www.samajalive.in
Thursday, December 11, 2025
27.1 C
Bhubaneswar

ଲକ୍ଷ୍ନୌରେ ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମୁକାବିଲା

ଲକ୍ଷ୍ନୌ :  ଭାରତ-ଶ୍ରୀଲଙ୍କା ମଧ୍ୟରେ ୩ ଟିକିଆ ଟି-୨୦ ଶୃଙ୍ଗଳାର ପ୍ରଥମ  ମ୍ୟାଚ୍ ଆଉ କିଛି ସମୟ  ପରେ ଲକ୍ଷ୍ନୌରେ ଆରମ୍ଭ ହେବ। ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବ। ପ୍ରଥମେ ନ୍ୟୁଜିଲାଣ୍ଡ ଓ ପରେ ଓ୍ୱେଷ୍ଟଇଣ୍ଡିଜକୁ ଟି-୨୦ ଶୃଙ୍ଗଳାରେ ପରାସ୍ତ କରିବା ପରେ ଦୃଢ ମନୋବଳ ନେଇ ଭାରତ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ସେହିପରି ଓ୍ୱେଷ୍ଟଇଣ୍ଡିଜକୁ ଉଭୟ ଦିନିକିଆ ଓ ଟି-୨୦ ଶୃଙ୍ଗଳାରେ ପରାସ୍ତ କରିଥିବା ଭାରତ ଏବେ ବିଶ୍ବ ଟି-୨୦ ମାନ୍ୟତାରେ ଶୀର୍ଷରେ ରହିଛି। ମୋଟାମୋଟି ଭାବେ ଭାରତ ଟି-୨୦ ବିଶ୍ବକପ୍ ପାଇଁ ନିଜର ଜୋରଦାର ପ୍ରସ୍ତୁତି ଜାରି ରଖିଛି।

ତେବେ ଶ୍ରୀଲଙ୍କା ବିପକ୍ଷରେ ଏହି ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ଆହତ କାରଣରୁ ଦଳରୁ ସୂର୍ଯ୍ୟ କୁମାର ଯାଦବ ଓ ଦୀପକ ଚହର ବାଦ୍ ପଡ଼ିଛନ୍ତି । ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ଋଷଭ ପନ୍ତଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । ତେଣୁ ଆଜି ମ୍ୟାଚରେ ଋତୁରାଜ ଗାଏକ୍ବାଡ୍, ଶ୍ରେୟସ୍ ଆୟାର୍, ସଞ୍ଜୁ ସାମସନଙ୍କୁ ଦଳରେ ସ୍ଥାନ ମିଳିବାର ସମ୍ଭାବନା ରହିଛି।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories