www.samajalive.in
Sunday, December 7, 2025
15.1 C
Bhubaneswar

ପ୍ରଶାସନିକ କଟକଣା ଯୋଗୁଁ ଶ୍ରଦ୍ଧାଳୁ ନିରାଶ; ଗୋପାଳପୁରରେ ଫିକା ପଡିଲା ତିଳ ସପ୍ତମୀ ବୁଡ଼ 

ଗୋପାଳପୁର : ପ୍ରଶାସନିକ କଟକଣା ଯୋଗୁଁ ଗୋପାଳପୁର ବେଳାଭୂମିରେ ସୋମବାର ସକାଳେ ଶ୍ରଦ୍ଧାଳୁ ମାନେ ବୁଡ ପକାଇବାକୁ ନ ଆସିବାରୁ ତିଳ ସପ୍ତମୀ ବୁଡ଼ ଫିକା ପଡିବା ସହ ଜନଶୂୂୂୂନ୍ୟ  ଥିବା ଦେଖିବାକୁ ମିଳିଥିଲା । କରୋନାର ତୃତୀୟ ଲହରର କଟକଣାକୁ ନଜରରେ ରଖି ସ୍ଥାନୀୟ ପୁଲିସ ପକ୍ଷରୁ ଗୋପାଳପୁର କଲେଜ ଛକ ନିକଟରେ ରବିବାର ରାତ୍ର ୧୦ଘଣ୍ଟା ଠାରୁ ସୋମବାର ୧୨ଟା ପର୍ଯ୍ୟନ୍ତ ବେଳାଭୂମିକୁ ସମ୍ପୂର୍ଣ୍ଣ ବାରଣ କରିଥିଲା ଏବଂ ସମୁଦ୍ର ରେ ବୁଡ ପକାଇବାକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ଫେରିଯିବାକୁ କୁହା ଯାଉଥିଲା। ଯାହା ଫଳରେ ବେଳାଭୂମିକୁ ସପ୍ତମୀ ବୁଡ଼ ପାଇଁ ଆସିଥିବା ଭକ୍ତ ମାନଙ୍କୁ ନିରାଶ ହୋଇ ସେଠାରୁ ଫେରିବାକୁ ପଡିଥିଲା । ତେଣୁ ସକାଳେ ଭକ୍ତ ନ ଆସିବାରୁ ବେଳାଭୂମି ଖାଁ ଖାଁ ରହିଥିବା ବେଳେ କଟକଣା କୋହଳ ପରେ ସନ୍ଧ୍ୟାରେ ପର୍ଯ୍ୟଟକ ଓ ଆଖପାଖ ଅଂଚଳର ଲୋକେ ବେଳାଭୂମି ମୁହାଁ ହୋଇଥିବାରୁ ବେଳାଭୂମି ଗହଳି ରହିଥିବା ଦେଖିବାକୁ ମିଳିଥିଲା । ପ୍ରଶାସନର ପ୍ରତ୍ୟେକ ପୂଜା ପର୍ବରେ ପର୍ଯ୍ୟଟକଙ୍କୁ ବେଳାଭୂମିକୁ ବାରଣ କରୁଥିବାରୁ ବେଳାଭୂମି ଉଠା ଦୋକାନୀ କରି ପରିବାର ପ୍ରତିପୋଷଣ କରୁଥିବା ବେପାରୀ ମାନଙ୍କ ବ୍ୟବସାୟ ଭଲ ହେଉନଥିବା କିଛି ବ୍ୟବସାୟୀ ପ୍ରକାଶ କରିଛନ୍ତି । ଏଣୁ ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ଏଥି ପ୍ରତି ନଜର ଦେବା ସହ ବେଳାଭୂମି ପ୍ରବେଶର କଟକଣାକୁ କୋହଳ କରିବାକୁ ସେମାନେ ଦାବି ଜଣାଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories