www.samajalive.in
Monday, December 8, 2025
27.1 C
Bhubaneswar

୧୪୭ କୋଟି ଟପିଲା କରୋନା ଟୀକାକରଣ

ଦେଶରେ ଚାଲିଥିବା ସାର୍ବଜନୀନ କୋଭିଡ ଟୀକାକରଣ ୧୪୭ କୋଟି ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଜାନୁଆରୀ ୪ ଅପରାହ୍ନ ସୁଦ୍ଧା ୧୪୭ କୋଟି ୫୨ ଲକ୍ଷ ୪୯ ହଜାର ୨୩୪ ଡୋଜ ଟୀକା ଦିଆଯାଇଛି। ଗତକାଲି ଗୋଟିଏ ଦିନରେ ୯୯ ଲକ୍ଷ ୨୭ ହଜାର ୭୯୭ ଡୋଜ ଟୀକା ଦିଆଯାଇଥିବା ବେଳେ ଆଜି ମଧ୍ୟାହ୍ନ ସୁଦ୍ଧା ୭୯ ଲକ୍ଷ ୫୨ ହଜାର ୮୫ ଡୋଜ ଟୀକା ଦିଆଯାଇଛି। ସେଥି ମଧ୍ୟରୁ ୫୨ ଲକ୍ଷ ୭୦ ହଜାର ୪୦୨ ଜଣ ପ୍ରଥମ ଡୋଜ ଟୀକା ନେଇଥିବା ବେଳେ ୨୬ ଲକ୍ଷ ୮୨ ହଜାର ୫୮୩ ଜଣ ଦ୍ଵିତୀୟ ଡୋଜ ଟୀକା ନେଇଛନ୍ତି।

ଏହି ଟିକାକରଣରେ ୮୫ କୋଟି ୯୬ ଲକ୍ଷ ୯୬ ହଜାର ୮୦୯ ପ୍ରଥମ ଡୋଜ ଓ ୬୧ କୋଟି ୫୫ ଲକ୍ଷ ୫୨ ହଜାର ୪୨୫ ଦ୍ଵିତୀୟ ଡୋଜ ଟୀକା ଦିଆଯାଇଛି। ଆଜି ସାରା ଦେଶରେ ଥିବା ୧ ଲକ୍ଷ ୬ ହଜାର ୩୨୯ଟି ସରକାରୀ ଓ ୧୯୧୪ଟି ଘରୋଇ ଟୀକାକରଣ କେନ୍ଦ୍ରରେ ଟୀକା ପ୍ରଦାନ କରାଯାଉଛି।

- Advertisement -

ଆଜି ୧୫ରୁ ୧୭ ବର୍ଷ ମଧ୍ୟରେ ୩୩ ଲକ୍ଷ ୯୬ ହଜାର ୩୧୧, ୧୮ରୁ ୪୫ ବର୍ଷ ମଧ୍ୟରେ ୩୫ ଲକ୍ଷ ୭୨ ହଜାର ୫୮୨, ୪୫ରୁ ୬୦ ବର୍ଷ ମଧ୍ୟରେ ୬ ଲକ୍ଷ ୫୩ ହଜାର ୯୭୮ ଏବଂ ୬୦ ବର୍ଷରୁ ଉର୍ଦ୍ଧ୍ବ ୩ ଲକ୍ଷ ୩୧ ହଜାର ୧୧୪ ଜଣ ଟୀକା ନେଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories