www.samajalive.in
Sunday, December 7, 2025
16.1 C
Bhubaneswar

ଆଜି ତୃତୀୟ ଟି-୨୦ : କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତ

ବର୍ମିଂହାମ : ଇଂଲଣ୍ଡ ବିପକ୍ଷରେ ଭାରତ ଟି-୨୦ ଶୃଙ୍ଖଳା ବିଜୟୀ ହୋଇଛି । ତେବେ କ୍ରମାଗତ ୨ଟି ବିଜୟ ପରେ ଆଜି ତୃତୀୟ ଟି-୨୦ ମ୍ୟାଚ ଜିତି ଭାରତ କ୍ଲିନ୍ ସୁଇପ୍ ଲକ୍ଷ୍ୟ ରଖିଛି। ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ସହଜରେ ୫୦ରନରେ ପରାସ୍ତ କରିଥିବା ବେଳେ  ଗତକାଲି ୨ୟ ମ୍ୟାଚରେ ୪୯ ରନରେ ପରାଜିତ କରିଛି। ଟେଷ୍ଟ ଶୃଙ୍ଖଳା ଡ୍ର ରହିବା ପରେ ଭାରତ ଟି-୨୦ ଶୃଙ୍ଖଳା ବିଜୟୀ ହୋଇ ଦୃଢ ମନୋବଳ ସହ ଖେଳୁଛି । ତେଣୁ ଆଜିର ମ୍ୟାଚ ଜିତିବା ପାଇଁ ଦଳ ଯଥା ସମ୍ଭବ ଉଦ୍ୟମ କରିବ ।

ଅନ୍ୟ ପକ୍ଷରେ ନିଜ ସମ୍ମାନ ବଞ୍ଚାଇ ରଖିବା ପାଇଁ ଇଂଲଣ୍ଡ ଏହି ମ୍ୟାଚରେ ବିଜୟ ପାଇଁ ପ୍ରାଣପଣେ ଉଦ୍ୟମ କରିବ । ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ଭା​ରତ ୨ଟି ଯାକ ମ୍ୟାଚ ଜିତିଛି ।​‌

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories