www.samajalive.in
Saturday, December 6, 2025
26.1 C
Bhubaneswar

ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ ; ମୃତ୍ୟୁ ସଂଖ୍ୟା ୬୬ ପାର୍‌‌

ଶିମଲା : ଦେଶର ପାହାଡିଆ ରାଜ୍ୟରେ ପୁଣି ଥରେ ବର୍ଷା ବିତ୍ପାତ ଦେଖାଦେଇଛି। ହିମାଚଳ ପ୍ରଦେଶରେ ଅନେକ ସ୍ଥାନ ଜଳାର୍ଣ୍ଣବ ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ସ୍ଥଳରେ ଏନଡିଆରଏଫ ଓ ଅନ୍ୟ ଉଦ୍ଧାରକାରୀ ଦଳ ଉପସ୍ଥିତ ରହିଛନ୍ତି। ଲଗାତାର ବର୍ଷା, ଭୂସ୍ଖଳନ ଫଳରେ ଅନେକ ଘର ଭାସିଯିବା ସହ ଅନେକ ପ୍ରମୁଖ ରାସ୍ତା ନଷ୍ଟ ହେବା ସହ ବନ୍ଦ ରହିଛି। ହିମାଚଳ ପ୍ରଦେଶରେ ଏଯାଏଁ ପ୍ରାୟ ୬୬ ରୁ ଅଧିକ ଲୋକଙ୍କ ଜୀବନ ଚାଲି ଯାଇଥିବା ନେଇ ଖବର ମିଳିଛି।
ପ୍ରବଳ ବର୍ଷା ପାଇଁ ପୁଣି ଥରେ ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ ଦେଖାଯାଇଛି। ବର୍ଷା ପାଇଁ ୬୬ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି। ଶିମଲାର ଲାଲପାନୀ ଅଞ୍ଚଳରେ ଏକ ବଡ ଅଘଟଣ ମଧ୍ୟ ଘଟିଛି। ଭୂସ୍ଖଳନରେ ଅନେକ ଘର ନଷ୍ଟ ହୋଇ ଭୁଶୁଡି ପଡିଛି। ଭଗ୍ନାଂଶ ତଳେ ଅନେକ ଲୋକେ ଦବି ରହିଥିବା ନେଇ ଆଶଙ୍କା କରାଯାଉଛି। ଶିମଲାର କୁଷ୍ଣାନଗରରେ ଭୂସ୍ଖଳନ ଫଳରେ ଅନେକ ଘର ଭୁଶୁଡି ପଡିଛି। ରବିବାର ହୋଇଥିବା ୨ଟି ଭୂସ୍ଖଳନରେ ୧୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମଣ୍ଡିରେ ମଧ୍ୟ ଅନେକ କ୍ଷୟକ୍ଷତି ହେବା ସହ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରବଳ ବର୍ଷା ଫଳରେ ୪ଟି ଜାତୀୟ ରାଜପଥ,୮୦୦ ସଡକ ବନ୍ଦ ରହିଥିବା ବେଳେ ସ୍କୁଲ, କଲେଜ ମଧ୍ୟ ବନ୍ଦ ରଖାଯାଇଛି। ୧୨ଟିରୁ ୯ ଜିଲାରେ ବର୍ଷା ପାଇଁ ସତର୍କ ସୂଚନା ଜାରି ରହିଛି।

 

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories