www.samajalive.in
Sunday, December 7, 2025
15.1 C
Bhubaneswar

ମାର୍ଚ୍ଚ ୩୧ ପୂର୍ବରୁ ଆର୍ଥିକ ବର୍ଷର ଖର୍ଚ୍ଚ ପ୍ରକ୍ରିୟା ସାରିବାକୁ ନିର୍ଦେଶ ; ଦେଣନେଣ, ଆବଣ୍ଟନ ଅବଧି ଘୁଞ୍ଚିଲା

ଭୁବନେଶ୍ୱର : ଆର୍ଥିକ ବର୍ଷର ଶେଷ ପର୍ଯ୍ୟାୟରେ ତରବରିଆ ଭାବେ ଖର୍ଚ୍ଚ ବ୍ୟବସ୍ଥାକୁ ଏଡ଼ାଇବା ନିମନ୍ତେ ପୂର୍ବରୁ ଅର୍ଥ ବିଭାଗ ପକ୍ଷରୁ ଆର୍ଥିକ ଆବଣ୍ଟନ, ବଜେଟରେ ଖର୍ଚ୍ଚ ହୋଇପାରୁ ନଥିବା ପାଣ୍ଠି ସମର୍ପଣ ଏବଂ ପାଣ୍ଠି ଉଠାଣ ପାଇଁ ଧାର୍ଯ୍ୟ ଅବଧି ବିତିଯାଇଥିଲେ ହେଁ କେତେକ ବିଭାଗ ଧାର୍ଯ୍ୟ ସମୟରେ ଏହାର ଅନୁପାଳନ କରି ନାହାନ୍ତି। ଏଥିନେଇ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ କ୍ଷୋଭ ପ୍ରକାଶ କରିବା ସହିତ ଆର୍ଥିକ ଦେଣନେଣ ବିବରଣୀ ଦାଖଲ ପାଇଁ ସମୟ ଘୁଞ୍ଚାଇଛନ୍ତି। ପ୍ରଶାସନିକ ବିଭାଗଗୁଡ଼ିକ ଫେବୃଆରୀ ୨୫ ସୁଦ୍ଧା ପାଣ୍ଠି ମଞ୍ଜୁରି ପାଇଁ ନିର୍ଦେଶାବଳି ଜାରି କରିବାକୁ କହିଛନ୍ତି। ସେହିପରି ଆସନ୍ତା ୨୫ ତାରିଖ ସୁଦ୍ଧା ପୁନଃବ୍ୟୟମଞ୍ଜୁରୀ ପାଣ୍ଠି, ଆବଣ୍ଟିତ ଅର୍ଥ ଦାଖଲ, ଟ୍ରେଜେରି ପୋର୍ଟାଲକୁ ଆଲର୍ଟମେଣ୍ଟ ତଥ୍ୟ ଅନଲାଇନ (ସଞ୍ଚାର)ରେ ପଠାଇବାକୁ କୁହାଯାଇଛି। ସମସ୍ତ ଅବ୍ୟବହୃତ ପାଣ୍ଠି ୨୮ତାରିଖ ସୁଦ୍ଧା ଦାଖଲ କରିବାକୁ ଅବଗତ କରାଯାଇଛି। ଏ ସମ୍ପର୍କରେ ଅର୍ଥ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଆୟୋଗ ତଥା ସଚିବ, ସ୍ୱତନ୍ତ୍ର ସଚିବ ଏବଂ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖାଯାଇଛି।
ଆସନ୍ତା ମାର୍ଚ୍ଚ ୯ ଓ ୧୫ ସୁଦ୍ଧା ପାଣ୍ଠି ଉଠାଣ ନିମନ୍ତେ ଟ୍ରେଜେରିରେ ବିଲ୍‌ ଦାଖଲ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ବଜେଟ ପାଣ୍ଠି କୌଣସି ପରିସ୍ଥିତିରେ ସିଭିଲ ଡିପୋଜିଟ ହସ୍ତାନ୍ତର ନକରିବାକୁ ଅନୁମତି ମିଳିବ ନାହିଁ ବୋଲି ଚେତାଇ ଦିଆଯାଇଛି। ଟ୍ରେଜେରିରୁ ସିଭିଲ ଡିପୋଜିଟକୁ ଟଙ୍କା ହସ୍ତାନ୍ତର ପ୍ରକ୍ରିୟା ସବୁ ସ୍ତରରେ ନିଷେଧ କରାଯାଇଛି। ଏଥିରେ ବ୍ୟତିକ୍ରମ ଘଟିଲେ ଡିଡିଓ ଏବଂ କଣ୍ଟ୍ରୋଲିଂ ଅଧିକାରୀ ଦାୟୀ ରହିବେ ବୋଲି ସତର୍କ କରିଦିଆଯାଇଛି। ୨୦୨୨ ମାର୍ଚ୍ଚ ୩୧ ରାତି ୧୨ଟା ସୁଦ୍ଧା ୨୦୨୧-୨୨ ଆର୍ଥିକ ବର୍ଷ ଶେଷ ହେଉଥିବାରୁ ଏହି ବର୍ଷ ପାଇଁ ଆଉ କୌଣସିପ୍ରକାର ଆର୍ଥିକ ଦେଣନେଣ ବା ଆବଣ୍ଟନ ବ୍ୟବସ୍ଥାକୁ ପ୍ରଶ୍ରୟ ନଦେବା ପାଇଁ ସମନ୍ୱିତ ଆର୍ଥିକ ପରିଚାଳନା ବ୍ୟବସ୍ଥା (ଆଇଏଫଏମଏସ) ଜରିଆରେ ସବୁ କାରବାର ସ୍ୱୟଂଚାଳିତ ଉପାୟରେ ବନ୍ଦ କରିଦିଆଯିବା ବ୍ୟବସ୍ଥା ରହିଛି। ଏହି ସମୟ ପରେ ବଜେଟ ସଂକ୍ରାନ୍ତ ଅନ୍ୟ କୌଣସି ଆର୍ଥିକ କାରବାର ଆଉ ସମ୍ଭବ ହେବ ନାହିଁ। ତେଣୁ ଧାର୍ଯ୍ୟ ସମୟ ପୂର୍ବରୁ ସମସ୍ତ କାରବାର ଶେଷ କରିବାକୁ ଅଧିକାରୀଙ୍କୁ ସୂଚନା ଦିଆଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories