www.samajalive.in
Monday, December 8, 2025
27.1 C
Bhubaneswar

କୁଳଭୂଷଣ ମାମଲା : ଚଳିତ ମାସ ​‌ଶେଷ ସୁଦ୍ଧା ଆସିପାରେ ଆଇସିଜେର ଚୂଡ଼ାନ୍ତ ରାୟ

ହେଗ : ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ) ଚଳିତ ମାସ ଶେଷ ସୁଦ୍ଧା ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିପାରେ । ଏହା ଉପରେ ଭାରତ ଓ ପାକିସ୍ତାନ ସମେତ ବିଶ୍ବର ଅନେକ ଦେଶର ଦୃଷ୍ଟି ରହିଛି । ଚଳିତ ବର୍ଷ ଫେବୃଆରୀ ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଆଇସିଜେରେ ଏହି ମାମଲାର ଶୁଣାଣି ହୋଇଥିଲା ।

ନେଦରଲାଣ୍ଡସ୍ଥିତ ଦ ହେଗ୍‍ର ପିସ୍‍ ପ୍ୟାଲେସରେ ଫେବୃଆରୀ ୧୮ରେ ସକାଳ ଦିନ ୧୦ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଭାରତ ଏବଂ ୧୯ ଫେବୃଆରୀ ମଙ୍ଗଳବାର ସକାଳ ୧୦ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ପାକିସ୍ତାନ ନିଜ ପକ୍ଷ ରଖିଥିଲେ । ଏହାପରେ ଫେବୃଆରୀ ୨୦ ବୁଧବାର ଅପରାହ୍ନ ୩ଟାରୁ ୪ଟା ୩୦ ପର୍ଯ୍ୟନ୍ତ ଭାରତ ଏବଂ ୨୧ ଫେବୃଆରୀ ଗୁରୁବାର ଅପରାହ୍ନ ୪ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପାକିସ୍ତାନ ନିଜ ପକ୍ଷ ରଖିଥିଲେ । ଉଭୟ ପକ୍ଷର ଯୁକ୍ତି ଓ ଦଲିଲ ଶୁଣିବା ପରେ ଆଇସିଜେ ନିଜ ରାୟ ସଂରକ୍ଷିତ ରଖିଥିବା କୁହାଯାଉଛି । ଏହି କ୍ରମରେ ଚଳିତ ମାସ ଶେଷ ସୁଦ୍ଧା ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ।

- Advertisement -

ଉଲ୍ଲେଖଯୋଗ୍ୟ ଯେ ଗୁପ୍ତଚର ଅଭିଯୋଗରେ ପାକିସ୍ତାନର ଏକ ସାମରିକ ଅଦାଲତ କୁଳଭୂଷଣଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛି। ଭାରତ ଏହି ରାୟ ବିରୋଧରେ ଆଇସିଜେର ଦ୍ୱାରସ୍ଥ ହେବା ପରେ କୁଳଭୂଷଣଙ୍କ ଦଣ୍ଡାଦେଶ ଉପରେ ରୋକ୍‍ ଲଗାଯାଇଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories