www.samajalive.in
Wednesday, December 10, 2025
26.1 C
Bhubaneswar

ବୋତଲକୁ ଡ଼େଲିଭରୀ ଚାର୍ଜ ୧୦ ଟଙ୍କା; ଘରେ ପହଞ୍ଚିବ ଦେଶୀ ମଦ

ପୂର୍ବରୁ ବିଦେଶୀ ମଦ ହୋମ୍ ଡ଼େଲିଭରୀ ନିଷ୍ପତ୍ତି ହୋଇଥିଲା । ଲୋକମାନେ ଘରେ ବସି ଅର୍ଡ଼ର କଲେ ବିଦେଶୀ ମଦ ପହଞ୍ଚି ଯାଉଥିଲା । ଏବେ ଅବକାରୀ ବିଭାଗ ଦେଶୀ ମଦର ହୋମ୍ ଡ଼େଲିଭରୀ ନିମନ୍ତେ ବ୍ୟବସ୍ଥା କରିଛି । ବୋତଲ ବା ପାଉଚ ପିଛା ସର୍ବାଧିକ ୧୦ ଟଙ୍କା ଡ଼େଲିଭରୀ ଚାର୍ଜ ଦେଲେ ଘରେ ମଦ ପହଞ୍ଚି ପାରିବ । କେବଳ ସେତିକି ନୁହେଁ, ଏକ ସମୟରେ ଅଧିକ ଦେଶୀ ମଦ ଅର୍ଡ଼ର କଲେ ସର୍ବାଧିକ ୫୦ ଟଙ୍କା ଡ଼େଲିଭରୀ ଚାର୍ଜ ଦେବାକୁ ପଡ଼ିବ । ଏହାଠାରୁ ଅଧିକ ଅର୍ଥ ଦାବି କରାଯାଇ ପାରିବ ନାହିଁ । ଏପରି ଏକ ପଦକ୍ଷେପ ନେଇଛି ରାଜ୍ୟ ଅବକାରୀ ବିଭାଗ ।

କରୋନା ନିମନ୍ତେ ମଦ ଦୋକାନ ବନ୍ଦ ରହିଛି । ସରକାର କେବଳ ବିଦେଶୀ ମଦର ହୋମ୍ ଡ଼େଲିଭରୀ ବ୍ୟବସ୍ଥା କରିଛନ୍ତି । ମାତ୍ର ଅଧିକାଂଶ ସ୍ଥାନରେ ହୋମ୍ ଡ଼େଲିଭରୀ ନାମରେ ଦୋକାନ ଅଧା ଖୋଲି ବିଦେଶୀ ମଦ କାଉଣ୍ଟରରେ ବିକ୍ରି କରାଯାଉଥିବା ଦେଖିବାକୁ ମିଳୁଛି । ଏପରି କ୍ଷେତ୍ରରେ ଦେଶୀ ମଦ ବିକ୍ରି ପାଇଁ ବାଟ ଖୋଲିଛି । କାଉଣ୍ଟରରେ ନୁହେଁ, ଅନ୍ ଲାଇନରେ ଏହା ବିକ୍ରି କରାଯାଇ ପାରିବ ଓ ଘରେ ମଦ ଡ଼େଲିଭରୀ ହେବ । ପୂର୍ବରୁ ବିଦେଶୀ ମଦ ହୋମ୍ ଡେଲିଭରି ଲାଗି ଓଡ଼ିଶା ରାଜ୍ୟ ପାନୀୟ ନିଗମ (ଓଏସବିସି) ପକ୍ଷରୁ ପୋର୍ଟାଲ୍ ଲଞ୍ଚ୍ କରାଯାଇଛି। । ଏଥିରେ ମଦ ଦୋକାନର ଠିକଣା ଓ ନମ୍ବର ରହିଛି । ଏହି ଠିକଣାରେ ମଦ ଲାଗି ବରାଦ କରାଯାଇ ପାରିବ ବୋଲି କୁହାଯାଇଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories