www.samajalive.in
Monday, December 8, 2025
27.1 C
Bhubaneswar

ହିମାଚଳପ୍ରଦେଶରେ ବର୍ଷା ବିତ୍ପାତ ; ମୃତ୍ୟୁ ସଂଖ୍ୟା ୭୦ ପାର୍‌‌

ଶିମଲା : ହିମାଚଳପ୍ରଦେଶରେ ବର୍ଷା ବିତ୍ପାତ ପରେ ହାହାକାର ପରିସ୍ଥିତି ଦେଖା ଦେଇଛି। କିଛି ଦିନ ହେବ ପ୍ରବଳ ବର୍ଷା,ଭୂସ୍ଖଳନ ଯୋଗୁଁ ଅନେକ କ୍ଷୟକ୍ଷତି ହେବା ସହ ଅନେକ ଜୀବନ ଚାଲିଯାଇଛି। ଗତ ୩ ଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା ୭୦ ପାର୍‌‌ କରିଛି। ଏହାସହ ପ୍ରାୟ ୭.୫ ହଜାର କୋଟିର କ୍ଷତି ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ,ରାଜ୍ୟରେ ଆସନ୍ତା କିଛି ଦିନ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି। ଅନେକ ନିଖୋଜ ମଧ୍ୟ ରହିଛନ୍ତି। ଘଟଣା ସ୍ଥଳରେ ଏନଡିଆରଏଫ ଓ ଅନ୍ୟ ଉଦ୍ଧାରକାରୀ ଦଳ ଉପସ୍ଥିତ ରହିଥିବା ବେଳେ ଅନେକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଯୋଗ୍ୟ,ଭୂସ୍ଖଳନରେ ଅନେକ ଘର ନଷ୍ଟ ହୋଇ ଭୁଶୁଡି ପଡିଛି। ଭଗ୍ନାଂଶ ତଳେ ଅନେକ ଲୋକେ ଦବି ରହିଥିବା ନେଇ ଆଶଙ୍କା କରାଯାଉଛି। ଶିମଲାର କୁଷ୍ଣାନଗରରେ ଭୂସ୍ଖଳନ ଫଳରେ ଅନେକ ଘର ଭୁଶୁଡି ପଡିଛି। ରବିବାର ହୋଇଥିବା ୨ଟି ଭୂସ୍ଖଳନରେ ୧୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମଣ୍ଡିରେ ମଧ୍ୟ ଅନେକ କ୍ଷୟକ୍ଷତି ହେବା ସହ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରବଳ ବର୍ଷା ଫଳରେ ୪ଟି ଜାତୀୟ ରାଜପଥ,୮୦୦ ସଡକ ବନ୍ଦ ରହିଥିବା ବେଳେ ସ୍କୁଲ, କଲେଜ ମଧ୍ୟ ବନ୍ଦ ରଖାଯାଇଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories