www.samajalive.in
Monday, December 8, 2025
27.1 C
Bhubaneswar

ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣା, ଆରମ୍ଭରୁ ହେବ ତଦନ୍ତ-ଡିସିପି

ଭୁବନେଶ୍ବର: ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣାରେ ଦ୍ବନ୍ଦ୍ବ ଦେଖାଯାଇଛି। ଏହାର ତଦନ୍ତ ହେବ ବୋଲି ଡିସିପି ପ୍ରତୀକ ସିଂହ ପ୍ରକାଶ କରିଛନ୍ତି। ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ ପ୍ରଥମ ଦିନରୁ ହୋଇଥିବା ଘଟଣା ଅନୁସାରେ ତଦନ୍ତ ହେବ। ବିସ୍ଫୋରଣରେ ୪ଜଣଙ୍କ ଅବସ୍ଥା ଗୁରୁତର ଥିଲା। ଠିକାଦାର କହିଥିବା ପରିଚୟରେ ସେମାନଙ୍କ ଚିକିତ୍ସା କରାଗଲା। ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହର ବ୍ୟବଚ୍ଛେଦ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ ହୋଇନାହିଁ। ଜଣେ ଏଡିସିପିଙ୍କ ନେତୃତ୍ବରେ ମଞ୍ଚେଶ୍ବର ପୁଲିସ ତଦନ୍ତ କରୁଛି। ଅବହେଳା ଥିବା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ପ୍ରତୀକ ସିଂହ ପ୍ରକାଶ କରିଛନ୍ତି।

ଅପରପକ୍ଷରେ ହାଇଟେକ ବିସ୍ଫୋରଣ ଘଟଣାରେ ମୃତଦେହକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି। ଜ୍ୟୋତିରଞ୍ଜନଙ୍କୁ ମାଗୁଛନ୍ତି ପରିବାର ଲୋକେ। ପରିବାର ଲୋକ ହୋହଲ୍ଲା ଓ ପାଟିତୁଣ୍ଡ କରିଛନ୍ତି। ମୋ ସ୍ବାମୀ କୁଆଡେ ଗଲେ ବୋଲି ସ୍ବୀ ପଚାରିଛନ୍ତି। ଫଳରେ ହାଇଟେକ ମେଡ଼ିକାଲ ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି। ଜ୍ୟୋତିରଞ୍ଜନଙ୍କୁ ବାପା ଭାବୁଥିଲେ ପୁଅ ଧୀରେ ଧିରେ ସୁସ୍ଥ ହେଉଛି। କିନ୍ତୁ ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ପରିବାରଲୋକେ ଭାଙ୍ଗି ପଡ଼ିଛନ୍ତି। ପୁଅ ଜ୍ୟୋତିର ମୃତଦେହ ପାଉନାହାନ୍ତି କିମ୍ବା ସତ୍କାର କରିପାରୁନାହାନ୍ତି।

- Advertisement -

ଅପରପକ୍ଷରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଦାୟି କରିଛି ଏସି ଟେକ୍ନିସିଆନ ସଂଘ। ଦୁର୍ଘଟଣାର ଏତେ ଦିନ ପରେ ବି ତଦନ୍ତ ହେଉନାହିଁ ବୋଲି ଅଭିଯୋଗ କରାଯାଇଛି। ନାଇଟ୍ରୋଜେନ ବଦଳରେ ଅକ୍ସିଜେନ ଦେଇଥିଲେ। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ଟେକ୍ନିସିଆନ ଆଉ ଜଣେ ୱେଲଡରଙ୍କ ମୃତ୍ୟୁ ହୋଇଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories