www.samajalive.in
Monday, December 8, 2025
24.1 C
Bhubaneswar

ଅଷ୍ଟ୍ରେଲିଆକୁ ୯୯ ରନରେ ହରାଇଲା ଭାରତ

ଇନ୍ଦୋର: ଇନ୍ଦୋର ଦିନିକିଆରେ ଭାରତର ଦମଦାର ବିଜୟ। ଅଷ୍ଟ୍ରେଲିଆକୁ ୯୯ ରନରେ ହରାଇଲା ଭାରତ। ଭାରତ ୫୦ ଓଭରରେ କରିଥିଲା ୩୯୯/୫। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଡିଏଲଏସ ମେଥଡ ଲାଗୁ ହୋଇଥିଲା। ଅଷ୍ଟ୍ରେଲିଆ ଆଗରେ ଟାର୍ଗେଟ ଥିଲା ୩୩ ଓଭରରେ ୩୧୭ ରନ। ଅଷ୍ଟ୍ରେଲିଆ ୨୮.୨ ଓଭରରେ ୨୧୭ ରନ କରି ଅଲଆଉଟ ହୋଇଛି। ଅଶ୍ବିନୀ ଓ ଜାଡେଜାଙ୍କର ୩ଟି ଲେଖାଏଁ ୱିକେଟ ଦଖଲ କରିଛନ୍ତି। ପ୍ରସିଦ୍ଧ କୃଷ୍ଣାଙ୍କୁ ୨ ଓ ସାମିଙ୍କୁ ମିଳିଲା ଗୋଟିଏ ୱିକେଟ ମିଳିଛି। ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି।

ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ୱିକେଟ୍‌ ହରାଇ ୩୯୯ ରନ୍‌ ସଂଗ୍ରହ କରିଥିଲା। କିନ୍ତୁ ଦ୍ବିତୀୟ ପାଳିରେ ଅଷ୍ଟ୍ରେଲିଆ ବ୍ୟାଟିଂ କରୁଥିବା ବେଳେ ବର୍ଷା ଦାଉ ସାଜିଥିଲା। ଫଳରେ ଡିଏଲଏସ୍‌ ମାଧ୍ୟମରେ ଅଷ୍ଟ୍ରେଲିଆକୁ ୩୩ ଓଭରରେ ୩୧୭ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। କିନ୍ତୁ ଅଷ୍ଟ୍ରେଲିଆ ଦଳ ୨୮.୨ ଓଭରରେ ସମସ୍ତ ୱିକେଟ ହରାଇ ୨୧୭ ରନ୍‌ ସଂଗ୍ରହ କରିପାରିଥିଲା।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories