www.samajalive.in
Wednesday, December 10, 2025
26.1 C
Bhubaneswar

ଦ୍ଵିତୀୟ ପାଳିର ପ୍ରଥମ ୧୦୦ ଦିନ – ଘରୋଇକରଣ କିମ୍ବା ବନ୍ଦ ହୋଇପାରେ ୪୬ଟି ରାଷ୍ଟ୍ରାୟତ ଉଦ୍ୟୋଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵିତୀୟ ପାଳିର ପ୍ରଥମ ୧୦୦ ଦିନ ଦେଶର ଅର୍ଥନୈତିକ ସ୍ଥିତି ସଜାଡ଼ିବା ଦିଗରେ ଉଭୟ ଗୁରୁତ୍ୱପୂର୍ଣ ଏବଂ ମହତ୍ଵପୁର୍ଣ ସାବ୍ୟସ୍ତ ହୋଇପାରେ। ନୂତନ ଶିଳ୍ପ ବିକାଶ ପାଇଁ ଅର୍ଥନୈତିକ ସଂସ୍କାର ଦୃଷ୍ଟିରୁ ଶ୍ରମ ଆଇନରେ ପରିବର୍ତନ, ଜମି ବ୍ୟାଙ୍କ ପ୍ରତିଷ୍ଠା ଏବଂ ଘରୋଇକରଣ ଭଳି ପଦକ୍ଷେପ ନିଆଯିବାର ସମ୍ଭାବନା ଥିବା ନିତି ଆୟୋଗ ଉପାଧକ୍ଷ ରାଜୀବ କୁମାର କହିଛନ୍ତି। ରାଜୀବ କୁମାର ପ୍ରତ୍ୟେକ୍ଷ ଭାବେ ପ୍ରଧାନମନ୍ତ୍ରୀଙ୍କୁ ସମସ୍ତ ବିଷୟ ଅବଗତ କରାଇଥାନ୍ତି।

ସମ୍ବାଦ ସରବରାହ ସଂସ୍ଥା ରଏଟର ସହ ସାକ୍ଷାତକାର ବେଳେ ରାଜୀବ କୁମାର ଆଶ୍ଵସ୍ଥ କରି କହିଛନ୍ତି, ବିଦେଶୀ ନିବେଶକଙ୍କ ପାଇଁ ଖୁସି ଖବର କାରଣ ପରିବର୍ତ୍ତନ ସେମାନଙ୍କ ସପକ୍ଷରେ ଅଛି। ଆଗାମୀ ୧୦୦ ଦିନରେ ହେବାକୁ ଥିବା ପରିବର୍ତ୍ତନର ସୂତ୍ରଧର ମୋଦୀ ଅଟନ୍ତି ଏବଂ ସେ ମଧ୍ୟ ଥୀଙ୍କ ଟ୍ୟାଙ୍କର ଅଧ୍ୟକ୍ଷ ଅଛନ୍ତି। ମୋଦୀ ତାଙ୍କ ମନ୍ତ୍ରୀମଣ୍ଡଳ ଘୋଷଣା ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ଅନେକ ଗଣମାଧ୍ୟମ ଅମିତ ଶାହା ଅର୍ଥ ମନ୍ତ୍ରୀ ହେବା ନେଇ ଅଟ୍ଟକଳ କରିଥିବା ବେଳେ ରାଜୀବ କୁମାର ଏହା କହିଛନ୍ତି।

- Advertisement -

୬୫ ବର୍ଷ ଧରି କାର୍ଯ୍ୟ କରୁଥିବା ଯୋଜନା କମିଶନଙ୍କୁ ବେଦଖଲ କରି ଚାରି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ମୋଦୀ ନିତି ଆୟୋଗ ଗଠନ କରିଥିଲେ ଯାହା ଏବେ ଦେଶରେ ଯୋଜନା ପ୍ରଣୟନ ଓ ନୂଆ ଚିନ୍ତାଧାରା ପ୍ରୟୋଗର ମୁଖ୍ୟ କେନ୍ଦ୍ର ପାଲଟିଛି। ସେ ଦୃଷ୍ଟିରୁ ଆସନ୍ତା ଜୁଲାଇ ମାସରେ ଲୋକସଭା ଅଧିବେଶନ କାଳରେ ସରକାର ଜଟିଳ ଶ୍ରମ ଆଇନରେ ପରିବର୍ତ୍ତନ ଆଣିବା ପାଇଁ ବିଲ ଉପସ୍ଥାପନ କରିବେ ବୋଲି ରାଜୀବ କୁମାର କହିଛନ୍ତି। ଏଥିରେ ୪୪ଟି କେନ୍ଦ୍ରୀୟ ନିୟମକୁ ଏକତ୍ରୀକରଣ କରାଯାଇ ମଜୁରୀ, ବ୍ୟବସାୟିକ ସମ୍ବନ୍ଧ, ସାମାଜିକ ସୁରକ୍ଷା ଓ ଜନ କଲ୍ୟାଣ ଏବଂ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଶ୍ରମ ସ୍ଥିତି ଭଳି ୪ଟି କୋଡରେ ସୀମିତ ରଖାଯିବାକୁ ପ୍ରସ୍ତାବ ରହିଛି। ଏହା ଫଳରେ କମ୍ପାନୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଦେଖାଦେଉଥିବା ଜଟିଳ ବିବାଦ ସମାଧାନର ସୂତ୍ର ବାହାରିବା କିଛିଟା ସହଜ ହୋଇ ପାରିବ ବୋଲି ଆଶା କରାଯାଉଛି।

କୁମାର କହିଛନ୍ତି, ଆଗାମୀ ଦିନରେ ସରକାର ୪୨ଟିରୁ ଅଧିକ ରାଷ୍ଟ୍ରାୟତ ଉଦ୍ୟୋଗକୁ ବନ୍ଦ କରିବା କିମ୍ବା ଘରୋଇକରଣ କରିବା ଭଳି ନିଷ୍ପତ୍ତି ନେଇପାରନ୍ତି। ଏଆର ଇଣ୍ଡିଆ ମଧ୍ୟ ଏହା ଅଧୀନରେ ଆସିବାର ସମ୍ଭାବନା ରହିଛି। ଅନ୍ୟ ପକ୍ଷରେ ବହୁତଗୁଡ଼ିଏ କମ୍ପାନୀକୁ ଗୋଟିଏ ପ୍ଲାଟଫର୍ମରେ ରଖିବା ଫଳରେ ସରକାରଙ୍କ ପାଇଁ ନିଷ୍ପତ୍ତି ନେବା ପ୍ରକ୍ରିୟା ସହଜ ହେଵ ବୋଲି ବିଶ୍ୱାସ କରାଯାଉଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories