www.samajalive.in
Monday, December 8, 2025
27.1 C
Bhubaneswar

ମା ବାଉତୀ କମ୍ରେଡ୍ ଗୋଷ୍ଠୀ ପକ୍ଷରୁ ଗ୍ରାମ ସଫେଇ କାର୍ଯ୍ୟକ୍ରମ

ବାଙ୍କୀ :  ବାଙ୍କୀ-ଡମପଡା ବ୍ଲକ ଅଧିନ କୁଶପଙ୍ଗି ଗ୍ରାମ ଗୋଟିଏ କୃଷି ପ୍ରଧାନ ଶିକ୍ଷିତ ଗ୍ରାମ ଭାବରେ ଅଞ୍ଚଳରେ ବେଶ ଜଣାଶୁଣା। ଶିକ୍ଷା ବିକାଶରେ ଏ ଗାଁରେ ଅଛି ପ୍ରାଥମିକ ବିଦ୍ୟାଳୟ,ମଧ୍ୟ ଇଂରାଜୀ ବିଦ୍ୟାଳୟ ଏବଂ ହାଇସ୍କୁଲ। ଦୀର୍ଘ ବର୍ଷ ଠାରୁ ଜନବହୁଳ ଗାଁଟିରେ ପରିବେଶ ପରିଚ୍ଛନ୍ନତା ଦିନକୁ ଦିନ ଜଟିଳ ସମସ୍ୟା ହେବାରୁ ଗାଁରେ ସ୍ୱେଚ୍ଛାକୃତ ଭାବରେ ମା ବାଉତି କମ୍ରେଡ ଗୋଷ୍ଠୀ ନାମକ ଯୁବକ ସଂଘ ସାମୁହିକ ଗ୍ରାମ ସଫେଇ କାର୍ଯ୍ୟକ୍ରମକୁ ଅଭିନ୍ନବ ଭାବରେ ପ୍ରୟାସ ଆରମ୍ଭ କରି ସଫଳତା ପାଇଛି। ଏଥିପାଇଁ ଗ୍ରାମ ତଥା ପଞ୍ଚାୟତର ବହୁ ବୁଦ୍ଧିଜିବୀ ସଙ୍ଗଠନ ଓ ସାଙ୍ଗଠନିକ ନେତୃତ୍ୱ ପାଇଁ ପ୍ରଶଂସା କରିଛନ୍ତି।
ସୂଚନା ଅନୁଯାୟୀ ରବିବାର ଦିନ ମା ବାଉତୀ କମ୍ରେଡ ଗୋଷ୍ଠୀର ସଭାପତି ପ୍ରେମରାଜ ଲେଙ୍କା ଏବଂ ସମ୍ପାଦକ ଅଜୟ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସକାଳୁ ସନ୍ଧ୍ୟା ଦିନଭରି ଗାଁ ସଫେଇ କାର୍ଯ୍ୟ ଆରମ୍ଭ ହୋଇ ସଫେଇ କାର୍ଯ୍ୟ ସଫଳ ହୋଇଛି। ଗ୍ରାମର ପ୍ରତି ପରିବାର ପ୍ରତିଦିନ ପରିବେଶକୁ ପରିସ୍କାର ପରିଚ୍ଛନ୍ନ ରଖିବା ପାଇଁ ନିବେଦନ କରାଯାଇଛି। ଏହି ସଫେଇ ଯାତ୍ରାରେ ସମାଜସେବୀ ଗଗନ ବିହାରୀ ବେହେରା,ନରେଶ ବେହେରା,ହରମୋହନ ବଳବନ୍ତରାୟଙ୍କ ସମେତ ଗ୍ରାମର ଆଶା,ଅଙ୍ଗନବାଡି କର୍ମୀ,ଯୁବକ ସଂଘ,ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଏବଂ ଗ୍ରାମର ମୁରବୀଙ୍କ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ସାମିଲ ହୋଇଥିଲେ। ଗ୍ରାମରର ସମସ୍ତ ବିଦ୍ୟାଳୟ,ଅଙ୍ଗନବାଡି କେନ୍ଦ୍ର,ରାସ୍ତାଘାଟ,ପୁଷ୍କରିଣୀ,ମନ୍ଦିର ବେଢା,ସର୍ବସାଧାରଣଙ୍କ ବ୍ୟବହାର ସ୍ଥାନ ଆଦି ପରିସ୍କାର କରାଯାଇ ସେଠାରେ ସଦସ୍ୟ ମାନେ ପୁଷ୍ପ ପକାଇ ଗାଁର ସ୍ୱଚ୍ଛତା ଓ ପରିବେଶ ପରିବେଷ୍ଟନୀର ପରିଚ୍ଛନ୍ନତାକୁ ବଜାୟ ରଖିବା ଶ୍ରେଷ୍ଠ ଗ୍ରାମର ମାନ୍ୟତା ପାଇଁ ଆହ୍ୱାନ ଜଣାଇଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories