ସମାଜ ଡିଜିଟାଲ ଡେସ୍କ: ଭାରତ-ସାଉଥ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଆଜି କଲକାତାର ଇଡେନ ଗାର୍ଡେନରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । ଫଳରେ ଭାରତ ବୋଲିଂ କରୁଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଆହତ ରିଷଭ ପନ୍ତ କମବ୍ୟାକ୍ କରିଛନ୍ତି । ସାଇ ସୁଦର୍ଶନ ଓ ନୀତିଶ କୁମାରଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିନାହିଁ । ସାଉଥ ଆଫ୍ରିକା ପ୍ରଥମ ପାଳିରେ ୪ୱିକେଟ ହରାଇ ୧୧୮ରନ କରିଛି । ବୁମରା ୧ୱିକେଟ ନେଇଛନ୍ତି ।
ଭାରତ: କେଏଲ ରାହୁଲ, ଯଶସ୍ବୀ ଜୟସୱାଲ, ୱାସିଂଟନ ସୁନ୍ଦର, ଶୁବମନ ଗିଲ, ରିଷଭ ପନ୍ତ, ରବିନ୍ଦ୍ର ଜାଡ଼େଜା, ଧ୍ରୁବ ଜୁରେଲ, ଅକ୍ଷର ପଟେଲ, କୁଳଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।



