www.samajalive.in
Monday, December 8, 2025
20.1 C
Bhubaneswar

ଶ୍ରୀଲଙ୍କାକୁ ଭାରତର ସହାୟତା, ଯୋଗାଇ ଦେଉଛି ଇନ୍ଧନ ଓ ଖାଦ୍ୟ

ନୂଆଦିଲ୍ଲୀ: ଶ୍ରୀଲଙ୍କାର ବୈଦେଶିକ ଭଣ୍ଡାର ହ୍ରାସ ହୋଇଥିବାରୁ ରାଜପକ୍ଷ ସରକାରଙ୍କ ପକ୍ଷରେ ଇନ୍ଧନ ଆମଦାନୀ ପାଇଁ ଅର୍ଥ ନାହିଁ। ଶ୍ରୀଲଙ୍କା ଭୟଙ୍କର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଫଳରେ, ସେଠାରେ ବିଦ୍ୟୁତ୍ ଅଭାବ ଦେଖାଦେଇଛି ଏବଂ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯାଉଛି। ସରକାର ଏକ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ଏବଂ ରବିବାର ଦିନ ବିରୋଧ ପ୍ରଦର୍ଶନ ହେତୁ ଦେଶବ୍ୟାପୀ ୩୬ ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯାଇଛି କାରଣ ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୦୦ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି।

ଏଭଳି ସମୟରେ ଭାରତ ଶ୍ରୀଲଙ୍କାକୁ ମାନବୀୟ ସହାୟତା ଦେବାକୁ ଆଗେଇ ଆସିଛି। ଶ୍ରୀଲଙ୍କାର ଅନୁରୋଧ ରକ୍ଷା କରି ଭାରତ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛି। ଚଳିତ ବର୍ଷ ଜାନୁୟାରୀ ଠାରୁ ଭାରତ ଶ୍ରୀଲଙ୍କାକୁ ୨.୫ ବିଲିୟନ ଡ଼ଲାରରୁ ଅଧିକ ସହାୟତା ଦେଇଛି। ଫେବୃଆରୀରେ ୫୦୦ ମିଲିୟନ ଡ଼ଲାରର ଏକ ଇନ୍ଧନ ଯୋଗାଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହା ପରଠାରୁ ମୋଟ ୧୫୦,୦୦୦ ଟନରୁ ଅଧିକ ଜେଟ ବିମାନ, ଡିଜେଲ ଏବଂ ପେଟ୍ରୋଲ ପଠାଯାଇଛି।

- Advertisement -

ସେହିଭଳି ଖାଦ୍ୟ, ଔଷଧ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଶ୍ରୀଲଙ୍କାକୁ ପଠାଯାଉଥିବା ସେଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଗୋପାଳ ବାଗଲେ କହିଛନ୍ତି। ଭାରତ ଶନିବାର ଦିନ ଶ୍ରୀଲଙ୍କାକୁ ୪୦ ହଜାର ମେଟ୍ରିକ ଟନ ଡିଜେଲ ଯୋଗାଇ ଦେଇଛି ଯାହା ଦ୍ୱାରା ଶ୍ରୀଲଙ୍କାରେ ବିଦ୍ୟୁତ ସଙ୍କଟ ଦୂର କରିବାରେ ସାହାଯ୍ୟ କରୁଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories