www.samajalive.in
Monday, December 8, 2025
13.1 C
Bhubaneswar

ଗୋପବନ୍ଧୁ ସଂଗ୍ରହାଳୟରେ ୭୮ ତମ ସ୍ୱାଧୀନତା ଦିବସ

ସୁଆଣ୍ଡୋ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁ ସଂଗ୍ରହାଳୟ ପରିସରରେ ୭୮ ତମ ସ୍ୱାଧୀନତା ଦିବସ ପାଳନ ହୋଇଛି  । ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ପତାକା ଉତ୍ତୋଳନ କରିଥିଲେ  । ପୁଣ୍ଯାତ୍ମା ଗୋପବନ୍ଧୁଙ୍କ ଷଠିଘରେ ସମସ୍ତେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ  । ସତ୍ୟବାଦୀ ବ୍ଲକ ପରିସରରେ ପତାକା ଉତ୍ତୋଳନ ହୋଇଥିଲା  । ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ସ୍ମୁତିରକ୍ଷା ପାଇଁ ସୁଆଣ୍ଡୋକୁ ଐତିହ୍ୟ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇଛି  । ୬ ଏକର ପରିମିତ ଜାଗାରେ ଓଡିଶାର ସର୍ବବୃହତ ଗୋପବନ୍ଧୁଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି, ସୁନ୍ଦର ପୁଷ୍କରିଣୀ, ସଂଗ୍ରହାଳୟ ପରିସରରେ ଗୋପବନ୍ଧୁଙ୍କ ଜୀବନାଦର୍ଶ ସମ୍ବଳିତ ଆଲେଖ୍ୟ, ତୈଳଚିତ୍ର, ହଜାରିବାଗ ଜେଲ ପରିସରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସହିତ ୫ଟି ମହମର ସୁନ୍ଦର ପ୍ରତିମୂର୍ତ୍ତି, ଟେଲିଫିଲ୍ମ, ପ୍ରମୋଦ ଉଦ୍ଯାନ, ପିଲାଙ୍କ ଖେଳପଡ଼ିଆ, ଭୂତଳ ବିଜୁଳି ଲାଇନ, ଫେବର ବ୍ଲକ ବିଛା ଯାଇଥିବା ସୁନ୍ଦର ଗ୍ରାମ ଦାଣ୍ଡ, କାରୁକାର୍ଯ୍ୟ ପୂର୍ଣ୍ଣ ଗ୍ରାମ ଶିବ ମନ୍ଦିର, ସର୍ବୋପରି ଗୋପବନ୍ଧୁଙ୍କ ଷଠିଘରର ପୁନରୁଦ୍ଧାର କରାଯାଇ ନୂଆ ରୂପ ପାଇଛି  । ପ୍ରତିଦିନ  ସହସ୍ରାଧିକ ପର୍ଯ୍ୟଟକ ମହାପୁରୁଷଙ୍କ ଜନ୍ମମାଟି ପରିଦର୍ଶନ କରି ଖୁସି ବ୍ୟକ୍ତ କରିଯାଉଛନ୍ତି  ।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories