ସମାଜ ପୋର୍ଟାଲ ଡେସ୍କ: ବାଂଲାଦେଶରେ କରୋନା ଭୂତାଣୁ ଦ୍ୱାରା ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୩୬ଟି ନୂତନ ମାମଲା ସାମ୍ନାକୁ ଆସିଛି। ଏଥି ସହିତ ବାଂଲାଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୩ ହଜାର ୭୭୦କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ୨୧୪ ଛୁଇଁଛି।
ଅନ୍ୟ ପକ୍ଷରେ ସାର୍ଜାରୁ ଆଜି ସନ୍ଧ୍ୟାରେ ୧୮୦ ଜଣ ଭାରତୀୟଙ୍କୁ ନେଇ ଏକ ବିମାନ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିବ। ଏହି ଭାରତୀୟମାନଙ୍କ ମଧ୍ୟରେ ଜଣଙ୍କ ନିକଟରେ କରୋନା ସଂକ୍ରମଣ ଚିହ୍ନଟ ହେବା ଫଳରେ ତାଙ୍କୁ ଏହି ବିମାନରେ ଯାତ୍ରା କରିବାକୁ ଅନୁମତି ମିଳିନାହିଁ। ସ୍ଥାନୀୟ ସରକାର ସମ୍ପୃକ୍ତ ପ୍ରବାସୀଙ୍କୁ ଆଇସୋଲେସନରେ ରଖିଛନ୍ତି। ବନ୍ଦେ ଭାରତ ମିଶନ୍ ଅଧୀନରେ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ଅଣାଯାଉଥିବାରୁ ସେମାନେ କେନ୍ଦ୍ର ସରକାରଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।



