www.samajalive.in
Monday, December 15, 2025
16.1 C
Bhubaneswar

ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣା, ଆରମ୍ଭରୁ ହେବ ତଦନ୍ତ-ଡିସିପି

ଭୁବନେଶ୍ବର: ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣାରେ ଦ୍ବନ୍ଦ୍ବ ଦେଖାଯାଇଛି। ଏହାର ତଦନ୍ତ ହେବ ବୋଲି ଡିସିପି ପ୍ରତୀକ ସିଂହ ପ୍ରକାଶ କରିଛନ୍ତି। ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ ପ୍ରଥମ ଦିନରୁ ହୋଇଥିବା ଘଟଣା ଅନୁସାରେ ତଦନ୍ତ ହେବ। ବିସ୍ଫୋରଣରେ ୪ଜଣଙ୍କ ଅବସ୍ଥା ଗୁରୁତର ଥିଲା। ଠିକାଦାର କହିଥିବା ପରିଚୟରେ ସେମାନଙ୍କ ଚିକିତ୍ସା କରାଗଲା। ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହର ବ୍ୟବଚ୍ଛେଦ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ ହୋଇନାହିଁ। ଜଣେ ଏଡିସିପିଙ୍କ ନେତୃତ୍ବରେ ମଞ୍ଚେଶ୍ବର ପୁଲିସ ତଦନ୍ତ କରୁଛି। ଅବହେଳା ଥିବା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ପ୍ରତୀକ ସିଂହ ପ୍ରକାଶ କରିଛନ୍ତି।

ଅପରପକ୍ଷରେ ହାଇଟେକ ବିସ୍ଫୋରଣ ଘଟଣାରେ ମୃତଦେହକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି। ଜ୍ୟୋତିରଞ୍ଜନଙ୍କୁ ମାଗୁଛନ୍ତି ପରିବାର ଲୋକେ। ପରିବାର ଲୋକ ହୋହଲ୍ଲା ଓ ପାଟିତୁଣ୍ଡ କରିଛନ୍ତି। ମୋ ସ୍ବାମୀ କୁଆଡେ ଗଲେ ବୋଲି ସ୍ବୀ ପଚାରିଛନ୍ତି। ଫଳରେ ହାଇଟେକ ମେଡ଼ିକାଲ ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି। ଜ୍ୟୋତିରଞ୍ଜନଙ୍କୁ ବାପା ଭାବୁଥିଲେ ପୁଅ ଧୀରେ ଧିରେ ସୁସ୍ଥ ହେଉଛି। କିନ୍ତୁ ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ପରିବାରଲୋକେ ଭାଙ୍ଗି ପଡ଼ିଛନ୍ତି। ପୁଅ ଜ୍ୟୋତିର ମୃତଦେହ ପାଉନାହାନ୍ତି କିମ୍ବା ସତ୍କାର କରିପାରୁନାହାନ୍ତି।

- Advertisement -

ଅପରପକ୍ଷରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଦାୟି କରିଛି ଏସି ଟେକ୍ନିସିଆନ ସଂଘ। ଦୁର୍ଘଟଣାର ଏତେ ଦିନ ପରେ ବି ତଦନ୍ତ ହେଉନାହିଁ ବୋଲି ଅଭିଯୋଗ କରାଯାଇଛି। ନାଇଟ୍ରୋଜେନ ବଦଳରେ ଅକ୍ସିଜେନ ଦେଇଥିଲେ। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ଟେକ୍ନିସିଆନ ଆଉ ଜଣେ ୱେଲଡରଙ୍କ ମୃତ୍ୟୁ ହୋଇଛି।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories