ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ୍ ଆକାଶରେ ଘୋଟି ରହିଛି ଯୁଦ୍ଧର କଳାବାଦଲ । ଉଭୟ ଦେଶ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି । ଏହାରି ଭିତରେ ଭାରତର ମିଶାଇଲ ପାକିସ୍ତନରେ ପଡ଼ିଛି । ମିଶାଇଲଟି ଭୁଲ ବସତଃ ପାକରେ ପଡ଼ି ଯାଇଥିବା କହିଛି ଭାରତ । ହେଲେ ପାକିସ୍ତାନ ତଥାପି ଘଟଣାକୁ ଦୃଢ଼ ପ୍ରତିବାଦ ଜଣାଇବା ସହ ଧୀରେ ଧୀରେ ତାର ପ୍ରତିକ୍ରିୟା ପ୍ରକାଶ କରିବାରେ ଲାଗିଛି । ପାକ୍ କହିଛି ଭାରତ ତାର ସୀମା ଉଲ୍ଲଂଘନ କରିଛି । ଏପରି ଘଟଣା ଭବିଷ୍ୟତରେ ପୁଣି ଥରେ ଯେପରି ନଘଟେ ସେ ନେଇ ଚେତାବନୀ ଦେଇଛି ପାକିସ୍ତାନ ।
ଏନେଇ ପାକିସ୍ତାନ ସାମରିକ ମୁଖପାତ୍ର ମେଜର-ଜେନେରାଲ ବାବର ଇଫ୍ଟିଖର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଏହା ଏକ ହାଇ ସ୍ପିଡ୍ ଫ୍ଲାଇଙ୍ଗ୍ ମିଶାଇଲ । ଏହା କିପରି ଭୁଲରେ ସୀମା ଉଲ୍ଲଂଘନ କଲା ତାହା ଆଶ୍ଚର୍ଯ୍ୟକର ବିଷୟ । ଅନ୍ୟପଟେ ଏହି ଘଟଣାକୁ ନେଇ ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତୀୟ ଅଧ୍ୟୟନର ପ୍ରଫେସର ହାପିମନ୍ ଯାଦବ ତାଙ୍କ ମତ ରଖିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଏଥିରେ ପାକ୍ର କିଛି ଘର ନଷ୍ଟ ହୋଇଛି । ନଷ୍ଟ ହୋଇଯାଇଥିବା ଘର ପାଇଁ କ୍ଷତିପୂରଣ ଦେବାକୁ ନୂଆଦିଲ୍ଲୀ ପ୍ରସ୍ତାବ ଦେବା ଉଚିତ୍ ବୋଲି ସେ କହିଛନ୍ତି ।



