www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତୀୟ କ୍ରିକେଟ୍‌ର ପ୍ରାୟୋଜକ ରହିଲା ପେଟିଏମ୍‌ : ୫ ବର୍ଷରେ ବିସିସିଆଇକୁ ଦେବ ୩୨୬.୮ କୋଟି

ନୂଆଦିଲ୍ଲୀ : ଅାସନ୍ତା ୫ ବର୍ଷ ଲାଗି ଭାରତରେ ଖେଳାଯିବାକୁ ଥିବା ସମସ୍ତ ଆନ୍ତର୍ଜାତିକ ଓ ଘରୋଇ କ୍ରିକେଟ ମ୍ୟାଚ୍‌ର ପ୍ରାୟୋଜନ ଅଧିକାର ବଜାୟ ରଖିଛି ପେଟିଏମ୍‌। ବୁଧବାର ଭାରତୀୟ କ୍ରିକେଟ କ​‌େ​‌ଣ୍ଟ୍ରାଲ ବୋର୍ଡ (ବିସିସିଆଇ) ଘୋଷଣା କରିଛି ଯେ ମୋବାଇଲ ଅର୍ଥ ଦେଣନେଣ ତଥା ଇ-ବାଣିଜ୍ୟ କମ୍ପାନୀ ୱାନ୍ ୯୭ କମ୍ୟୁନିକେସନ୍‌ସ ପ୍ରାଇଭେଟ୍ ଲିମିଟେଡ୍‌; ଯାହା ଭାରତରେ ପେଟିଏମ୍ ନାମରେ କାମ କରିଥାଏ; ତାହା ସହ ବିସିସିଆଇ ଆସନ୍ତା ୫ ବର୍ଷ ଲାଗି ସାନି ଚୁକ୍ତିକରିଛି। ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ୫ ବର୍ଷ ଲାଗି ବିସିସିଆଇକୁ ୩୨୬.୮୦ କୋଟି ଟଙ୍କା ପେଟିଏମ୍ ପ୍ରଦାନ କରିବ।

ସୂଚନାଯୋଗ୍ୟ; ୨୦୧୫ରେ ପେଟିଏମ୍ ୪ ବର୍ଷ ଲାଗି ଭାରତୀୟ କ୍ରିକେଟ୍‌ର ପ୍ରାୟୋଜନ ଅଧିକାର ପାଇଥିଲା। ଏଥିପାଇଁ ବିସିସିଆଇକୁ ୨୦୩.୨୮ କୋଟି ଟଙ୍କା ପେଟିଏମ୍ ପ୍ରଦାନ କରିଥିଲା। ଫଳରେ ଭାରତରେ ଆୟୋଜିତ ସମସ୍ତ ଦ୍ବିପାକ୍ଷିକ ଟେଷ୍ଟ, ଦିନିକିଆ ଓ ଟ୍ବେଣ୍ଟି୨୦ ସିରିଜ୍‌ ପେଟିଏମ୍ ସିରିଜ୍ ନାମରେ ନାମିତ ହୋଇଥିଲା। ପୁଣି ରଣଜୀ, ଦୁଲୀପ, ବିଜୟ ହଜାରେ, ସୟଦ୍ ମୁସ୍ତାକ୍ ଅଲୀ ପରି ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନାମ ସହ ପେଟିଏମ୍‌ ଯୋଡ଼ି ହୋଇ ଯାଇଥିଲା। ଗତ ଥର ଅପେକ୍ଷା ଏଥର ପେଟିଏମ୍‌ ୫୮ ପ୍ରତିଶତ ଅଧିକ ଅର୍ଥ ଦେବାକୁ ଚୁକ୍ତିକରିିଛି। ବିସିସିିଆଇର ସିଇଓ ରାହୁଲ ଜୋହ୍‌ରି ଓ ପେଟିଏମ୍‌ର ପ୍ରତିଷ୍ଠାତା ବିଜୟ ଶଙ୍କର ଶର୍ମାଙ୍କ ମଧ୍ୟରେ ଏହି ଚୁକ୍ତି ବୁଧବାର ସ୍ବାକ୍ଷର ହୋଇଛି। ଗତ ୪ ବର୍ଷରେ ପ୍ରତି ମ୍ୟାଚ୍ ପ୍ରତି ପେଟିଏମ୍‌କୁ ହାରାହାରି ୨.୪ କୋଟି ଟଙ୍କା ବିସିସିଆଇକୁ ଦେବାକୁ ପଡ଼ୁଥିଲା। ହେଲେ ଏଥର ପ୍ରତି ମ୍ୟାଚ୍ (ଆନ୍ତର୍ଜାତିକ ହେଉ ବା ଘରୋଇ) ପ୍ରତି ପେଟିଏମ୍‌କୁ ହାରାହାରି ୩.୮୦ କୋଟି ଟଙ୍କା ଦେବାକୁ ପଡ଼ିବ। ସେପ୍ଟେମ୍ବର ୧୫ରୁ ବିସିସିଆଇ ସହ ପେଟିଏମ୍‌ର ୫ ବର୍ଷର ଚୁକ୍ତି ଆରମ୍ଭହେବ। ସୂଚନାଯୋଗ୍ୟ; ଗତମାସରେ ଓପ୍ପୋ ସ୍ଥାନରେ ବାଇଜୁସ୍‌ ଭାରତୀୟ କ୍ରିକେଟ ଦଳର ପ୍ରାୟୋଜକ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories