www.samajalive.in
Tuesday, December 9, 2025
16.1 C
Bhubaneswar

ତୃତୀୟ ଥର ବ୍ରିଟେନର ସବୁଠୁ ଧନୀ ବ୍ୟକ୍ତି ହେଲେ ହିନ୍ଦୁଜା ବନ୍ଧୁ

ଲଣ୍ଡନ : ହିନ୍ଦୁଜା ଗ୍ରୁପ୍‍ ଏବଂ ହିନ୍ଦୁଜା ବନ୍ଧୁ ନାମରେ ପ୍ରସିଦ୍ଧ ଗୋପୀଚନ୍ଦ ଏବଂ ଶ୍ରୀଚନ୍ଦ ତୃତୀୟ ଥର ବ୍ରିଟେନର ସବୁଠୁ ଧନୀ ବ୍ୟକ୍ତି ହୋଇଛନ୍ତି। ସଣ୍ଡେ ଟାଇମ୍ସର ଧନୀ ତାଲିକା ଅନୁସାରେ ତାଙ୍କ ସମ୍ପତ୍ତି ଗୋଟିଏ ବର୍ଷରେ ୧ ହଜାର ୩୬୫ ପାଉଣ୍ଡ (୧୨ ହଜାର ୨୭୦ କୋଟି ଟଙ୍କା) ବୃଦ୍ଧି ପାଇଛି। ୧୯୧୪ରେ ମୁମ୍ବଇରୁ ଆରମ୍ଭ ହୋଇଥିବା ହିନ୍ଦୁଜା ଗ୍ରୁପ୍‍ ଏବେ ବିଶ୍ୱର ବହୁ ଦେଶରେ ବ୍ୟବସାୟ କରୁଛି। ହିନ୍ଦୁଜା ଗ୍ରୁପ୍‍ ଗାଡ଼ି, ତେଲ, ଗ୍ୟାସ, ଆଇଟି, ବ୍ୟାଙ୍କ ଏବଂ ରିୟଲ ଇଷ୍ଟେଟ ସହ ଅନ୍ୟ କେତେକ କ୍ଷେତ୍ରରେ ବ୍ୟବସାୟ କରୁଛି।
୨୦୧୮ରେ ଏହି ତାଲିକାରେ ହିନ୍ଦୁଜା ବନ୍ଧୁଙ୍କୁ ପଛରେ ପକାଇ ବ୍ରିଟେନର ଶିଳ୍ପପତି ସର ଜିମ ରେଟକ୍ଲିଫ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସଦ୍ୟ ତାଲିକାରେ ହିନ୍ଧୁଜା ବନ୍ଧୁ ଜିମ ରେଟକ୍ଲିଫଙ୍କୁ ବହୁ ପଛରେ ପକାଇ ପ୍ରଥମ ସ୍ଥାନରେ ଅଛନ୍ତି। ହିନ୍ଧୁଜା ବନ୍ଧୁ ଏହା ପୂର୍ବରୁ ୨୦୧୪, ୨୦୧୭ରେ ବ୍ରିଟେନର ସବୁଠୁ ଧନୀ ବ୍ୟକ୍ତି ହୋଇଥିଲେ। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରୁବେନ ବନ୍ଧୁ ଓ ତୃତୀୟ ସ୍ଥାନରେ ଜିମ ରେଟକ୍ଲିଫ ଅଛନ୍ତି।
ପ୍ରକାଶ ଯେ ହିନ୍ଦୁଜା ଗ୍ରୁପ୍‍କୁ ଏବେ ୪ ଭାଇ ସମ୍ଭାଳୁଛନ୍ତି। ହିନ୍ଦୁଜା ଭାଇଙ୍କ ମଧ୍ୟରୁ ଗୋପୀଚନ୍ଦ ଏବଂ ଶ୍ରୀଚନ୍ଦ ବ୍ରିଟେନରେ ହିନ୍ଦୁଜା ଗ୍ରୁପ୍‍ ବ୍ୟବସାୟ ଦେଖୁଥିଲାବେଳେ ତୃତୀୟ ଭାଇ ପ୍ରକାଶ ଜେନେଭା ଏବଂ ସ୍ୱିଜରଲାଣ୍ଡରେ, ସବୁଠୁ ସାନ ଭାଇ ଅଶୋକ ଭାରତରେ ହିନ୍ଦୁଜା ଗ୍ରୁପ୍‍ର ବ୍ୟବସାୟ ଦେଖୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories