଧ ନେଇଛି।

ଫାଇନାଲ ମ୍ୟାଚ୍‌ରେ ଭାରତ ତରଫରୁ ଅଧିନାୟକ ହରମନ୍‌ପ୍ରୀତ ୭, ସମଶେର୍‌ ସିଂହ ୧୮, ନୀଳକାନ୍ତ ଶର୍ମା ୨୨, ଗୁରସାହିବଜିତ୍‌ ସିଂହ ୨୬ ଓ ମନଦୀପ୍‌ ସିଂହ ୨୭ ମିନିଟ୍‌ରେ ଗୋଲ୍‌ ସ୍କୋର କରିଥିଲେ। ଫାଇନାଲ ମ୍ୟାଚ୍‌ର ମୂଳରୁ ଭାରତୀୟ ଦଳ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲା। ଦଳକୁ ଖେଳର କିଛି ସମୟ ମଧ୍ୟ​‌େ​‌​‌ର ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଭାରତୀୟ ଖେଳାଳିମାନେ ଏହାକୁ ଗୋଲ୍‌ରେ ପରିଣତ କରିବାରେ ବିଫଳ ହୋଇଥିଲେ। ୭ ମିନିଟ୍‌ରେ ଭାରତକୁ ଆଉ ଗୋଟିଏ ପେନାଲ୍‌ଟି କର୍ଣ୍ଣର ମିଳିଥିବା ବେଳେ ଅଧିନାୟକ ହରମନପ୍ରୀତ ଏହାକୁ ଗୋଲ୍‌ରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରାଇ ପାରିଥିଲେ। ପ୍ରଥମ କ୍ବାର୍ଟର ଶେଷ ସୁଦ୍ଧା ଭାରତୀୟ ଦଳ ୧-୦ରେ ଆଗୁଆ ରହିଥିଲା। ୧୮ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ସମଶେର୍‌ ସିଂହ ଗୋଲ୍‌ରେ ପରିଣତ କରି ଦଳକୁ ୨-୦ରେ ଆଗୁଆ କରାଇ ପାରିଥିଲେ। ୨୨ ମିନିଟ୍‌ରେ ଭାରତର ନୀଳକାନ୍ତ ଶର୍ମା ଫିଲଡ୍‌ ଗୋଲ୍‌ ଦେଇ ଦଳକୁ ୩-୦ରେ ଆଗୁଆ କରାଇପାରିଥିଲେ। ୨୭ ମିନିଟ୍‌ରେ ବିବେକ ପ୍ରସାଦଙ୍କଠାରୁ ପାସ୍‌ ପାଇ ଗୁରସାହିବଜିତ୍‌ ସିଂହ ଦଳ ତରଫରୁ ୪ର୍ଥ ଗୋଲ୍‌ ସ୍କୋର କରିଥିବା ବେଳେ ୨୭ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ମନଦୀପ ଗୋଲ୍‌ରେ ପରିଣତ କରି ଦଳକୁ ୫-୦ରେ ଆଗୁଆ କରାଇ ପାରିଥିଲେ। ଫାଇନାଲ ମ୍ୟାଚ୍‌ର ଖେଳର ଶେଷଭାଗରେ ନ୍ୟୁଜିଲାଣ୍ଡ ଦଳ ଗୋଲ୍‌ କରିବାକୁ ପ୍ରୟାସ କରିଥିଲେ ମଧ୍ୟ ଭାରତୀୟ ରକ୍ଷଣଭାଗ ଖେଳାଳି ସେମାନଙ୍କ ସମସ୍ତ ଯୋଜନାକୁ ପଣ୍ଡ କରି ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ତା’ର କିଛି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇ କିଛି ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଟାଇଟଲ ଜିତିବା ଆଗାମୀ ଟୁର୍ଣ୍ଣାମେଣ୍ଟ ଲାଗି ଦଳକୁ ଉତ୍ସାହିତ କରିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories