www.samajalive.in
Saturday, December 6, 2025
26.1 C
Bhubaneswar

ରୋଷେଇ ଘରେ ଅସରପା ହେଉଛି କି ? ବାସ୍ତୁ ଅନୁଯାୟୀ କରନ୍ତୁ ଏହି ଉପାୟ

ସାଧାରଣତଃ ବହୁତ ସମୟରେ ଏପରି ହୁଏ ରୋଷେଇ ଘରକୁ ଯେତେ ସଫା ସୁତୁରା ରଖିଲେ ମଧ୍ୟ ସେଠାରେ ଅସରପା ଦେଖାଦେଇଥାଏ। ଏନେଇ ଆମେ ବ୍ୟସ୍ତ ବିବ୍ରତ ହେବା ସହ ତାକୁ ଘଉଡ଼ାଇବା ପାଇଁ ଅନେକ ଉପାୟ ଅବଲମ୍ବନ କରିଥାଆନ୍ତି। ହେଲେ ଏହା ହୁଏତ ଆପଣ ଜାଣି ନଥିବେ, ବାରମ୍ବାର ସଫା ସୁତୁରା ପରେ ମଧ୍ୟ ଯଦି ଆପଣଙ୍କ ରୋଷେଇ ଘରେ ଅସରପା କିମ୍ବା ଅନ୍ୟ କୀଟ ନଜର ଆସୁଛି ତେବେ ଏହାର କାରଣ ଆପଣଙ୍କ ଘରର ବାସ୍ତୁଦୋଷ ହୋଇଥାଇପାରେ। ତେବେ ଚାଲନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରେ ଅସରପା ନହେବା ପାଇଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ –

-ବାସ୍ତୁ ଅନୁଯାୟୀ ଘରର ଦକ୍ଷିଣ-ପୂର୍ବ ବା ଉତ୍ତର-ପଶ୍ଚିମ ଦିଗରେ ରୋଷେଇ ଘର ରହିବା ଆବଶ୍ୟକ।
-ଅସରପାକୁ ରୋଷେଇ ଘରୁ ଦୂରରେ ରଖିବା ପାଇଁ କୋଠରୀ ମଧ୍ୟକୁ ସଠିକ୍ ପରିମାଣର ଆଲୋକ ଆସିବା ଜରୁରୀ। ଯଦି ଆପଣଙ୍କ ରୋଷେଇ ଘରେ ଦିନ ସମୟରେ ସଠିକ୍ ପରିମାଣର ଆଲୋକ ଆସୁଛି ତେବେ ଜାଣନ୍ତୁ ଆପଣଙ୍କ ବାସ୍ତୁ ଶତ ପ୍ରତିଶତ ସଠିକ୍ ରହିଛି।
-ସବୁବେଳେ ରୋଷେଇ ଘରକୁ ସଠିକ୍ ଭାବେ ସଫା ସୁତୁରା ରଖିବା ଉଚିତ। ରୋଷେଇ ଘର ଯେତେ ଭଲ ଭାବେ ସଫାସୁତୁରା ରହିବ ଘରେ ସେତେ ଧନ ବୃଦ୍ଧି ହେବ।
-ସେହିପରି ରୋଷେଇଘରର ଦକ୍ଷିଣ ଦିଗରେ ଡଷ୍ଟବିନକୁ ରଖିବା ଉଚିତ୍। ଏଥିସହିତ ଏହାକୁ ସବୁଦିନ ସଫାସୁତୁରା ମଧ୍ୟ ରଖନ୍ତୁ।
-ବାସ୍ତୁଅନୁଯାୟୀ, ସିଙ୍କ୍ ର ସ୍ଥାନ ସବୁବେଳେ ଗ୍ୟାସ ସିଲିଣ୍ଡରରୁ ଦୂରେଇ ରଖନ୍ତୁ। ଗ୍ୟାସ ଏବଂ ଚୂଲା ରୋଷେଇ ଘରେ ପୂର୍ବ ଦିଗକୁ ରହିଥିବା ବେଳେ ସେହି ପାଖାପାଖି ମାଇକ୍ରୋୱେଭ୍ ରଖନ୍ତୁ। ଏହାକୁ ବାସ୍ତୁ ହିସାବରେ ଶୁଭ କୁହାଯାଇଥାଏ।
-ଅସରପାକୁ ଦୂରେଇବାକୁ ଚାହୁଁଥିଲେ ରୋଷେଇ ଘରେ କୌଣସି ପ୍ରକାରର ଲିକେଜ୍ ହେଉଥିଲେ ତାହାକୁ ତୁରନ୍ତ ଠିକ୍ କରାନ୍ତୁ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories