www.samajalive.in
Friday, December 5, 2025
27.1 C
Bhubaneswar

ସମୀରଙ୍କ ସପକ୍ଷରେ ଆଇସିସି ଦେଇଥିଲା ରିପୋର୍ଟ

ବାଲେଶ୍ୱର: ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାରେ କଲେଜର ଅନ୍ତରୀଣ କମିଟି ରିପୋର୍ଟକୁ ନେଇ ଏବେ ବିବାଦ ଉଠିଛି। ଏହି ରିପୋର୍ଟରେ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ ରିପୋଟ ହୋଇଥିବା ଜଣାଯାଇଛି। ସୌମ୍ୟାଶ୍ରୀଙ୍କ ଅଭିଯାଗ ପରେ ଆଇସିସି ସଦସ୍ୟ/ସଦସ୍ୟା ୬୦ ଜଣ ଛାତ୍ରଛାତ୍ରୀଙ୍କ ମତାମତ ସଂଗ୍ରହ ପୂର୍ବକ ଗତ ୧୧ ତାରିଖରେ ଅଧ୍ୟକ୍ଷଙ୍କୁ ରିପୋର୍ଟ ପ୍ରଦାନ କରିଥିଲା। ଏହି ପିଲାମାନଙ୍କୁ ତାଙ୍କ ସପକ୍ଷ​‌େ​‌ର କହିବାକୁ ସମୀର କୁଆ​‌େ​‌ଡ ପୂର୍ବରୁ ଯୋଜନା କରିଥିଲେ। ଏସବୁ ବି ଅଧ୍ୟକ୍ଷଙ୍କ ଜାଣତ​‌େ​‌ର ହୋଇଥିବା ଆଲୋଚନା ହେଉଛି। ରିପୋର୍ଟର ନକଲ ୧୨ ତାରିଖ ଦୁର୍ଘଟଣା ଦିନ ସାଂସଦ
ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅଧ୍ୟକ୍ଷଙ୍କଠାରୁ ନେଇଥିଲେ। ରିପୋର୍ଟରେ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କୁ କ୍ଲିନ୍‌ ଚିଟ ଦିଆଯାଇଥିଲା। ତାହାକୁ ନେଇ ସାଂସଦ ଶ୍ରୀ ଷଡ଼ଙ୍ଗୀ କ୍ଷୋଭ ପ୍ରକାଶ ସହ ରିପୋର୍ଟରେ ସମୀର ଚାଳିଶା ଗାନ କରାଯାଇଛି ବୋଲି ତାଚ୍ଛଲ୍ୟ କରି କହିଥିଲେ। ସାଂସଦଙ୍କ ଅସନ୍ତୋଷ ପରେ ସମୀରଙ୍କୁୂ ସ୍ଥାନାନ୍ତର ପାଇଁ କମିଟି ସଦସ୍ୟମାନେ ଅଧ୍ୟକ୍ଷଙ୍କୁ ସୁପାରିସ କରିଥିଲେ। ଏହି ସୁପାରିସ ପତ୍ରର ନକଲ ଏବେ ସାମାଜିକ ଗଣ ମାଧ୍ୟମରେ ବୁଲୁଥିବା କୁହାଯାଉଛି। ଏଥିରୁ ‘ଆଇସିସି’ର ସ୍ବଚ୍ଛ ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି କମିଟିକୁ ଭାଙ୍ଗିବା ସହ ସଦସ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories