www.samajalive.in
Tuesday, December 9, 2025
16.1 C
Bhubaneswar

ବିଜେପିରେ ଯୋଗଦେବେ ଶ୍ରୀସନ୍ତ! ୨୦୨୪ରେ ଶଶୀ ଥରୁରଙ୍କ ବିପକ୍ଷରେ ଲଢିବେ ନିର୍ବାଚନ

ନୂଆଦିଲ୍ଲୀ : ଆଇପିଏଲ ମ୍ୟାଚ ଫିକ୍ସିଂ ଅଭିଯୋଗରେ ୭ ବର୍ଷ ଦଣ୍ଡ ଭୋଗିଥିବା କ୍ରିକେଟର ଏସ ଶ୍ରୀସନ୍ତ ବିଜେପିରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି। ଶ୍ରୀସନ୍ତ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ଶଶୀ ଥରୁରଙ୍କୁ ହରାଇବା ପାଇଁ ସେ ତାଙ୍କ ବିପକ୍ଷରେ ବିଜେପିରୁ ପ୍ରାର୍ଥୀ ହେବେ। ପ୍ରକାଶ ଯେ ଶଶୀ ଥରୁର ଏବେ ତିରୁଅନନ୍ତପୁରମ ଲୋକସଭା ଆସନରୁ ସାଂସଦ ଅଛନ୍ତି।

ଆଇପିଏଲ ସ୍ପଷ୍ଟ ଫିକ୍ସିଂ ମାମଲାରେ ୨୦୧୩ ସେପ୍ଟେମ୍ବର ୧୩ରେ ବିସିସିଆଇର ପ୍ରଶାସନିକ କମିଟି ଶ୍ରୀସନ୍ତଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇଥିଲା। କିନ୍ତୁ ଗତ ମାସରେ ବିସିସିଆଇ ଶ୍ରୀସନ୍ତଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ୭ ବର୍ଷ କରିଦେଇଛି। ତାଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକ ୨୦୨୦ ଅଗଷ୍ଟରେ ଶେଷ ହେବ। ଶ୍ରୀସନ୍ତ କହିଛନ୍ତି ଯେ ସେ ଶଶୀ ଥରୁରଙ୍କ ଜଣେ ବଡ଼ ପ୍ରଶଂସକ। ଏକମାତ୍ର ବ୍ୟକ୍ତି ଭାବେ ଶଶୀ ଥରୁର ତାଙ୍କୁ ବୁଝିପାରନ୍ତି ଓ ବିପଦ ସମୟରେ ତାଙ୍କ ପାଖରେ ଠିଆ ହୋଇଥିଲେ। କିନ୍ତୁ ତିରୁଅନନ୍ତପୁରମ ଲୋକସଭା ଆସନରେ ତାଙ୍କୁ ନିର୍ବାଚନରେ ହରାଇବାକୁ ସେ ଚାହୁଁଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୧୫ରେ ସୁପ୍ରିମକୋର୍ଟ ଶ୍ରୀସନ୍ତଙ୍କ ଉପରେ ଲାଗିଥିବା ଆଜୀବନ ପ୍ରତିବନ୍ଧକୁ ହଟାଇ ଦେଇଥିଲେ। ସୁପ୍ରିମକୋର୍ଟ ୩ ମାସ ମଧ୍ୟରେ ଶ୍ରୀସନ୍ତଙ୍କ ଉପରେ ଥିବା ଦଣ୍ଡକୁ ପୁନଃ ନିର୍ଦ୍ଧାରିତ କରିବାକୁ ବିସିସିଆଇକୁ କହିଥିଲା। ଏହି ମାମଲା ଦେଖୁଥିବା ଜଷ୍ଟିସ୍‍ ଡିକେ ଜୈନ ଅଗଷ୍ଟ ୨୪ରେ ଶ୍ରୀସନ୍ତଙ୍କ ଦଣ୍ଡକୁ ପୁନଃ ନିର୍ଦ୍ଧାରଣ କରି ୭ ବର୍ଷକୁ କମାଇ ଦେଇଥିଲେ। ଏହି ଦଣ୍ଡର ଅବଧି ୨୦୨୦ରେ ଶେଷ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories