www.samajalive.in
Tuesday, December 9, 2025
17.1 C
Bhubaneswar

ହେଡିଂଲିରେ ପହଞ୍ଚିଲେ ଭାରତୀୟ କ୍ରିକେଟର

ଲିଡ୍‌ସ (ହେଡିଂଲି) : ଘରୋଇ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ଖେଳିବା ପାଇଁ ଭାରତୀୟ କ୍ରିକେଟ୍‌ ଦଳ ରବିବାର ହେଡିଂଲିରେ ପହଞ୍ଚିଛି। ସ୍ଥାନୀୟ ଲିଡ୍‌ସ କ୍ରିକେଟ୍‌ ଗ୍ରାଉଣ୍ଡରେ ବୁଧବାରଠାରୁ ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ସୋମବାର ଭାରତୀୟ ଦଳ ଅଭ୍ୟାସ କରିବାକୁ ଓହ୍ଲାଇବ । ୨ୟ ଟେଷ୍ଟରେ ପ୍ରଥମ ୪ ଦିନ ଇଂଲଣ୍ଡ ଦଳ ସୁବିଧାଜନକ ସ୍ଥିତିରେ ଥିବା ବେଳେ ଅନ୍ତିମ ଦିନରେ ଭାରତୀୟ ଦଳ ଚମତ୍କାର ଭାବେ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍‌ ଜିତିଥିଲା। ୫ ମ୍ୟାଚ୍‌ର ସିରିଜ୍‌ରେ ଭାରତ ଏବେ ୧-୦ରେ ଆଗୁଆ ରହିଛି। ଏଣେ ଇଂଲଣ୍ଡ ଦଳ ମଧ୍ୟ ରବିବାର ଲିଡ୍‌ସରେ ପହଞ୍ଚିଛି । ସେମାନଙ୍କର ଅଭ୍ୟାସ ସୋମବାରଠାରୁ ଆରମ୍ଭହେବ। ଇଂଲଣ୍ଡ ଦଳ ମୁଖ୍ୟ ପ୍ରଶିକ୍ଷକ କ୍ରିସ୍ ସିଲ୍‌ଭରଉଡ୍‌ ଇଂଲଣ୍ଡର ୧୫ ଜଣିଆ ଦଳରେ ଉପର ଅର୍ଡରର ବ୍ୟାଟ୍‌ସମ୍ୟାନ୍ ଡାୱିଡ୍ ମାଲାନ୍ ଓ ପେସ୍ ବୋଲର ସାକିବ୍ ମେହ୍‌ମୁଦଙ୍କୁ ସାମିଲ କରିଛି । ଦୀର୍ଘ ୩ ବର୍ଷ ପରେ ବାମହାତି ମାଲାନ୍ ଟେଷ୍ଟ ଦଳକୁ ଫେରିଛନ୍ତି। ସାକିବ୍ ମେହ୍‌ମୁଦ ଟେଷ୍ଟ କ୍ରିକେଟ୍‌ ଖେଳିନଥିଲେ ମଧ୍ୟ ଧଳା ବଲ୍‌ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି। ତା’ର ବ୍ୟାଟିଂକୁ ନେଇ ଇଂଲଣ୍ଡ ବହୁତ ଚିନ୍ତିତ। ଜୋ ରୁଟ୍‌ଙ୍କୁ ଛାଡ଼ି କୌଣସି ବ୍ୟାଟ୍‌ସମ୍ୟାନ୍ ଭାରତୀୟ ବୋଲରଙ୍କର ସଠିକ୍ ଭାବେ ମୁକାବିଲା କରି ପାରିନାହାନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories