www.samajalive.in
Monday, December 8, 2025
20.1 C
Bhubaneswar

୨୮ରେ କଟକ ଆସୁଛନ୍ତି ସଲ୍‍ମାନ

କଟକ : ଓଡ଼ିଶାମାଟିରେ ଏହା ହେବ ସବୁଠାରୁ ବଡ଼ ବଲିଉଡ୍‍ ତାରକା ସମାବେଶ। ହକି ବିଶ୍ୱକପ୍‍ର ଉଦ୍‍ଘାଟନୀ ଉତ୍ସବରେ ଓଡ଼ିଶାକୁ ହେବ ବଲିଉଡ୍‍ ତାରକାଙ୍କ ଆଗମନ। ୨୭ରେ କଳିଙ୍ଗ ଷ୍ଟାଡିୟମ୍‍ରେ ହେବାକୁ ଥିବା ବିଶ୍ୱକପ୍‍ର ଉଦ୍‍ଘାଟନୀ ଉତ୍ସବରେ ସଂଗୀତ ନିର୍ଦେଶକ ଏ.ଆର୍‍. ରେହ୍‍ମାନଙ୍କ ସହ ବଲିଉଡ୍‍ରେ ରାଜୁତି କରିଥିବା ଦୁଇ ତାରକା ଶାହାରୁଖ୍‍ ଖାଁ ଓ ମାଧୁରୀ ଦୀକ୍ଷିତ ପ୍ରଦର୍ଶନ କରିବେ। ୨୮ରେ କଟକର ବାରବାଟୀ ଷ୍ଟାଡିୟମ୍‍ରେ ହେବାକୁ ଥିବା ବିଶ୍ୱକପ୍‍ ଉତ୍ସବରେ ମୁଖ୍ୟ ଆକର୍ଷଣ ପାଲଟିବେ ଦବଙ୍ଗ ଷ୍ଟାର୍‍ ସଲ୍‍ମାନ ଖାଁ। ରେହ୍‍ମାନଙ୍କ ଗୀତରେ ସଲ୍‍ମାନ ନୃତ୍ୟକରିବେ ବୋଲି ଜାଣିବାକୁ ମିଳିଛି। ପୁଣି ଏମାନଙ୍କ ସହ ଆଉ କିଛି ବଲିଉଡ୍‍ କଳାକାର କଟକ ଆସିବେ। ଏଥିପାଇଁ ବାରବାଟୀ ଷ୍ଟାଡିୟମ୍‍ରେ ମଞ୍ଚ ପ୍ରସ୍ତୁତି ଜୋର୍‍ସୋରରେ ଚାଲିଛି ଏବଂ ଟିକଟ ବିକ୍ରି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories