www.samajalive.in
Monday, December 8, 2025
17.1 C
Bhubaneswar

ନବବର୍ଷରେ ଖାଦ୍ୟ ସଙ୍କଳ୍ପ

ଆଜି ଠାରୁ ଆରମ୍ଭ ନବବର୍ଷ। ସୁସ୍ଥ ତଥା ନିରାମୟ ଜୀବନ ବିତାଇବା ପାଇଁ କିଛି ସ୍ୱାସ୍ଥ୍ୟ ସହ ଜଡିତ କିଛି ସଙ୍କଳ୍ପ ନିଅନ୍ତୁ। ସୁସ୍ଥ ମନ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଜ ଖାଦ୍ୟରେ କିଛି ପରିବର୍ତ୍ତନ କରନ୍ତୁ। ଉତ୍ତମ ଜୀବନଶୈଳୀ ସହ ପୁଷ୍ଟିକର ଖାଦ୍ୟ ନିଜ ଭୋଜନରେ ସାମିଲ କରନ୍ତୁ। ବର୍ତ୍ତମାନ ମଧ୍ୟ କରୋନାର ପ୍ରକୋପ ଜାରି ରହିଛି। ତେଣୁ ବିଶେଷଜ୍ଞ କହିବାନୁଯାୟୀ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଖାଦ୍ୟ ନିଶ୍ଚୟ ସେବନ କରନ୍ତୁ। ଜାଣନ୍ତୁ….
ଘିଅ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଆୟୁର୍ବେଦ ବିଶେଷଜ୍ଞଙ୍କ ଅନୁଯାୟୀ, ଘିଅରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପ୍ରତିଦିନ ଘିଅ ଖାଇବା ଉଚିତ୍ । ଏହା ସହିତ, ଆଖି ଏବଂ ଚର୍ମ ପାଇଁ ଘିଅ ମଧ୍ୟ ବହୁତ ଲାଭଦାୟକ । ଘିଅରେ ଭିଟାମିନ୍ ଏ, କେ, ଇ, ଓମେଗା- ୩ ଏବଂ ଓମେଗା- ୯ ପରି ପୋଷକ ତତ୍ତ୍ୱରେ ଭରପୂର ଅଟେ , ଯାହା ଆଖିକୁ ସୁସ୍ଥ ରଖେ । ଏହା ବ୍ୟତୀତ ହଜମକୁ ମଧ୍ୟ ଠିକ୍ ରଖେ ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ତୁଳସୀ ପତ୍ର ଖୁବ ଉପକାରୀ। ଆୟୁର୍ବେଦରେ ତୁଳସୀ ପତ୍ର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ସଂକ୍ରମଣରୁ ରକ୍ଷା କରିବା ପାଇଁ , ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏଥିରେ ଥିବା ଔଷଧୀୟ ଗୁଣ ଶରୀରକୁ ଅନେକ ପ୍ରକାରର ଗୁରୁତର ରୋଗରୁ ରକ୍ଷା କରିଥାଏ । ଏଥିରେ ଭିଟାମିନ୍ ଏ, ସି ସହିତ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍, ଆଇରନ୍ ଏବଂ ପୋଟାସିୟମ୍ ଭଳି ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ ।
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିୟମିତ ଚିନି ବଦଳରେ ଗୁଡର ବ୍ୟବହାର ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
ଗୁଡରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଜିଙ୍କ ଏବଂ ସେଲେନିୟମ୍ ଭରପୁର ମାତ୍ରାରେ ରହିଛି। ଏହାର ବ୍ୟବହାର ଶରୀର ପାଇଁ ଅନେକ ଉପାୟରେ ଲାଭଦାୟକ ବୋଲି ବିବେଚନା କରାଯାଏ । ଗୁଡରେ ଆଣ୍ଟିଅକ୍ସିଡାଣ୍ଟ ରହିଛି , ଯାହା ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ। ଏହାସହ ଗୁଡରେ ଆଇରନ, ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ମଧ୍ୟ ରହିଛି। ଏହି ସମସ୍ତ ପୋଷକ ତତ୍ତ୍ୱ ଶରୀର ପାଇଁ ବିଶେଷ ଉପକାରୀ ।
ଖଜୁରୀ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।ଏଥିରୁ ଭିଟାମିନ୍-ସି ଏବଂ ଆଇରନ୍ ମିଳିଥାଏ ।ଆୟୁର୍ବେଦରେ ଖଜୁରୀକୁ ଖୁବ ଉପକାରୀ ବୋଲି ବିବେଚନା କରାଯାଏ । ଖଜୁରୀରେ ମିଳୁଥିବା ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଶରୀରକୁ ସୁସ୍ଥ ରଖିବା ପାଇଁ ଖଜୁରୀ ନିୟମିତ ଖାଇବା ଉଚିତ୍।

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories