ସମାଜ ଡିଜିଟାଲ ଡେସ୍କ: ଭାରତ ବିରୋଧରେ ପାକସ୍ତାନର ଆଉ ଏକ ଷଡଯନ୍ତ୍ରର ପର୍ଦ୍ଦାଫାସ ହୋଇଛି । ଅପରେସନ ସିନ୍ଦୂର ସମୟରେ ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱଂସ ଏବଂ ଆତଙ୍କବାଦୀଙ୍କୁ ନିପାତ କରିବା ପରେ ଲସ୍କର-ଏ-ତୈବ ଏବଂ ଜୈଶ-ଏ-ମହମ୍ମଦ ସେମାନଙ୍କର ଆଡ୍ଡା ସ୍ଥାନାନ୍ତର କରିଛନ୍ତି । ଲସ୍କର-ଏ-ତୈବ ନିଜର ତାଲିମ କେନ୍ଦ୍ରକୁ ଖାଇବର ପଖତୁନଖ୍ୱାକୁ ସ୍ଥାନାନ୍ତର କରିଛି । ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ମଧ୍ୟ ସେମାନଙ୍କର ସ୍ଥାନ ପରିବର୍ତ୍ତନ କରୁଛନ୍ତି । ଯାହାକି ସାଟେଲାଇଟ୍ ଚିତ୍ର ଏବଂ ଭିଡ଼ିଓ ଦ୍ୱାରା ପ୍ରମାଣିତ କରୁଛି ।
ଏକ ସୂତ୍ରରୁ ଜଣାପଡିଛି ଯେ ଲସ୍କର-ଏ-ତୈବା ଖାଇବର ପଖତୁନଖ୍ୱାରେ ଏକ ଆତଙ୍କବାଦୀ ଘାଟି ସ୍ଥାପନ କରୁଛି । ଏହି ଘାଟି ଡିସେମ୍ବର ଶେଷ ସୁଦ୍ଧା ପ୍ରସ୍ତୁତ ହୋଇଯିବ । ପାକିସ୍ତାନ ସରକାର ଏବଂ ସେନା, ଆଇଏସଆଇ ସହାୟତାରେ ଏହି ଘାଟି ନିର୍ମାଣ କରୁଛି । ଯାହା ଦ୍ୱାରା ଆତଙ୍କବାଦୀଙ୍କୁ ତାଲିମ ଦିଆଯାଇ ପରକ୍ ଅଧିକୃତ କାଶ୍ମୀର ପଠାଯାଇପାରିବ ଏବଂ ତା’ପରେ ଭାରତୀୟ ସୀମାରେ ଅନୁପ୍ରବେଶ କରାଯାଇପାରିବ । ପାକିସ୍ତାନର ଯୋଜନା ହେଉଛି ଯଦି ଭାରତ ଅପରେସନ୍ ସିନ୍ଦୂର-୨ ଆରମ୍ଭ କରେ, ତେବେ ଏହି ଅଞ୍ଚଳଗୁଡିକରେ ଆତଙ୍କବାଦୀମାନଙ୍କୁ ସୁରକ୍ଷିତ କରି ସେମାନଙ୍କୁ ଖସିଯିବାକୁ ଅନୁମତି ଦିଆଯିବ ।
ସୂଚନା ଅନୁସାରେ ଲସ୍କର ଖାଇବର ପଖତୁନଖ୍ୱାର ଲୋୟର ଦିର ଜିଲ୍ଲାର କୁମ୍ବାନ ମୈଦାନ ଅଞ୍ଚଳରେ ଏକ ନୂତନ ଘାଟି ସ୍ଥାପନ କରିଛି। ଏଠାରେ, ଲସ୍କର ମର୍କଜ ଜିହାଦ-ଏ-ଆକସା ନାମକ ଏକ ନୂତନ ତାଲିମ ଏବଂ ଆବାସିକ କେନ୍ଦ୍ର ନିର୍ମାଣ କରୁଛି। ଏହି ସ୍ଥାନ ଆଫଗାନିସ୍ତାନ ସୀମାରୁ ପ୍ରାୟ ୪୭ କିଲୋମିଟର ଦୂରରେ ଅବସ୍ଥିତ।



