www.samajalive.in
Monday, December 8, 2025
17.1 C
Bhubaneswar

ନୂଆବର୍ଷ-୨୦୨୨ : କେମିତି ରହିବ ଆପଣଙ୍କ ଭାଗ୍ୟ

ମେଷ : ଚଳିତ ବର୍ଷ ଗ୍ରହମାନଙ୍କର ଗୋଚର ଫଳ ଅନୁସାରେ ବର୍ଷର ପ୍ରଥମାର୍ଦ୍ଧରେ ଆଖିଦୃଶିଆ ଉନ୍ନତି ସଙ୍ଘଟିତ ହେବ। କର୍ମ କ୍ଷେତ୍ରରେ ଓ ବ୍ୟବସାୟରେ ଆୟ ବୃଦ୍ଧି ଘଟିବ । ନୂତନ ଆୟର ପନ୍ଥା ଗ୍ରହଣ କରିପାରନ୍ତି। ବେକାର ଯୁବକ ଯୁବତୀମାନେ ଜାନୁଆରୀରୁ ଏପ୍ରିଲ ମାସ ଓ ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ କର୍ମସଂସ୍ଥାନ ପାଇଁ ଚେଷ୍ଟା କରିବା ଉଚିତ। କର୍ମକ୍ଷେତ୍ରରେ ପଦୋନ୍ନତି ପ୍ରାପ୍ତ ସହ ସ୍ଥାନାନ୍ତରିତ ହୋଇପାରନ୍ତି। ଅବିବାହିତ ପୁରୁଷ ଓ କନ୍ୟାଙ୍କର ବିବାହ ସଂଘଟିତ ହୋଇପାରେ। କୌଣସି ପୁଞ୍ଜି ଲଗାଣ ପାଇଁ ଜାନୁଆରୀରୁ ଏପ୍ରିଲ ମାସ ମଧ୍ୟରେ ଆପଣ ନିଷ୍ପତ୍ତି ନେଇପାରନ୍ତି । ନଭେମ୍ବର ମାସ ଶେଷ ସପ୍ତାହରୁ ଜଗି ରଖି ଚଳିବା ଉଚିତ । ପାରିବାରିକ ଦୃଷ୍ଟିକୋଣରୁ ବର୍ଷଟି ମଧ୍ୟମ ଫଳ ପ୍ରଦାନ କରିବ । ଦୃଢ଼ ଇଚ୍ଛାଶକ୍ତି ଓ ନିୟମିତ ଉଦ୍ୟମ ପ୍ରତିଷ୍ଠା ଆଣିଦେଇପାରେ। ଡିସେମ୍ବର ମାସରୁ ଜଗିରଖି ଚଳିବେ । ମାନସିକ ଦୁଶ୍ଚିନ୍ତା ଦେଖାଦେଇପାରେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ତ୍ର ଜପ କରନ୍ତୁ ।

ବୃ​ଷ :​‌ ଏ ବର୍ଷ କର୍ମ କ୍ଷେତ୍ରରେ ଓ ବ୍ୟବସାୟରେ ସମସ୍ୟା ଲାଗିକି ରହିବ। କର୍ମରେ ଓ କର୍ମକ୍ଷେତ୍ରରେ ପରିବର୍ତ୍ତନ, ଉତ୍ପାଦନ ହ୍ରାସ, ଅର୍ଥନୈତିକ ଅନିୟମିତତା ଆପଣଙ୍କୁ ବୃତ୍ତିଗତ କ୍ଷେତ୍ରରେ କିଛିଟା ନୂତନ ନିଷ୍ପତ୍ତି ନେବା ପାଇଁ ବାଧ୍ୟ କରିପାରେ। ଶିକ୍ଷା, ଗବେଷଣା ଓ ପ୍ରକାଶନ କ୍ଷେତ୍ରରେ ସଫଳତା ଏପ୍ରିଲ ମାସଠାରୁ ଅଗଷ୍ଟ ମାସ ମଧ୍ୟରେ ମିଳିପାରେ। ଡିସେମ୍ବର ମାସରୁ ଆର୍ଥିକ ଉନ୍ନତି ସଂଘଟିତ ହେବ। ଭୂମି, ଗୃହ, କୃଷି ପୈତୃକ ସମ୍ପତ୍ତିରୁ ଅର୍ଥପ୍ରାପ୍ତ ହୋଇପାରେ। କର୍ମକ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି। ବର୍ଷର ପ୍ରଥମାର୍ଦ୍ଧରେ ବହୁ ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ଆପଣଙ୍କର ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା ବହୁ ବିପତ୍ତିରୁ ରକ୍ଷା କରିପାରେ। ମାତାପିତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟିତ ହେବ। ପୈତୃକ ବ୍ୟବସାୟକୁ ନେଇ ସମସ୍ୟା ଦେଖାଦେଇପାରେ। ବିଦେଶ ଯାତ୍ରା କରିବା ଏତେଟା ସଫଳତା ପ୍ରଦାନ କରିବ ନାହିଁ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

ମିଥୁନ : ବର୍ଷର ପ୍ରଥମାର୍ଦ୍ଧରେ ଗ୍ରହମାନଙ୍କର ଗୋଚର ଫଳ ଆପଣଙ୍କୁ ବହୁ କ୍ଷେତ୍ରରେ ପ୍ରତିଷ୍ଠା ପ୍ରଦାନ କରିବ। ଗୃହ, ଭୂମି, ଯାନବାହନ କ୍ରୟ କରିପାରନ୍ତି। ପ୍ରେମରେ ସଫଳତା ଲାଭ କରିବେ। ବୈବାହିକ ସମସ୍ୟା ଦୂରୀଭୂତ ହେବ। ବେକାର ଯୁବକ ଯୁବତୀମାନେ କର୍ମପ୍ରାପ୍ତି କରିପାରନ୍ତି। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ସାମାଜିକ ପ୍ରତିଷ୍ଠା ଲାଭ ହେବ। ମାଇ ମାସଠାରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ଜଗିରଖି ଚଳିବା ଉଚିତ। କର୍ମ ବନ୍ଧନର ଯୋଗ ପ୍ରାପ୍ତ ହୋଇପାରେ। ଠକାମିର ଶିକାର ​ହୋଇପାରନ୍ତି । ଅଣ୍ଟା ଓ ଗୋଡ଼ରେ ଯନ୍ତ୍ରଣା ଦେଖାଦେଇପାରେ। ପରେ ସମୟର ଅନୁକୂଳତା ଲାଭ ହେବ। ପ୍ରତିଯୋଗିତାରେ ବିଜୟୀ ହେବେ। ନୂତନ ନିଯୁକ୍ତି ମିଳିପାର। ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ଆଧ୍ୟାତ୍ମିକ ଚେତନା ବୃଦ୍ଧି ଘଟିବ। ପାରିବାରିକ ଆନନ୍ଦ ଲାଭ କରିବେ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ। ସେୟାର ବଜାରରୁ ଲାଭବାନ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ ତ୍ରିପୁରା ସୁନ୍ଦରୀଙ୍କ କବଚ ପାଠ କରନ୍ତୁ।

କର୍କଟ : ଚଳିତ ବର୍ଷ କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ସାବଧାନତା ଅବଲମ୍ବନ କରିବେ । ସାମାଜିକ ପ୍ରତିଷ୍ଠା କ୍ଷୁଣ୍ଣ ହୋଇପାରେ। ଆର୍ଥିକ ଅନଟନ ଲାଗି ରହିବ। ପାକସ୍ଥଳୀ, ତଣ୍ଟି, ଦନ୍ତ ଓ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଲଗି ରହିବ । ଆଇନ ବ୍ୟବସାୟ, ଲୌହ, ଘର ତିଆରି ଉପକରଣ ଓ ତୈଳ ଜାତୀୟ ଦ୍ରବ୍ୟ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ଲାଭବାନ ହେବେ । ପାରିବାରିକ ସମସ୍ୟା, ବୈବାହିକ ସମସ୍ୟା ଲାଗି ରହିବ। ପୈତୃକ ସମ୍ପତ୍ତିକୁ ନେଇ ମାଲିମକଦ୍ଦମାର ସମ୍ମୁଖୀନ ହୋଇପାରନ୍ତି । ଶତ୍ରୁ ବୃଦ୍ଧି, କର୍ମ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହ ମତଭେଦ ବହୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବ । ଛାତ୍ରଛାତ୍ରୀମାନେ ପରିଶ୍ରମ ଅନୁସାରେ ଫଳପ୍ରାପ୍ତ କରିବେ। ରାଜନୀତିଜ୍ଞମାନେ ବିରୋଧର ସମ୍ମୁଖୀନ ହେବେ। ବହୁ ସମସ୍ୟା ଲାଗି ରହିବ। ରିଷ୍ଟ ଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ ପୂଜା ସହ ମା’ଙ୍କର କବଚ ପ୍ରତିଦିନ ପାଠ କରନ୍ତୁ।

 ସିଂହ : ସିଂହ ରାଶିର ବ୍ୟକ୍ତିବିଶେଷମାନେ ଚଳିତ ବର୍ଷ ବହୁ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିବେ। ବେକାର ଯୁବକ ଓ ଯୁବତୀମାନେ ନିଯୁକ୍ତି ପାଇପାରନ୍ତି। କର୍ମ କ୍ଷେତ୍ରରେ ଓ ବ୍ୟବସାୟରେ ଲାଭବାନ ହେବେ । ନୂତନ ଜମିବାଡ଼ି କିଣାକିଣି କରିପାରନ୍ତି । ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ ସହ ତାର ସଫଳତା ପାଇଁ କ୍ଷେତ୍ର ପ୍ରସ୍ତୁତ କରିବେ। ଆୟ ବୃଦ୍ଧି ସହ ଖର୍ଚ୍ଚର ପରିମାଣ ବୃଦ୍ଧି ଘଟିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ। ନୂତନ ଗୃହ ନିର୍ମାଣ କରିପାରନ୍ତି। ପାରିବାରିକ ଆନନ୍ଦ ପ୍ରାପ୍ତ ହେବ। ଦୂରଯାତ୍ରା ସଫଳତା ପ୍ରଦାନ କରିବ। ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ସାମାନ୍ୟ ଅସୁବିଧା ଦେଖାଦେଇ ପାରେ। ପିଲାଙ୍କୁ ନେଇ ସମସ୍ୟାର ସମ୍ମୁଖୀନ ହେବେ। ଛୋଟମୋଟ ସମସ୍ୟା ଲାଗି ରହିବ। ପରବର୍ତ୍ତୀ ସମୟ ଆପଣଙ୍କ ପାଇଁ ଅନୁକୂଳ ରହିବ। ବନ୍ଧୁ ସହଯୋଗ ପ୍ରାପ୍ତ କରିବେ। ଛାତ୍ରଛାତ୍ରୀମାନେ ଆଶାନୁରୂପକ ସଫଳତା ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।

କନ୍ୟା : କନ୍ୟା ରାଶିର ବ୍ୟକ୍ତିବିଶେଷମାନେ ଚଳିତ ବର୍ଷ ମଧ୍ୟମ ସଫଳତା ଲାଭ କରିବେ। ବର୍ଷର ପ୍ରଥମାର୍ଦ୍ଧରେ କର୍ମକ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସହଯୋଗୀମାନଙ୍କର ଅସହଯୋଗ ଓ ସାମାନ୍ୟ ତ୍ରୁଟି ଆପଣଙ୍କୁ କର୍ମବନ୍ଧନର ଯୋଗପ୍ରାପ୍ତ କରାଇପାରେ । ଆର୍ଥିକ ସମସ୍ୟା, ମାନସିକ ଦୁଶ୍ଚିନ୍ତା, ପାରିବାରିକ ଅଶାନ୍ତି ଆପଣଙ୍କର ପ୍ରଗତିର ପଥରୋଧ କ ରିବ। ଯାନବାହନ ଜନିତ ସମସ୍ୟା ଦେଖାଦେଇପାରେ। ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ସମୟରେ ପରିବର୍ତ୍ତନ ଅନୁଭବ କରିବେ । ଋଣମୁକ୍ତି ପାଇଁ ପ୍ରୟାସ କରିବେ। ଅବିବାହିତ ଯୁବକ ଓ ଯୁବତୀମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ରାଜନୀତିରେ ମିଶ୍ରିତ ଫଳାଫଳ ପ୍ରାପ୍ତ ହେବ। ସ୍ତ୍ରୀ ହେତୁକ ଧନଲାଭ ହୋଇପାରେ। ଆୟ ମଧ୍ୟମ ରହିବ। ପରବର୍ତ୍ତୀ ପର୍ଯ୍ୟାୟରେ ଜଗିରଖି ଚଳିବେ। ଶାରୀରିକ ଅସୁସ୍ଥତା ବ୍ୟସ୍ତ ବିବ୍ରତ କରିପାରେ। ବିଦ୍ୟାର୍ଥୀମାନେ କର୍ମ ଅନୁରୂପ ଫଳ ପ୍ରାପ୍ତ କରିବେ। ରିଷ୍ଟ ଖଣ୍ଡନ ପାଇଁ ପ୍ରତିଦିନ ଶ୍ରୀ ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ।

ତୁଳା : ଏ ବର୍ଷ ଆପଣମାନଙ୍କ ପାଇଁ ଶୁଭଫଳ ପ୍ରାପ୍ତ ହେବ। ନୂତନ ନିଯୁକ୍ତି ମିଳିପାରେ। କର୍ମ କ୍ଷେତ୍ରରେ ପଦୋନ୍ନତି ପ୍ରାପ୍ତି ସହ ସ୍ଥାନାନ୍ତରିତ ହୋଇପାରନ୍ତି। ଲାଗି ରହିଥିବା ସମସ୍ୟା ସମାଧାନ ପାଇଁ ଚେଷ୍ଟିତ ହେବେ। ଆୟ ଅନୁକୂଳ ରହିବ​, ଅବିବାହିତ ପୁରୁଷ ଓ କନ୍ୟାଙ୍କ ପାଇଁ ବିବାହ ପ୍ରସ୍ତାବ ଧାର୍ଯ୍ୟ ହେବ। ନୂତନ ଗୃହ ନିର୍ମାଣ କରିପାରନ୍ତି। ନୀତି ଓ ଆଦର୍ଶ ଆପଣଙ୍କର ଭୂଷଣ ହେବ। ନୂତନ ଯାନବାହନ ଲାଭ ହୋଇପାରେ। କର୍ମ ପ୍ରବଣତା ଆପଣଙ୍କୁ ପ୍ରତିଷ୍ଠା ଆଣି ଦେବ। ସାମାଜିକ ପ୍ରତିଷ୍ଠା ଲାଭ କରିବେ। ଏପ୍ରିଲ ମାସରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ସମୟ ସାମାନ୍ୟ ପ୍ରତିକୂଳ ରହିବ। ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ପୈତୃକ ସମସ୍ୟାକୁ ନେଇ ବିବାଦ ଦେଖାଦେଇପାରେ। ସାମାନ୍ୟ ଆର୍ଥିକ ସମସ୍ୟା ମଧ୍ୟ ଦେଖା ଦେବ। ପରବର୍ତ୍ତୀ ପର୍ଯ୍ୟାୟରେ କର୍ମ ସନ୍ଧିତ୍ସୁ ହେବେ। ନୂତନ ବନ୍ଧୁ ଲାଭ ହେବ। ବିଦେଶ ଯାତ୍ରା କରିବାର ସୁଯୋଗ ସୃଷ୍ଟି ହେବ। ଛାତ୍ରଛାତ୍ରୀମାନେ ଦୃଢ଼ ମନୋବଳ ନେଇ କାର୍ଯ୍ୟ କରି ସଫଳତା ପାଇବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ କମଳାତ୍ମିକା ମନ୍ତ୍ର ପ୍ରତିଦିନ ଜପ କରନ୍ତୁ।

ବିଛା : ଚଳିତ ବର୍ଷ ଆପଣମାନଙ୍କ ପାଇଁ ଏତେଟା ଶୁଭଫଳ ପ୍ରଦାନ କରିବ ନାହିଁ। ବର୍ଷର ପ୍ରଥମାର୍ଦ୍ଧରେ କର୍ମ ବନ୍ଧନର ଯୋଗପ୍ରାପ୍ତ ହୋଇପାରେ। ବିଶ୍ବାସଘାତକତାର ସମ୍ମୁଖୀନ ହେବେ। ଅଶାନ୍ତି ଓ ବିଭିନ୍ନ ସମସ୍ୟା ଆପଣଙ୍କୁ ଭାରାକ୍ରାନ୍ତ କରିପାରେ। ପଡ଼ୋଶୀଙ୍କ ସହିତ ମନୋମାଳିନ୍ୟ ହୋଇପାରେ। ଅଣ୍ଟାରେ ବା ଗୋଡ଼ରେ ଆଘାତଜନିତ ସମସ୍ୟା ଆପଣଙ୍କୁ ଚିନ୍ତାରେ ପକାଇବ। ଅଯଥା ଖର୍ଚ୍ଚ ମଧ୍ୟ ବଳବତ୍ତର ରହିବ। ଠକାମିର ଶିକାର ହୋଇପାରନ୍ତି। ଏପ୍ରିଲ ୧୪ ତାରିଖରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ସମୟରେ ସାମାନ୍ୟ ପରିବର୍ତ୍ତନ ଆସିବ। ବୁଝି ବିଚାରି କାର୍ଯ୍ୟ କରି ସଫଳତା ପ୍ରାପ୍ତ କରିବେ। ଧାର୍ମିକ ଚିନ୍ତାଧାରା ଯୁକ୍ତ ହେବେ। ଆର୍ଥିକ ସମସ୍ୟା ସାମାନ୍ୟ ଦୂରୀଭୂତ ହେବ। ସ୍ତ୍ରୀଙ୍କ ସହଯୋଗ ଲାଭ କରିବେ। ପରବର୍ତ୍ତୀ ସମୟରେ ଜଗିରଖି ଚଳିବେ। ପିତାମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟିତ ହେବ। ସନ୍ତାନ ହେତୁକ ସମସ୍ୟା ଦେଖାଦେଇପାରେ। ଛାତ୍ରଛାତ୍ରୀମାନେ ଜଗିରଖି ଚଳିବେ। ରିଷ୍ଟ ଖଣ୍ଡନ ପାଇଁ ପ୍ରତିଦିନ ହନୁମାନ ଚାଳିଶା ଓ ବଜରଙ୍ଗବାଣ ପାଠ କରନ୍ତୁ।

ଧନୁ : ଧନୁ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଚଳିତ ବର୍ଷର ଗ୍ରହ ସ୍ଥୁିତି ସାଧାରଣ ଫଳ ପ୍ରଦାନ କରିବ। ବର୍ଷର ପ୍ରଥମାର୍ଦ୍ଧରେ ମାନସିକ ଦ୍ବନ୍ଦ୍ବ, ଆର୍ଥିକ ଅନଟନ, ପାରିବାରିକ ସମସ୍ୟା ଆପଣଙ୍କୁ ଅସୁବିଧାରେ ପକାଇପାରେ। କର୍ମ କ୍ଷେତ୍ରରେ ଜଗିରଖି ଚଳିବା ଉଚିତ। ଦୂରଯାତ୍ରା ସଫଳତା ପ୍ରଦାନ କରିବ ନାହିଁ। ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପକ ଲାଭ ହେବ ନାହିଁ। ଶତ୍ରୁ ଦ୍ବାରା ପରାଭୂତ ହୋଇପାରନ୍ତି। ଚିନ୍ତାଜନକ ପରିସ୍ଥିତିର ସମ୍ମୁଖୀନ ହେବେ। କଥା କର୍ମରେ ପାର୍ଥକ୍ୟ ରହିବା ଉଚିତ ନୁହେଁ, ନଚେତ୍‌ ଅସୁବିଧାରେ ପଡ଼ିବେ। ସ୍ତ୍ରୀଙ୍କର ସ୍ବାସ୍ଥ୍ୟକୁ ନେଇ ସମସ୍ୟାରେ ପଡ଼ିପାରନ୍ତି। ମଇ ମାସଠାରୁ ସେପ୍ଟେମ୍ବର ମାସ ମଧ୍ୟରେ କିଛିଟା ପରିଶ୍ରମ ଅନୁସାରେ ସଫଳତା ମିଳିପାରେ। ନିରନ୍ତର ଉଦ୍ୟମ ଆପଣଙ୍କୁ ସଫଳତା ପ୍ରଦାନ କରିବ। ଆଧ୍ୟାତ୍ମିକବାଦୀ ହେବେ। ଦୂରଯାତ୍ରା ମଧ୍ୟମ ଫଳ ଦେବ। ପରବର୍ତ୍ତୀ ପର୍ଯ୍ୟାୟରେ ଜଗିରଖି ଚଳିବା ଉଚିତ। ଛାତ୍ରଛାତ୍ରୀମାନେ ମଧ୍ୟମ ଫଳ ପ୍ରାପ୍ତ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସହସ୍ରନାମ ପାଠ କରନ୍ତୁ।

ମକର : ଚଳିତ ବର୍ଷ ଆପଣମାନଙ୍କ ପାଇଁ ଶୁଭଫଳ ପ୍ରାପ୍ତ କରିବେ। ଆୟ ଆଶାନୁରୂପକ ହେବ। ଯେଉଁପରି କର୍ମ କରିବେ, ସେ ପ୍ରକାର ଫଳ ପ୍ରାପ୍ତ ହେବ। ବର୍ଷର ପ୍ରଥମାର୍ଦ୍ଧରେ ଆଖିଦୃଶିଆ ସଫଳତା ଆପଣଙ୍କୁ ମିଳିପାରେ। କର୍ମ କ୍ଷେତ୍ରରେ ପଦୋନ୍ନତି ପ୍ରାପ୍ତ ସହ ସ୍ଥାନାନ୍ତରିତ ହୋଇପାରନ୍ତି। ଏପରିକି ଗୃହଠାରୁ ଦୂରରେ ରହିପାରନ୍ତି। ନିଜ ଯୋଜନାର ସଫଳ ରୂପାୟନ ପାଇଁ ସତତ ଚେଷ୍ଟିତ ହେବେ। ନୂତନ ଗୃହ ଆରମ୍ଭ କରିପାରନ୍ତି। ପାରିବାରିକ ସମସ୍ୟା ଦୂର କରିବା ପାଇଁ ଚେଷ୍ଟିତ ହେବେ। କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବାର ସମ୍ଭାବନା ରହିଛି। ଏପ୍ରିଲ ମାସ ୧୪ ତାରିଖରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ସମୟ ପ୍ରତିକୂଳ ରହିପାରେ। ସାବଧାନତା ଅବଲମ୍ବନୀୟ। ଭ୍ରାତୃ ହେତୁକ ସମସ୍ୟା ଦେଖାଦେବ। ପୁଞ୍ଜି ଲ​ଗାଣ କ୍ଷେତ୍ରରେ ସାବଧାନତା ଲୋଡ଼ା। ଗୁରୁଜନଙ୍କ ସହିତ ମତଭେଦ ହୋଇପାରେ। ରାଜନୈତିକ ବ୍ୟକ୍ତିବିଶେଷମାନେ ମଧ୍ୟମ ଫଳ ପ୍ରାପ୍ତ କରିବେ। ପରବର୍ତ୍ତୀ ସମୟରେ କାର୍ଯ୍ୟରେ ଅନୁକୂଳତା ପରିଲକ୍ଷିତ ହେବ। ଛାତ୍ରଛାତ୍ରୀମାନେ ସଫଳତା ଲାଭ କରିବେ। କ୍ୟାରିୟର ପ୍ରତି ଯତ୍ନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ବଟୁକ ଭୈରବ କବଚ ପାଠ କରନ୍ତୁ।

କୁମ୍ଭ : କୁମ୍ଭ ରାଶିର ବ୍ୟକ୍ତିବିଶେଷମାନେ ଚଳିତ ବର୍ଷ ବହୁ ବାଧାବିଘ୍ନର ସମ୍ମୁଖୀନ ହେବେ। ପୈତୃକ ସମ୍ପତ୍ତିକୁ ନେଇ ସମସ୍ୟା ଦେଖାଦେଇପାରେ। କର୍ମକ୍ଷେତ୍ର ବ୍ୟାପକ ହେଲେ ମଧ୍ୟ ଶତ୍ରୁ ବୃଦ୍ଧି ଘଟିବାର ସମ୍ଭାବନା ରହିଛି। ବ୍ୟବସାୟରେ ମଧ୍ୟମ ଲାଭ ସଂଘଟିତ ହେବ। ଆନନ୍ଦରେ ନିରାନ୍ଦନ ସୃଷ୍ଟି ହୋଇପାରେ। ଆଣ୍ଠୁ ଗଣ୍ଠି ସମସ୍ୟା, ଚର୍ମ ଓ ପରିସ୍ରା ଜନିତ ସମସ୍ୟା ଆପଣଙ୍କୁ ଶଯ୍ୟାଶାୟୀ କରାଇପାରେ। ନିଜର ଧୀଶକ୍ତି, ଧୈର୍ଯ୍ୟ ଓ ସହନଶୀଳତା ଏ ସମୟରେ ଆପଣଙ୍କ ପାଇଁ ଆଶୀର୍ବାଦ ଯୁକ୍ତ ହେବ। ଏପ୍ରିଲ ମାସଠାରୁ ଅଗଷ୍ଟ ମାସ ମଧ୍ୟରେ ଆପଣଙ୍କୁ କର୍ମ କ୍ଷେତ୍ରରେ ସଫଳତା ମିଳିବ। ଦୃଢ଼ ଇଚ୍ଛାଶକ୍ତି ଓ ନିରନ୍ତର ଉଦ୍ୟମ ଆପଣଙ୍କୁ ପ୍ରତିଷ୍ଠା ପ୍ରଦାନ କରିବ। ନିଜ ପ୍ରତିଭାର ଉପଯୁକ୍ତ ବିକାଶ ଓ ବିନିଯୋଗ ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ପ୍ରେମରେ ସଫଳତା ଲାଭ ହେବ। ନୂତନ କର୍ମ ଓ ବ୍ୟବସାୟ ଆରମ୍ଭ ପାଇଁ ଚେଷ୍ଟିତ ହେବେ। ବନ୍ଧୁ ସହଯୋଗ ଲାଭ ହେବ। ପରୋପକାରୀ ହେବେ। ଛାତ୍ରଛାତ୍ରୀମାନେ ମଧ୍ୟମ ସଫଳତା ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ମାହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ସହ ଗରିବଙ୍କୁ ଅନ୍ନଦାନ କରନ୍ତୁ।

ମୀନ : ଚଳିତ ବର୍ଷ ଗ୍ରହମାନଙ୍କ ଅବସ୍ଥିତି ଓ ଗୋଚର ଫଳ ଅନୁସାରେ ମୀନ ରାଶି ଜନ୍ମିତ ବ୍ୟକ୍ତିବିଶେଷ କର୍ମ ଅନୁରୂପ ଫଳ ପାଇବେ। ପ୍ରଗତିଶୀଳ ହେବେ। ଦୃଢ଼ ନିଷ୍ଠା ଓ ସହନଶୀଳତା ଆପଣଙ୍କୁ ବହୁ କ୍ଷେତ୍ରରେ ସଫଳତା ପ୍ରଦାନ କରିପାରେ। କର୍ମ କ୍ଷେତ୍ର, ବ୍ୟବସାୟରେ ଦ୍ବନ୍ଦ୍ବ ଦେଖାଦେଇପାରେ। ମେରୁଦଣ୍ଡଜନିତ ସମସ୍ୟା ହୃଦଘାତଜନିତ ସମସ୍ୟା ଆପଣଙ୍କୁ ଅସୁବିଧାରେ ପକାଇପାରେ। କର୍ମ କ୍ଷେତ୍ରରେ ବଦଳି ଆପଣଙ୍କୁ ପ୍ରତିକୂଳ ପରିସ୍ଥିତର ସମ୍ମୁଖୀନ କରାଇବ। ପିଲାମାନଙ୍କୁ ନେଇ ସମସ୍ୟା ଦେଖାଦେବ। ଏ ସମସ୍ତ ଅସୁବିଧା ମଧ୍ୟରେ ଆପଣଙ୍କୁ ସ୍ତ୍ରୀଙ୍କ ସହଯୋଗ ଲାଭ ହେବ। ଦାମ୍ପତ୍ୟରେ ଆନନ୍ଦ ପ୍ରାପ୍ତ କରିବେ। ବର୍ଷର ଶେଷ ଆଡ଼କୁ ଋଣମୁକ୍ତି ପାଇଁ ପ୍ରୟାସ କରିବେ। କାର୍ଯ୍ୟ କ୍ଷେତ୍ରରେ ସଫଳତା ଲାଭ ହେବ। ନୂତନ ଜମିବାଡ଼ି କିଣାକିଣି କରିବା ପାଇଁ ଚେଷ୍ଟିତ ହେବେ। ଡାକ୍ତରଙ୍କ ପରାମର୍ଶରେ ନିୟମିତ ଔଷଧ ସେବନ କରି ରୋଗମୁକ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ଯେଉଁପରି କର୍ମ କରିବେ, ସେ ପ୍ରକାରର ଫଳପ୍ରାପ୍ତ ହେବ। ରିଷ୍ଟ ଖଣ୍ଡନ ପାଇଁ ଓଁ ନାରାୟଣାୟ ବିଦ୍ମହେ ବାସୁଦେବାୟ ଧୀମହି ତନ୍ନୋ ବିଷ୍ଣୁ ପ୍ରଚୋଦୟାତ୍‌ ମନ୍ତ୍ର ଜପ କରନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories