ନୂଆଦିଲ୍ଲୀ: ଦେଶରେ ଜଳ ପରିଚାଳନା ଏବଂ ବ୍ୟବହାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସଂଶୋଧିତ ଜାତୀୟ ଜଳ ନୀତି ପ୍ରଣୟନ କରିବେ। ଏହି ସଂଶୋଧିତ ଜଳ ନୀତିରେ ଏକ ଜାତୀୟ ବ୍ୟୁରୋ ପ୍ରତିଷ୍ଠା କରିବା ପାଇଁ ବ୍ୟବସ୍ତା ରହିବ। ନୂଆଦିଲ୍ଲୀରେ ଅନୁଷ୍ଠିତ ଷଷ୍ଠ ଭାରତ ଜଳ ସପ୍ତାହର ଉଦ୍ଯାପନୀ ସମାରୋହରେ ଯୋଗ ଦେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ ଏହା କହିଛନ୍ତି। ସେ କହିଛନ୍ତି ଜଳତ୍ତ୍ୱ ପରିସୀମା ପ୍ରଶାସନିକ କିମ୍ବା ରାଜନୈତିକ ପରିଧି ମଧ୍ୟରେ ନ ରହି ଦେଶର ଜଳ ପରିଚାଳନା କ୍ଷେତ୍ରର ଅନ୍ତର୍ଭୁକ୍ତ ହେବା ଆବଶ୍ୟକ।
ସେ କହିଛନ୍ତି, ସାମ୍ବିଧାନିକ ଆଧାରରେ ରାଜ୍ୟମାନଙ୍କ ମଧ୍ୟରେ ଏଥିନେଇ ସହମତି ରହିବା ଦରକାର। ପ୍ରତ୍ୟେକ ରାଜ୍ୟ ଜଳଉତ୍ସ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଅନ୍ୟମାନଙ୍କୁ ଏହା ପ୍ରଦାନ କରିବା ଆବଶ୍ୟକ ବୋଲି ଶେଖାୱତ୍ ମତ ପୋଷଣ କରିଛନ୍ତି।



