ମେଷ : ଆୟ ଆଶାନୁରୂପ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଯାନ-ବାହନ ସୁଖ ମିଳିବ। ସରକାରୀ ସ୍ତରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି।
ବୃଷ : ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। କ୍ରୋଧ ସମ୍ବରଣ କଲେ ଜନାଦ୍ରୁତ ହେବେ। ଉତ୍ତମା ରମଣୀ ଯୁକ୍ତ ହେବେ। ଯଶସ୍ବୀ ହେବେ। ସର୍ବତ୍ର ବିଜୟ ଲାଭ କରିବେ।
ମିଥୁନ : ଉପଯୁକ୍ତ ପରାମର୍ଶଦାତା ହେବେ। ସ୍ବୀକୃତିସମ୍ପନ୍ନ ହୋଇପାରନ୍ତି। ସକଳ ଶାସ୍ତ୍ରଜ୍ଞାତା ଓ ବ୍ରତକର୍ତ୍ତା ହେବେ। ଦେବଦ୍ବିଜ ପରାୟଣ ହେବେ। ଅଧିକ କ୍ଷମତା ମିଳିବ ଓ ତା’ର ସଦ୍ ବ୍ୟବହାର କରିପାରନ୍ତି।
କର୍କଟ : କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଶୁଭକାର୍ଯ୍ୟ ସମ୍ପାଦିତ ହେବ। ଗୁଣବାନ୍ ଓ କୀର୍ତ୍ତିମାନ୍ ହେବେ।
ସିଂହ : କର୍ତ୍ତବ୍ୟନିଷ୍ଠ ହେବେ। ଧନବାନ୍ ହୋଇପାରନ୍ତି। ମହିଳା ଗୋଷ୍ଠୀର ନେତୃତ୍ବ ନେବେ। ପତ୍ନୀଙ୍କ ଧନରେ ଧନୀ ହୋଇପାରନ୍ତି। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବ ଓ ଭାଗ୍ୟଶାଳୀ ହେବେ।
କନ୍ୟା : ଶତ୍ରୁ ବିନାଶ କରିବାରେ ପାରଙ୍ଗମ ହେବେ। ଧନଭୋଗର ସୂଚନା ମିଳୁଛି। ଐଶ୍ବର୍ଯ୍ୟ ପ୍ରାପ୍ତ ହେବେ। ତେଜୀୟାନ୍ ହେବେ। ଶୁଭକାର୍ଯ୍ୟ ବର୍ଜନୀୟ। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ।
ତୁଳା : ଦଳ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମଳିବ। ପୁତ୍ର ସୁଖରେ ସୁଖୀ ହେବେ। ଧନ ଓ ବାହନ ସହ ବାକ୍ ପଟୁ ହେବେ।
ବିଛା : ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ସମ୍ପାଦିତ ହେବ। ଋଣ ପରିଶୋଧ କରିବାରେ ସକ୍ଷମ ହେବେ। କ୍ଷମତାଶୀଳ ହୋଇପାରନ୍ତି।
ଧନୁ : ବିଭିନ୍ନ ମୂଲ୍ୟବାନ୍ ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସେବାପ୍ରିୟ ହେବେ। ମାନସମ୍ମାନ ଯୁକ୍ତ ହୋଇପାରନ୍ତି।
ମକର : ଯାନ-ବାହନ ସୁଖ ମିଳିବ। ଗୃହ ପରିବେଶ ଉତ୍ତମ ମାନର ହେବ। ପରିଶ୍ରମର ମୂଲ୍ୟ ମିଳିବ। ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହୋଇପାରନ୍ତି। ଧନଶାଳୀ ହେବେ। ବୃଦ୍ଧାବସ୍ଥା ଥିଲେ ଧନହୀନ ହୋଇପାରନ୍ତି।
କୁମ୍ଭ : ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଦେବ ଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍ ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। କାବ୍ୟ ଶାସ୍ତ୍ରାନୁରକ୍ତ ହେବେ।
ମୀନ : ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ତ୍ୟାଗଶୀଳ ହେବେ। ମତିମାନ୍ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ରାଜପୂଜା ମିଳିବ। ଦୀକ୍ଷାନୁରକ୍ତ ହୋଇପାରନ୍ତି। ସୁବକ୍ତାଭାବେ ଲୋକପ୍ରିୟତା ଅର୍ଜନ କରିବେ।