www.samajalive.in
Sunday, December 7, 2025
16.1 C
Bhubaneswar

ମଙ୍ଗଳବାର ରାଶିଫଳ (୨୦ ଜୁନ)

ମେଷ : ରୋଜଗାର ଆଶାନୁରୂପ ହେବ। ସରକାରୀ ସୂତ୍ରରୁ କିମ୍ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହୋଇପାରନ୍ତି। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

ବୃଷ : ବିବାଦୀୟ ବିତର୍କରେ ଭାଗ ନ ନେଇ ନିିରବ ଦର୍ଶକ ସାଜିପାରନ୍ତି। ନାନା ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ସାଧନା ପାଇଁ ନିିରୋଳା ସ୍ଥାନକୁ ବାଛିନେଇ ପାରନ୍ତି। ସ୍ନେହପୂର୍ଣ୍ଣ ଭାଷାରେ ପରକୁ ଆପଣାର କରିବେ।

ମିଥୁନ : ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଗୁଣଜ୍ଞ ହେବେ।

କର୍କଟ : କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିିିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ସରକାରୀ ଅର୍ଥ ମିଳିପାରେ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ।

ସିଂହ : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ପ୍ରାପ୍ତ ହେବାର ସୂଚନା ମିଳୁଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଧନବାନ୍‌ ହେବେ। ମହିଳାମାନଙ୍କ ପ୍ରିୟପାତ୍ର ହେବେ।

କନ୍ୟା : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆର୍ଥିକ ସ୍ଥିତିର ଅବନତି ଘଟିପାରେ। ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିପାରନ୍ତି। ଜଳଯାତ୍ରା ନ କରିବା ଭଲ। ରାତି ୯ଟା ୮ ମିନିଟ୍‌ ପର୍ଯ୍ୟନ୍ତ ସତର୍କରେ ଚଳିବେ।

ବିଛା : ଶତ୍ରୁପକ୍ଷଙ୍କୁ କଥାରେ, କାର୍ଯ୍ୟରେ ଓ ବୀରତ୍ବ ପ୍ରଦର୍ଶନରେ ପରାଜିତ କରିବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଭ୍ରାତୃବର୍ଗ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବେ।

ଧନୁ : ନାନା ଶାସ୍ତ୍ର ଅଧ୍ୟୟନ କରି ତା’ର ନିର୍ଯାସକୁ କର୍ମକ୍ଷେତ୍ରରେ ବିନିଯୋଗ କରିପାରନ୍ତି। ଏକ ନିର୍ଦିଷ୍ଟ ସଂସ୍ଥାରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପତ୍ନୀଙ୍କ ସହାୟତା ଅଧିକାଂଶ କ୍ଷେତ୍ରରେ ଫଳପ୍ରଦ ହେବ।

ମକର : ପରିଶ୍ରମ ଅତ୍ୟନ୍ତ କଠିନ ହୋଇପାରେ; ମାତ୍ର ତା’ର ମୂଲ୍ୟ ମିଳିବ। ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିବାର ସମ୍ଭାବନା ଅଛି। ଅନୁଜମାନଙ୍କ ଆନୁଗତ୍ୟ ଆପଣଙ୍କ ପାଇଁ ପ୍ରେରଣାଦାୟୀ ହେବ।

କୁମ୍ଭ : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଦେବ ଦର୍ଶନର ସୁଯୋଗ ସୃଷ୍ଟି ହୋଇଛି। ଉପୁଜିଥିବା ଅଶାନ୍ତିର ଅବସାନ ଘଟିବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି।

ମୀନ : ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିଜ୍ଞ ହେବେ। ବିବିଧ ଧନଯୁକ୍ତ ହେବାର ସୂଚନା ମିଳୁଛି। ଚଞ୍ଚଳମନା ହୋଇପାରନ୍ତି। ଅତି ସୁଖୀ ଓ କୀର୍ତ୍ତିମାନ୍‌ ହେବେ। ସହିଷ୍ଣୁ, ରୂପବାନ୍‌ ହେବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories