ମୁମ୍ବାଇ: ଭାରତ ଆସନ୍ତା ୫ ବର୍ଷ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବ ଏବଂ ଏଥିରେ ଆଇଆଇଟିଗୁଡ଼ିକର ପ୍ରମୁଖ ଭୂମିକା ରହିଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ କହିଛନ୍ତି। ମୁମ୍ବାଇରେ ଅନୁଷ୍ଠିତ ଆଇଆଇଟି ବମ୍ବେର ୫୭ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ସେ ଏହା କହିଛନ୍ତି।
ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ସୁଦ୍ଧା ଭାରତକୁ ବିଶ୍ୱର ଶିକ୍ଷା ଗୁରୁ ହେବାର ସମସ୍ତ ଲକ୍ଷ୍ୟ ପୂରଣ ପଦକ୍ଷେପ ନେଉଛନ୍ତି। ଶିକ୍ଷା ସହିତ ସଂସ୍କୃତିକୁ ଯୋଡ଼ାଯାଇ ପାରିଲେ ଦୃଢ଼ ବିକାଶ ହୋଇପାରିବ ବୋଲି ସେ କହିଛନ୍ତି। ବିଶ୍ୱର ପ୍ରମୁଖ ୨୦୦ଟି ବିଶ୍ୱବିଦ୍ୟାଳୟ ତାଲିକାରେ ଆଇଆଇଟି ବମ୍ବେ ସ୍ଥାନ ପାଇଥିବାରୁ ସେ ଅଭିନନ୍ଦନ ଜ୍ଞାପନ କରିଥିଲେ।



