www.samajalive.in
Friday, December 5, 2025
23.1 C
Bhubaneswar

୨୬ ରାଜ୍ୟରେ ପାଞ୍ଚଦିନ ପ୍ରବଳ ବର୍ଷା: ଆଇଏମଡି

ନୂଆଦିଲ୍ଲୀ: ଚଳିତମାସ ୨୪ ତାରିଖ ପର୍ଯ୍ୟନ୍ତ ୨୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ କୁହାଯାଇଛି। ପଶ୍ଚିମାଞ୍ଚଳରେ ମହାରାଷ୍ଟ୍ର, ଗୁଜରାଟ, ଗୋଆ ଓ କୋଙ୍କଣ ଏବଂ ପୂର୍ବାଞ୍ଚଳରେ କେରଳ, ତାମିଲନାଡୁ, ତେଲଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଇଏମଡି ପକ୍ଷରୁ ମୁମ୍ବଇ ସମେତ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳ, ଗୁଜରାଟର ଓଖା, ଦ୍ବାରକା, ଡିଉ, ଜୁନାଗଡ, ପୋରବନ୍ଦର ପାଇଁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଅପରପକ୍ଷରେ ମଧ୍ୟପ୍ରଦେଶ, ଛତିଶଗଡ, ଓଡିଶା, ବିହାର, ଝାଡ଼ଖଣ୍ଡ, ବିଦର୍ଭ, ପଶ୍ଚିମବଙ୍ଗ ଓ ସିକ୍କିମରେ ୨୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୯ରୁ ୨୪ ତାରିଖ ପର୍ଯ୍ୟନ୍ତ ଉତ୍ତର ଭାରତରେ ଜାମ୍ମୁ-କାଶ୍ମୀର, ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ମଧ୍ୟ ଏହି ସ୍ଥିତି ଲାଗି ରହିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି।

ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରା ଭଳି ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛି। ଆଗାମୀ ପାଞ୍ଚଦିନ ମଧ୍ୟରେ ଦାକ୍ଷିଣାତ୍ୟ ରାଜ୍ୟ ସମେତ ଜାମ୍ମୁ-କାଶ୍ମୀର, ଲଦାଖରେ ପ୍ରବଳ ବର୍ଷା ସମେତ ବଜ୍ରପାତ ହୋଇପାରେ ବୋଲି କୁହାଯାଇଛି। ଆଇଏମଡି ପକ୍ଷରୁ ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ ଓ ଗାଜିଆବାଦରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ଆଇଏମଡି ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଦିଲ୍ଲୀ ଆକାଶ ମେଘାଚ୍ଛନ୍ନ ରହିବା ସହ ବଜ୍ରପାତ ହୋଇପାରେ ବୋଲି ଅନୁମାନ କରାଯାଇଛି। ଆଇଏମଡି ସୂଚନା ମୁତାବକ ଆଗାମୀ ଦୁଇ ଦିନ ଓଡିଶା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, କେରଳ, ଗୋଙ୍କଣ, ଗୋଆ, ସୌରାଷ୍ଟ୍ର, କଚ୍ଛ, ତାମିଲନାଡୁ, ପୁଦୁଚେରୀ, ଗୁଜରାଟ, କର୍ଣ୍ଣାଟକ, ଲାକ୍ଷାଦ୍ବୀପ ଅଞ୍ଚଳରେ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ୬୦ କିମି ପର୍ଯ୍ୟନ୍ତ ବେଗରେ ପବନ ବହିବାର ଆଶଙ୍କା ରହିଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories