www.samajalive.in
Monday, December 8, 2025
27.1 C
Bhubaneswar

ଲିଙ୍ଗରାଜ ପାସେଞ୍ଜର ହଲ୍ଟଠାରେ ଚତୁର୍ଦ୍ଦଶତମ ଶାନ୍ତିପୂର୍ଣ୍ଣ ଧାରଣା

ଭୁବନେଶ୍ବର: ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ତଥା କୋର କମିଟିର ମୁଖ୍ୟ ନୀଳମଣି ମିଶ୍ରଙ୍କ ଆହ୍ବାନକ୍ରମେ ଲିଙ୍ଗରାଜ ପାସେଞ୍ଜର ହଲ୍ଟ ନିକଟରେ ଚତୁର୍ଦ୍ଦଶଥର ପାଇଁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି। ପୂର୍ବପରି ଧାରଣାର ମୁଖ୍ୟ ପ୍ରସଙ୍ଗ ରହିଥିଲା ଲିଙ୍ଗରାଜ ପାସେଞ୍ଜରହଲ୍ଟକୁ ପୂର୍ଣ୍ଣ ଷ୍ଟେସନର ମାନ୍ୟତା ଦେବା ତଥା ତିରୁପତି ବା ଧଉଳି ନାମକରଣ ପରି ଲିଙ୍ଗରାଜଙ୍କ ନାମରେ ଟ୍ରେନ ଚାଲୁକରିବା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ପାସେଞ୍ଜର ହଲ୍ଟଟି ପୁରୁଣା ଭୁବନେଶ୍ୱରରେ ଅବସ୍ଥିତ। ଏହି ପାସେଞ୍ଜର ହଲଟ ନିକଟରେ ବହୁ ପୌରାଣିକ ମନ୍ଦିର, ଦର୍ଶନୀୟ ସ୍ଥାନ ତଥା ଆନ୍ତର୍ଜାତୀୟ ବିମାନ ବନ୍ଦର ରହିଛି। ସେହିପରି ଦିନକୁଦିନ ପୁରୁଣା ଭୁବନେଶ୍ୱରର ଲୋକସଂଖ୍ୟା ବଢ଼ିବାରେ ଲାଗିଛି ତଥା ବହୁତଳ ବିଶିଷ୍ଟ ଘର, ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ ପୂର୍ବ ତୁଳନାରେ ବଢି ବଢି ଚାଲିଛି। ତେଣୁ ଲିଙ୍ଗରାଜ ପାସେଞ୍ଜର ହଲଟକୁ ପୂର୍ଣ୍ଣ ଷ୍ଟେସନର ମାନ୍ୟତା ଦେବା ନିହାତି ଜରୁରୀ ବୋଲି ଆଜିର ଧାରଣାରେ ମତ ପ୍ରକାଶ ପାଇଥିଲା ।

- Advertisement -

ଆଜିର ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ରମାକାନ୍ତ ମହାନ୍ତି, ହାଜି ଶେଖ ମିଆମତ ତୁଲ୍ଲା, ଦାମୋଦର ସାମନ୍ତରାୟ, ବଂଶୀଧର ପାତ୍ର, ସତ୍ୟନାରାୟଣ ସାମନ୍ତରାୟ, ଡ଼ଃ ସୁଦର୍ଶନ ବଳିଆରସିଂହ, ରାଜକିଶୋର ସ୍ୱାଇଁ ଓ ପ୍ରଫୁଲ୍ଲ କୁମାର ପଲେଇ ପ୍ରମୁଖ ଯୋଗଦେଇଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories