www.samajalive.in
Tuesday, December 9, 2025
17.1 C
Bhubaneswar

ଭାରତୀୟ ଜଳକ୍ଷେତ୍ରରୁ ଚୀନର ସନ୍ଦିଗ୍ଧ ଜାହାଜକୁ ତଡ଼ିଲା ନୌସେନା

ପୋର୍ଟ ବ୍ଲେୟର: ଆଣ୍ଡାମାନ-ନିକୋବର ନିକଟରେ ଭାରତୀୟ ଜଳସୀମାରେ ଅନୁପ୍ରବେଶ କରିଥିବା ଚୀନର ଏକ ସନ୍ଦିଗ୍ଧ ଜାହାଜକୁ ନୌସେନା ତଡ଼ି ଦେଇଛି। ଚୀନର ଏହି ଜାହାଜ ‘ଶୀ ୟାନ୍‌ ୧’ ଏକ ଅନୁସନ୍ଧାନକାରୀ ଜାହାଜ ଥିଲା। ଏହା ଭାରତୀୟ ଜଳକ୍ଷେତ୍ରରେ ପ୍ରବେଶ କରି ଅନୁସନ୍ଧାନ ଗତିବିଧି ଉପରେ ନଜର ରଖୁଥିଲା, ଯାହାକୁ ନୌସେନାର ପି-୮ଆଇ ବିମାନ ପାଟ୍ରୋଲିଂ ବେଳେ ଠାବ କରିଥିଲା। ଏହାପରେ ନୌସେନା ଚୀନର ଉକ୍ତ ସନ୍ଦିଗ୍ଧ ଜାହାଜକୁ ଭାରତୀୟ ଜଳକ୍ଷେତ୍ରରୁ ତଡ଼ି ଦେଇଥିଲା।

ଆଶଙ୍କା କରାଯାଉଛି ଯେ, ଚୀନ ଏହି ଜାହାଜ ଜରିଆରେ ଭାରତୀୟ ଜଳକ୍ଷେତ୍ରରେ ନୌସେନାର ଗତିବିଧି ଉପରେ ଗୁଇନ୍ଦା ତଥ୍ୟ ହାସଲ କରିବାକୁ ଉଦ୍ୟମ ଚଳାଇଥିଲା। କାରଣ ଚୀନ ହିନ୍ଦ ମହାସାଗର କ୍ଷେତ୍ରରେ ଆକ୍ରମଣାତ୍ମକ ଢଙ୍ଗରେ ନିଜର ଉପସ୍ଥିତି ଜାହିର କରିବାକୁ ଉଦ୍ୟମ କରିଆସୁଛି। ଚୀନ ଜାହାଜଟି ଭାରତର ସ୍ବତନ୍ତ୍ର ଅର୍ଥନୈତିକ ଜୋନରେ ବୁଲୁଥିବା ନେଇ ସୁରକ୍ଷା ସଂସ୍ଥାକୁ ସୂଚନା ମିଳିବା ପରେ ନୌସେନା ସକ୍ରିୟ ହୋଇଯିବା ସହିତ ଏହା ଉପରେ ନଜର ରଖିବା ଲାଗି ନିଜର ଏକ ଯୁଦ୍ଧ ଜାହାଜକୁ ପଠାଇଥିଲା। ଭାରତୀୟ ଆଇନ ଅନୁସାରେ କୌଣସି ବିଦେଶୀ ଜାହାଜ ଭାରତୀୟ ଜଳକ୍ଷେତ୍ରରେ କୌଣସି ପ୍ରକାର ଅନୁସନ୍ଧାନମୂଳକ କାର୍ଯ୍ୟ କରିପାରିବ ନାହିଁ। ତେଣୁ ନୌସେନା ପକ୍ଷରୁ ଚୀନ ଜାହାଜକୁ ଭାରତୀୟ ଜଳକ୍ଷେତ୍ରରୁ ବାହାରିଯିବା ପାଇଁ କୁହାଯାଇଥିଲା। ଏହାପରେ ଉକ୍ତ ଜାହାଜ ଚାଲିଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories