www.samajalive.in
Monday, December 8, 2025
13.1 C
Bhubaneswar

ଶୁଭୁନି ସଙ୍ଗୀତର ମୂର୍ଚ୍ଛନା: ନୃତ୍ୟାନୁଷ୍ଠାନରେ ତାଲା, ଚିନ୍ତାରେ ନୃତ୍ୟଗୁରୁ ଓ ଦ୍ୱନ୍ଦ୍ୱରେ ପ୍ରଶିକ୍ଷାର୍ଥୀ

ସାରନଗରୀ : ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଥମୁନି କରୋନା ପ୍ରକୋପ । ଏହି ଅଦୃଶ୍ୟ ମହାମାରୀ ସମସ୍ତ ବ୍ୟବସ୍ଥା ପାଇଁ ସାଜିଛି ପ୍ରତିବନ୍ଧକ । ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ କରୋନା ମହାମାରୀର ପ୍ରଭାବ ପଡ଼ିଛି । ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ଥିବା ବିଭିନ୍ନ ନୃତ୍ୟାନୁଷ୍ଠାନରେ ଗତ ୪ ମାସରୁ ତାଲା ଝୁଲୁଛି । ନୃତ୍ୟାନୁଷ୍ଠାନ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ନୃତ୍ୟଗୁରୁ ଓ ଅନ୍ୟ ପ୍ରଶିକ୍ଷକମାନେ ହାତବାନ୍ଧି ବସିଛନ୍ତି । ନୃତ୍ୟଗୁରୁମାନେ ମାନସିକ ଦୁଶ୍ଚିନ୍ତାରେ ସମୟ କାଟୁଥିବା ବେଳେ, ପୁଣି କେବେ ନୃତ୍ୟାନୁଷ୍ଠାନ ଖୋଲିବ ଏହାକୁ ନେଇ ଅଂଚଳର ବହୁ ନୃତ୍ୟ ପ୍ରଶିକ୍ଷାର୍ଥୀ ଏବେ ଦ୍ୱନ୍ଦ୍ୱ ମଧ୍ୟରେ ରହିଛନ୍ତି । କରୋନା ଚଡ଼କ ଯୋଗୁ କୌଣସି ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରାଯାଉ ନ ଥିବାରୁ ନୃତ୍ୟ ପ୍ରଦର୍ଶନ କରୁଥିବା କିଶୋର ହୁଅନ୍ତୁ କି କିଶୋରୀ, ଯୁବକ ଅବା ଯୁବତୀଙ୍କ ଦକ୍ଷତା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ସାରନଗରୀରେ ରହିଛି ବହୁ ଛୋଟବଡ଼ ନୃତ୍ୟାନୁଷ୍ଠାନ । ଏହି ନୃତ୍ୟାନୁଷ୍ଠାନ ଗୁଡ଼ିକରେ ନୃତ୍ୟପ୍ରତି ରୁଚି ରଖୁଥିବା ଛାତ୍ରଛାତ୍ରୀ ମାନେ ନୃତ୍ୟ ଶିକ୍ଷା ଆହରଣ କରିଥାନ୍ତି । କେବଳ ଯେ, ନୃତ୍ୟ ନୁହେଁ, ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବାର ତାଲିମ ସହ ସଙ୍ଗୀତ ଶିକ୍ଷାର ତାଲିମ ନେଇଥାନ୍ତି । ନୃତ୍ୟାନୁଷ୍ଠାନରେ ତାଲିମପ୍ରାପ୍ତ ହେଉଥିବା ଏଭଳି ଛାତ୍ରଛାତ୍ରୀ ମାନେ ସେମାନଙ୍କ ବିଦ୍ୟାଳୟ ତଥା ଅନ୍ୟ ସାମାଜିକ ଅନୁଷ୍ଠାନରେ ହେଉଥିବା ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମରେ ନିଜ ନୃତ୍ୟ ଅବା ସଙ୍ଗୀତ ପରିବେଷଣ କରି ନିଜର ଲୁକାୟତ ପ୍ରତିଭାକୁ ପ୍ରଦର୍ଶନ କରିବା ସହ ଦର୍ଶକଙ୍କ ମନ ମୋହୁଥିଲେ । ନୃତ୍ୟାନୁଷ୍ଠାନରେ ଶାସ୍ତ୍ରୀୟ, ଓଡ଼ିଶୀ ନୃତ୍ୟ ସହ ପାଶ୍ଚାତ୍ୟ ନୃତ୍ୟର ଶିକ୍ଷା ଲାଭ କରିଥାନ୍ତି ସାରନଗରୀ ଓ ଆଖପାଖ ଅଂଚଳର ପ୍ରଶିକ୍ଷାର୍ଥୀ । ଅନ୍ୟପକ୍ଷେ ନୃତ୍ୟାନୁଷ୍ଠାନ କରିଥିବା ବେକାର ଯୁବକ, ଯୁବତୀ ମାନେ ଦୁଇ ପଇସା ରୋଜଗାର କରିଥାନ୍ତି, ମାତ୍ର କରୋନା ଯୋଗୁ ନୃତ୍ୟାନୁଷ୍ଠାନ ବନ୍ଦ ଥିବାରୁ ନୃତ୍ୟଗୁରୁଙ୍କ ଦାନାପାଣି ପ୍ରଭାବିତ ହୋଇଛି । ଦକ୍ଷିଣ ରାଉରକେଲା ନବକୃଷ୍ଣନଗର ଅଂଚଳରେ ଥିବା କଳିକା ଡ୍ୟାନ୍ସ ଆଣ୍ଡ ମ୍ୟୁଜିକ ଏକାଡେମୀର ନୃତ୍ୟ ଗୁରୁ ଧନେଶ୍ୱର ସାହୁଙ୍କ କହିବା ଅନୁଯାୟୀ, ୫୫ ଜଣ ପ୍ରଶିକ୍ଷାର୍ଥୀଙ୍କୁ ନେଇ ନୃତ୍ୟ ଏକାଡେମୀ ସୁରୁଖରେ ଚାଲୁଥିବା ବେଳେ,ଗତ ୪ ମାସ ହେଲା ହାତବାନ୍ଧି ବସିବା ସହ ଜୀବିକା ବହୁଳ ଭାବେ ପ୍ରଭାବିତ ହୋଇଛି । ସେହିପରି ସାରନଗରୀ ଆନନ୍ଦ ବଜାର ନିକଟରେ ଏକ ଡ୍ୟାନ୍ସ ଏକାଡେମୀ କରିଥିବା ଯୁବ ନୃତ୍ୟ ଗୁରୁ ବିଜୟ ସାମଲଙ୍କ କହିଥିଲେ ଯେ, ନିଜ ଉଦ୍ୟମରେ ଏକ ଡ୍ୟାନ୍ସ ଏକାଡେମୀ ଚଳାଉଥିଲି । କୋଭିଡ଼ କଟକଣାରେ ୬୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ଅନଲାଇନରେ ନୃତ୍ୟ ଶିକ୍ଷା ଦିଆଯାଉଛି, ମାତ୍ର ତାହା ଶତ ପ୍ରତିଶତ ସଫଳ ହୋଇ ପାରୁନାହିଁ । ଆର୍ଥିକ କ୍ଷତି ନିଶ୍ଚିତ ଭାବେ ହୋଇଛି,କରୋନା ଯୋଗୁ ଏବେ ନୃତ୍ୟ ଏକାଡେମୀରେ ତାଲା ଝୁଲୁଛି, ଯଦି ସରକାର କିଛି ଆର୍ଥିକ ସାହାଯ୍ୟ କରିବା ସହ ଜିମ୍ ଅନୁଷ୍ଠାନ ଭଳି ସାମାଜିକ ଦୂରତାରେ ନୃତ୍ୟାନୁଷ୍ଠାନ ଖୋଲିବା ପାଇଁ ଅନୁମତି ଦେବା ଦରକାର । ସେହିପରି ସାରନଗରୀ ଅଂଚଳରେ ନିଜ ଘରେ ନୃତ୍ୟ ଶିକ୍ଷା ପ୍ରଦାନ କରୁଥିବା ନୃତ୍ୟ ଗୁରୁ ଅବା ଗୁୁରୁମାଙ୍କୁ ମଧ୍ୟ ପ୍ରଶିକ୍ଷାର୍ଥୀଙ୍କୁ ନୃତ୍ୟ ତାଲିମ ଦେବା ସମ୍ଭବ ହୋଇ ପାରୁନାହିଁ । ନୃତ୍ୟ ପ୍ରଶିକ୍ଷକ ମାନଙ୍କୁ ସରକାରୀ ପ୍ରୋତ୍ସାହନର ଆବଶ୍ୟକତା ରହିଛି ବୋଲି ବୁଦ୍ଦିଜିବୀ ମହଲରେ ମତ ପ୍ରକାଶ ପାଇଛି । କରୋନାର ଏହି କାଳ ବେଳାରେ ଆଉ ଶୁଭୁନି ସଙ୍ଗୀତର ମୂ୍‌ର୍ଚ୍ଛନା କି ପାଉଁଜିର ରୁଣୁଝୁଣୁ ଶଦ୍ଦ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories