www.samajalive.in
Friday, November 14, 2025
25.1 C
Bhubaneswar

ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କଲେ ହକି ଇଣ୍ଡିଆ ଟିମ୍‍, ଖେଳାଳି ରହିବା ପାଇଁ ବିପିୟୁଟି ପରିସରରେ ହେବ ବ୍ୟବସ୍ଥା

ରାଉରକେଲା: ୨୦୨୩ ପୁରୁଷ ବିଶ୍ୱକପ ହକି ଭୁବନେଶ୍ୱର ସହିତ ହକିର ଗଡ଼ ସୁନ୍ଦରଗଡ଼ରେ ଅନୁଷ୍ଠିତ ହେବ। ଏଥିପାଇଁ ଛେଣ୍ଡକଲୋନୀ ବିପିୟୁଟି ପରିସରରେ ଆରମ୍ଭ ହୋଇଛି ଦେଶର ବଡ଼ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ। ଏହି ନିର୍ମାଣାଧୀନ କାର୍ଯ୍ୟର ଅନୁଧ୍ୟାନ ପାଇଁ ରବିବାର ରାତିରେ ରାଉରକେଲାରେ ପହଞ୍ଚିଥିଲେ ହକି ଇଣ୍ଡିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ। ହକି ଇଣ୍ଡିଆର ଯୁଗ୍ମ ସଚିବ ବି.ନାଗ ଭୂଷଣ, ସିନିୟର ମ୍ୟାଜେନର ବିକ୍ରମ ପାଲ ସିଂ, ଓଡ଼ିଶା କ୍ରୀଡ଼ା ଭିତିଭୂମିର ଦୁଇ ଅଧିକାରୀ ସ୍ୱାଗତ ସିଂହ ଓ ଅବଦୁଲ ଶେଖ ଆଜି ବିର୍ସା ମୁଣ୍ଡା ଷ୍ଟାଡିୟମ ସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ। ନିର୍ମାଣାଧୀନ କାର୍ଯ୍ୟର ତଦାରଖ କରିବା ସହିତ ଠିକାସଂସ୍ଥା ଅଧିକାରୀ ଓ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ଇଡକୋର ବିଭାଗୀୟ ଅଧିକାରୀଙ୍କଠାରୁ କାର୍ଯ୍ୟର ଅଗ୍ରଗତି ବାବଦରେ ଜାଣିବାକୁ ଚାହିଁଥିଲେ। ମୁଖ୍ୟ ପଡ଼ିଆର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ସହିତ ଖେଳାଳିଙ୍କ ପାଇଁ ଖେଳାଳିଙ୍କ ପାଇଁ ଥିବା ଅଡିଟୋରିୟମ ବ୍ୟବସ୍ଥା ବୁଲି ଦେଖିଥିଲେ। ଖେଳାଳିଙ୍କ ପାଇଁ ଥିବା ରହଣୀସ୍ଥାନର ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ବିପିୟୁଟି ପରିସରରେ କୋଭିଡ ଯତ୍ନ କେନ୍ଦ୍ର ହୋଇଥିବା କୋଠାକୁ ଏଥିପାଇଁ ଉପଯୋଗ କରାଯିବ। ଏହାକୁ ଏକ ହୋଟେଲ ଢାଞ୍ଚାରେ ରୂପ ଦିଆଯିବ।

ଖେଳାଳି ସହରର କୌଣସି ହୋଟେଲରେ ନରହି ଏଠାରେ ରହିବେ। ଏହି ବ୍ୟବସ୍ଥା କିପରି ପୂର୍ଣ୍ଣାଙ୍ଗ ରୂପ ନେଇ ପାରିବ, ସେ ସମ୍ପର୍କରେ ଟିମ୍‍ ଅନୁଧ୍ୟାନ କରିଥିଲେ। ଏହା ସହିତ ଷ୍ଟାଡିୟମକୁ ଲାଗିଥିବା ଅଂଚଳର ପାରିପାର୍ଶ୍ବିକ ଅବସ୍ଥା ବୁଲି ଦେଖିଥିଲେ। ବିଶେଷକରି ଖେଳାଳିଙ୍କ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରିଥିଲେ। ବିଶ୍ୱକପକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗରନିଗମ ଓ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ଼ ପକ୍ଷରୁ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମର ମଧ୍ୟ ହକି ଇଣ୍ଡିଆ ଟିମ୍‍ ଅନୁଧ୍ୟାନ କରିଥିଲେ।

- Advertisement -

ଏଠାରେ ସୂଚନା ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ଦେଶର ଏହି ବଡ଼ ହକି ଷ୍ଟାଡିୟମ ପାଇଁ ଶିଳାନ୍ୟାସ କରିଥିଲେ। ପରବର୍ତୀ ପର୍ଯ୍ୟାୟରେ ୫ଟି ସଚିବ ଭି. କାର୍ତିକେୟନ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ରାଉରକେଲା ଗସ୍ତ କରି ଏହାର ନକ୍ସା ଓ ଆନୁଷଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଏପ୍ରିଲ ମାସରେ ଏହି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ମୁଖ୍ୟ ଶାସନ ସଚିବ ଘୋଷଣା କରିଥିଲେ। ତେବେ ଏହି କାର୍ଯ୍ୟ ଆରମ୍ଭ ବିଳମ୍ବିତ ହୋଇଥିଲା। ତେବେ କାମ ଆରମ୍ଭ ହେବା ପରେହିଁ ନକ୍ସାକୁ ନେଇ ପୁଣି କାମ ବନ୍ଦ୍‍ ହୋଇଥିଲା। କହିବାକୁ ଗଲେ ଏହି ନକ୍ସା ଓ ଡିଜାଇନ ପାଇଁ ଜୁନ ଓ ଜୁଲାଇ ମାସର ଏପର୍ଯ୍ୟନ୍ତ କାମ ଅଟକି ଯାଇଥିଲା। ପୂର୍ବରୁ ଥିବା ଅଭ୍ୟାସ ପଡ଼ିଆ ଓ ମୁଖ୍ୟ ପଡ଼ିଆର ସ୍ଥାନ ପରିବର୍ତନ ପାଇଁ ଚୁଡ଼ାନ୍ତ ପ୍ରକ୍ରିୟା ସରିବା ପରେ ନିର୍ମାଣ ପାଇଁ ପ୍ରସ୍ତୁତି ଶେଷ ହୋଇଛିି। ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଏହା ସହିତ ୨୦୨୨ ଜୁନ ମାସ ବେଳକୁ ଏହି ଷ୍ଟାଡିୟମ ପୁର୍ଣ୍ଣାଙ୍ଗ ପାଇଁ ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି। ଏହି ଷ୍ଟାଡିୟମର ପୂର୍ଣ୍ଣାଙ୍ଗ ରୂପ ଉପରେ ସମଗ୍ର ଜିଲାର କ୍ରୀଡ଼ାପ୍ରେମୀଙ୍କ ଆଖି ରହିଛି।

Hot this week

ବିହାର ଜନାଦେଶ: ୧୭୫ ସିଟରେ ଆଗୁଆ ରହିଛି ଏନଡିଏ, ମହାମେଣ୍ଟ ୬୪

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

ଦିଲ୍ଲୀ ବିସ୍ଫୋରଣ: ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀର ଲାଲକିଲ୍ଲାଠାରେ କାର ବିସ୍ଫୋରଣ ଘଟାଇ ଥିବା...

ନୂଆପଡା ମତଗଣନା: ଆଗରେ ବିଜେପି, ୧୨୮୧୫ ଭୋଟରେ ଆଗୁଆ ଜୟ ଢୋଲକିଆ

ଡେସ୍କ: ନୂଆପଡା ବିଧାନସଭା ଉପନିର୍ବାଚନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ଜୟ...

ନୂଆପଡା ଜନାଦେଶ : ଚତୁର୍ଥ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୮୯୦୩ ଭୋଟ୍

ନୂଆପଡା: ନୂଆପଡାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ ରହିଛନ୍ତି। ଚତୁର୍ଥ...

ବିହାର ଜନାଦେଶ: ୧୬୧ ସିଟରେ ଆଗୁଆ ରହିଛି ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଗଣତି ଆରମ୍ଭ...

Related Articles

Popular Categories