bjd gruha runa

ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ

BJD Bijuli 480×75 Mob
0

ଶିମଲା .- ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ରବିବାରରେ ନୈନା ଦେବୀ  ଓ ବିଳାସପୁରରେ ୧୭୮.୨ ଏମ୍‌ଏମ୍‌ ବର୍ଷା ହୋଇଛି । ଏଥିଯୋଗୁଁ ଅନେକ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ବନ୍ୟା ଜଳରେ ନଦୀ ତଟରେ ରଖାଯାଇଥିବା ଖାଲି ବସ୍‌ ଓ  ରାସ୍ତା ଉପରେ ବନ୍ୟାପାଣି ପ୍ରବାହିତ ହେଉଥିବା ବେଳେ ଏକ ଟ୍ରକ ଭାସିଯାଇଥିବା ଦେଖିବାକୁ ମିଳିଛି ।

ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରାଜ୍ୟରେ  ଅନେକ ସ୍ଥାନରେ ବିଦ୍ୟାଳୟମାନଙ୍କରେ ଛୁଟି  ଘୋଷଣା କରାଯାଇଛି । ନଦୀମାନଙ୍କରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଏହା ନିକଟକୁ ନ ଯିବା ପାଇଁ ପ୍ରଶାସନ ସତର୍କ ସୂଚନା ଜାରି କରିଛନ୍ତି ।

ଅନେକ ସ୍ଥାନରେ ବାୟୁସେନାର ହେଲିକପ୍ଟର ସାହାଯ୍ୟରେ ବନ୍ୟା ପାଣି ଘେରରେ ଫସିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଛି ।

Leave A Reply