www.samajalive.in
Monday, December 8, 2025
27.1 C
Bhubaneswar

ପତ୍ନୀଙ୍କ ଇଚ୍ଛା ପୂରଣ କରିବାକୁ ପତି ଚୋରାଇଲା ସ୍କୁଟି; ଧରାପଡ଼ି ଗଲା ଜେଲ

ଅଲୱାର୍ : ନିଜ ପତ୍ନୀଙ୍କ ଇଚ୍ଛା ପୂରଣ କରିବା ପାଇଁ, ଜଣେ ବ୍ୟକ୍ତି ସ୍କୁଟି ଏକ ସ୍କୁଟି ଚୋରି କରି ଧରା ପଡ଼ିବା ଘଟଣା ଅଲୱାର ପୁଲିସକୁ ଚକିତ କରିଛି । କେବଳ ସେତିକି ନୁହେଁ, ଏଥିପାଇଁ ପୁଲିସ ସମ୍ପୃକ୍ତ ଚୋରକୁ କଠୋର ଦଣ୍ଡ ଦେବାକୁ ଅଦାଲତକୁ ସୁପାରିସ କରିଛି ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଂପୃକ୍ତ ଯୁବକଙ୍କ ପତ୍ନୀ ଏକ ସ୍କୁଟି ଲାଗି ଜିଦ୍ ଧରିଥିଲେ । ହେଲେ ସ୍ବାମୀଙ୍କ ପାଖରେ ସ୍କୁଟି କିଣିବାକୁ ଟଙ୍କା ନ ଥିଲା । ତେଣୁ ସେ ପରିବା ବଜାରରେ ପହଞ୍ଚିଥିଲେ ଓ ସେଠାରୁ ଏକ ସ୍କୁଟି ଚୋରି କରି ଘରକୁ ନେଇ ଆସିଥିଲେ । ଏହାର ନମ୍ବର ବଦଳାଇ ନିଜ ପତ୍ନୀଙ୍କୁ ଚଳାଇବାକୁ ଦେଇଥିଲେ । ସ୍ବାମୀ ଆଣି ଦେଇଥିବା ସ୍କୁଟି ଚଢ଼ି ମହିଳା ଜଣକ ଚକ୍କର ଲଗାଉଥିବାବେଳେ ଜଣେ କନଷ୍ଟେବଳଙ୍କ ନଜରରେ ପଡ଼ିଥିଲେ । ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ସ୍କୁଟିର ନମ୍ବର ଗଡ଼ବଡ଼ ହୋଇଥିବା ଲାଗିଲା । ସେ ଯେତେବେଳେ ଏହାକୁ ଯାଞ୍ଚ କଲେ ସବୁକଥା ଜଣାପଡ଼ିଲା । ଶେଷରେ ସ୍କୁଟି ଚୋର ସ୍ବାମୀ ଓ ତାଙ୍କର ପତ୍ନୀଙ୍କୁ ପୁଲିସ ଗିରଫ କରିଛି ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories