www.samajalive.in
Tuesday, December 9, 2025
17.1 C
Bhubaneswar

ବଜାରକୁ ଆସିଲା ହୋଣ୍ଡା ହର୍ନେଟ୍ ୨.୦

ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପକ୍ଷରୁ ୧୮୦ରୁ ୨୦୦ ସିସି ବର୍ଗରେ ବିଏସ ୬ ଅନୁକୂଳ ପ୍ରଥମ ସ୍ପୋର୍ଟ୍ସ ବାଇକ ହର୍ନେଟ୍ ୨.୦ ଲଞ୍ଚ କରିଛି। ‘ଷ୍ଟ୍ରିଟ୍ ସ୍ପୋର୍ଟସ୍ ବାଇକ୍’ କୁହାଯାଉଥିବା ନୂତନ ‘ହୋଣ୍ଡା ହର୍ନେଟ୍ ୨.୦’ ୪ଟି ରଙ୍ଗରେ ବଜାରକୁ ଆସିଛି। ଏହାର ଶୋ’ରୁମ୍ ମୂଲ୍ୟ ୧ ଲକ୍ଷ ୨୬ ହଜାର ଟଙ୍କା ରହିଛି।

ଭାରତୀୟ ବଜାରରେ ଚଳିତ ବର୍ଷ ୨୦ ବର୍ଷରେ ପାଦ ଦେଇଥିବା ଜାପାନର ଅଟୋ ନିର୍ମାତା ଅନୁଯାୟୀ ଏହି ବାଇକକୁ ଭର୍ଚୁଆଲ୍ ଲଞ୍ଚ କରାଯାଇଛି। କମ୍ପାନୀ ପ୍ରଵକ୍ତାଙ୍କ ଅନୁଯାୟୀ ବଜାରରେ ଏବେ ଉପଲବ୍ଧ ହେଉଥିବା ୧୮୦-୨୨୦ସିସି ବାଇକ ବର୍ଗରେ ହୋଣ୍ଡା ମୋଟରସାଇକେଲ ଇଣ୍ଡିଆର ନୂତନ ହୋଣ୍ଡା ହର୍ନେଟ୍ ୨.୦ ଲୋକପ୍ରିୟ ହେବ। ଏହା ଟୀଭିଏସ ଆପାଚି, ବଜାଜ ପଲସର, ହିରୋ ପଲସ ଏବଂ କେଟିଏମ ୨୦୦ ସହ ପ୍ରତିଯୋଗିତା କରିପାରିବ।

- Advertisement -

ନୂତନ ହୋଣ୍ଡା ହର୍ନେଟ୍ ୨.୦ରେ ଉନ୍ନତ ଏରୋଡାଇନାମିକ୍ ଡିଜାଇନ୍ ସହ ଏଲଇଡି ଲାଇଟିଙ୍ଗ, ନେଗେଟିଭ୍ ଲିକ୍ୱିଡ୍ କ୍ରିଷ୍ଟାଲ ମିଟର, ଡିଜିଟାଲ୍ କନସୋଲ୍, ପେଟାଲ୍ ଡିସ୍କ ବ୍ରେକ୍, ସିଙ୍ଗଲ୍ ଚ୍ୟାନେଲ୍ ଏବିଏସ୍, ଇଞ୍ଜିନ୍ କିଲ୍ ସୁଇଚ୍, ଓସାରିଆ ଟ୍ୟୁବଲେସ୍ ଟାୟାର ଏବଂ ହାଜାର୍ଡ଼ ସୁଇଚ୍ ରହିଛି।

ନୂତନ ହୋଣ୍ଡା ହର୍ନେଟ୍ ୨.୦ରେ ବିଏସ ୬ ଅନୁକୂଳ ୧୮୪.୪ ସିସି ଏୟାର-କୁଲ୍ଡ ସିଙ୍ଗଲ୍ ସିଲିଣ୍ଡର ଇଞ୍ଜିନ୍ ଓ ୫ ସ୍ପିଡ୍ ଟ୍ରାନ୍ସମିସନ୍ ବ୍ୟବସ୍ଥା ରହିଛି ଫଳରେ ୧୧.୨୫ ସେକେଣ୍ଡରେ ୨୦୦ ମିଟର ଅତିକ୍ରମ କରିହେବ। ଏହି ମୋଟରସାଇକେଲର ଓଜନ ୧୪୨ କିଲୋଗ୍ରାମ ଥିବା ବେଳେ ୧୨ ଲିଟର ଇନ୍ଧନ ଟ୍ୟାଙ୍କ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories