www.samajalive.in
Sunday, December 7, 2025
23.1 C
Bhubaneswar

କାବୁଲରେ ସମସ୍ତଙ୍କ ଆଖି ଆଗରେ ଥିଲି: ଆମେରିକା ଓ ଆଫଗାନ ସୈନ୍ୟଙ୍କ ବହୁବାର ଚଢଉରୁ ଖସିଯାଇଛି-ତାଲିବାନ ମୁଖପାତ୍ର

ଇସଲାମାବାଦ: ସେ କାବୁଲରେ ବାସ କରୁଥିଲେ। ସମସ୍ତଙ୍କ ଆଖି ଆଗରେ ଚଳପ୍ରଚଳ ହେଉଥିଲେ। ଆମେରିକା ଓ ଆଫଗାନିସ୍ତାନ ସୈନ୍ୟମାନେ ତାଙ୍କୁ ଧରିବାକୁ ବହୁବାର ଚଢଉ କରିଛନ୍ତି। କିନ୍ତୁ ସବୁଧର ସେ ଖସିଯିବାରେ ସଫଳ ହୋଇଥିଲେ ବୋଲି କହିଛନ୍ତି ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ। ଗତମାସରେ ତାଲିବାନ କାବୁଲ ଦଖଲ କରିବା ପରେ ପ୍ରାୟ ଏକ ଦଶନ୍ଧି ବ୍ୟବଧାନରେ ପ୍ରଥମ ଥର ପାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରି ମୁଜାହିଦ କହିଛନ୍ତି, ତାଙ୍କ ଶତ୍ରୁପକ୍ଷର ନାକ ତଳେ ସେ କାବୁଲରେ ହିଁ ବାସ କରୁଥିଲେ।

ଦୀର୍ଘବର୍ଷ କାଳ ଲୁଚିଛପି ନିଜର କାର୍ଯ୍ୟକଳାପ ଜାରି ରଖିଥିବା ମୁଜାହିଦ ସ୍ୱୀକାର କରିଥିଲେ ଯେ ସେ ପାକିସ୍ତାନର ନୋ÷ସୋରାରେ ଥିବା ହକାନିଆ ସେମିନାରୀରେ ଶିକ୍ଷା ଲାଭ କରିଥିଲେ। ତାହାକୁ ଆନ୍ତର୍ଜାତିକ ମହଲରେ ତାଲିବାନ ବିଶ୍ୱବିଦ୍ୟାଳୟ ବା ଜିହାଦ ବିଶ୍ୱବିଦ୍ୟାଳୟ ଆଖ୍ୟା ଦିଆଯାଇଛି। ଆମେରିକା ଓ ଆଫଗାନ ସୈନ୍ୟମାନେ ଭାବିଥିଲେ ଯେ ସେ ଆଉ ନାହାନ୍ତି। ତଥାପି ସେମାନେ ବାରମ୍ବାର ତାଙ୍କୁ ଖୋଜିବାକୁ ଚଢଉ କରିଥିଲେ। ଦି ଏକ୍ସପ୍ରେସ ଟ୍ରିବ୍ୟୁନକୁ ସାକ୍ଷାତକାର ଦେଇ ମୁଜାହିଦ କହିଛନ୍ତି, ସେମାନଙ୍କ ଚଢଉରୁ ସେ ଅନେକ ଥର ଖସିଯାଇଛନ୍ତି। ସେ ସାରା ଆଫଗାନିସ୍ତାନରେ ଅବାଧରେ ଚଳପ୍ରଚଳ କରିଛନ୍ତି। କାବୁଲରେ ସେ ଦୀର୍ଘକାଳ ରହିଥିଲେ ଏବଂ ସମସ୍ତଙ୍କ ଆଖି ଆଗରେ ବାସ କରୁଥିଲେ। ତାଲିବାନର ସମ୍ମୁଖଭାଗ ଯୋଦ୍ଧାଙ୍କ ସହିତ ମଧ୍ୟ ସେ ଯୋଗାଯୋଗ କରୁଥିଲେ ଏବଂ ସେମାନଙ୍କୁ ତାଜା ସୂଚନା ପହଞ୍ଚାଉଥିଲେ। ଦୀର୍ଘବର୍ଷ ଲୁଚିଛପି ରହିଥିବାରୁ ଅନେକ ମନେ କରୁଥିଲେ ଯେ ତାଲିବାନର ହୁଏତ ଏକାଧିକ ମୁଖପାତ୍ର ଥାଇପାରନ୍ତି। ଆମେରିକା ସୈନ୍ୟମାନେ ଅନେକ ଥର ତାଙ୍କ ସମ୍ପର୍କରେ ସୂଚନା ପାଇବା ପାଇଁ ସ୍ଥାନୀୟ ଲୋକଙ୍କୁ ପ୍ରଲୋଭିତ କରିଥିଲେ। ସମ୍ଭବତଃ ସେହି ଆଧାରରେ ସେମାନେ ଅନେକ ଥର ଚଢଉ କରିଥବଲେ, କିନ୍ତୁ ସବୁଥର ସେ ଖସି ଯାଇଥିଲେ। ମୁଜାହିଦ କହିଥିଲେ ଯେ ତାଙ୍କର ପୂର୍ବ ମୁଖପାତ୍ର ଗିରଫ ହେବାପରେ ସେ ତାଲିବାନର ମୁଖପାତ୍ର ହୋଇଥିଲେ। ତାଲିବାନର ପ୍ରତିଷ୍ଠାତା ମୁଲା ଓମାରଙ୍କୁ ସେ କେବେ ଦେଖିନଥିବା ମୁଜାହିଦ କହିଛନ୍ତି। ତେବେ ସେ ଶେଖ ମନସୁର ଓ ଶେଖ ହେବାତୁଲ୍ଲାଙ୍କ ସହିତ କାର୍ଯ୍ୟ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories