ଦେଶରେ ଆଉ ୬୭,୫୯୭ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଆଜି ବି ଦେଶରେ ଏକ ଲକ୍ଷ ତଳେ ରହିଛି କରୋନା ମାମଲା । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୬୭,୫୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଦେଶରେ ଆଉ ୧,୧୮୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ ଏଯାଏ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୫,୦୨,୮୭୪କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ସୁସ୍ଥତା ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୧,୮୦,୪୫୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ୍ କରୋନା ସକ୍ରିୟ ମାମଲା ରହିଛି ୯,୯୪,୮୯୧ । ଦୈନିକ ପଜିଟିଭିଟି ହାର କମୁଥିବା ବେଳେ, ଟିକାକରଣକୁ ମଧ୍ୟ ଦେଶରେ ଜୋରଦାର କରାଯାଉଛି । ଦେଶରେ ଏଯାଏ ୧,୭୦,୨୧,୭୨,୬୧୫ ଲୋକଙ୍କ ଟିକାକରଣ ହୋଇଛି ।

Comments are closed.