www.samajalive.in
Thursday, December 11, 2025
27.1 C
Bhubaneswar

୩ ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଠାରୁ ତିନିଦିନଆ ଜମ୍ମୁ କାଶ୍ମୀର ଗସ୍ତରେ ଯାଇଛନ୍ତି । ୩୭୦ ଧାରା ଉଚ୍ଛେଦ ପରେ ଏହା ଶ୍ରୀ ଶାହଙ୍କର ଜମ୍ମୁ କାଶ୍ମୀରକୁ ପ୍ରଥମ ଗସ୍ତ । ତାଙ୍କ ଗସ୍ତ ପୂର୍ବରୁ ଜମ୍ମୁ ଓ ଶ୍ରୀନଗରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ଗସ୍ତ ଅବସରରେ ଶ୍ରୀ ଶାହ ଏକ ବିଶାଳ ଜନସମାବେଶରେ ଉଦବୋଧନ ଦେବା ସହିତ ପ୍ରଥମ ଶ୍ରୀନଗର-ଶାରଜାହ ବିମାନ ଚଳାଚଳର ଶୁଭାରମ୍ଭ କରାଇବେ । ଏଥିସହିତ ଦୁଇଟି ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଶ୍ରୀ ଶାହଙ୍କ ସହିତ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସଚିବ ଏ କେ ଭାଲ୍ଲା, ଗୃହ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀଗଣ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀଗୁଡିକର ମୁଖ୍ୟ ଏବଂ ଗୁଇନ୍ଦା ବ୍ୟୁରୋ (ଆଇବି)ର ମୁଖ୍ୟ ମଧ୍ୟ ଯାଇଥିବା ଜଣାଯାଇଛି । ଶେର ଇ କାଶ୍ମୀର ଆନ୍ତର୍ଜାତିକ କନଭେନସନ ସେଣ୍ଟର (ଏସକେଆଇସିସି)କୁ ସଂଯୋଗ କରୁଥିବା ରାସ୍ତାରେ ତିନିଦିନ ପାଇଁ ସର୍ବସାଧାରଣଙ୍କ ଯାତାୟତ ଉପରେ କଟକଣା ଲାଗୁ କରାଯାଇଛି । ଏଥିସହିତ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ତନଖି ଫାଟକ ଲଗାଯିବା ସହିତ ସେହି ବାଟଦେଇ ଯାଉଥିବା ଯାନବାହନ, ଜନସାଧାରଣଙ୍କର ତଲାସି ନିଆଯାଉଛି । ଏସବୁ ବ୍ୟତୀତ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା, ଡ୍ରୋନ ଏବଂ ସନ୍ଧାନୀ କୁକୁର ମୁତୟନ ଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories