ନୂଆଦିଲ୍ଲୀ : ଭାରତୀୟ ରେଳ ବିଭାଗ ହିମାଚଳ ପ୍ରଦେଶରେ ବିଶ୍ୱର ସବୁଠୁ ଉଚ୍ଚ ରେଳ ଲାଇନ ନିର୍ମାଣ କରିବାକୁ ଯାଉଛି। ଏହି ରେଳ ଲାଇନ ଭାନୁପଲ୍ଲୀ-ବିଲାସପୁର-ମନାଲୀର ରେଳ ଲାଇନରେ ନିର୍ମାଣ କରାଯିବ। ଏହି ଯୋଜନାର ପ୍ରାଥମିକତାରେ ହିଁ ୪୬୫ କିମି ଦୂରର ଲମ୍ବା ଲାଇନ ପାଇଁ ଜମି ଚିହ୍ନଟ କରାଯାଇଛି। ଏହି ଯୋଜନାରେ ୮୩ହଜାର ୩୬୦କୋଟି ଟଙ୍କା ବ୍ୟୟ କରାଯିବ। ଏହି ରେଳ ଲାଇନରେ ୭୪ଟି ସୁଡଙ୍ଗର ମଧ୍ୟ ନିର୍ମାଣ କରାଯିବ। ଗୋଟିଏ ସୁଡଙ୍ଗର ଲମ୍ବା ୨୭ କିମି ରଖାଯାଇଛି। ଏହି ଉଚ୍ଚ ରେଳ ଲାଇନ ବର୍ତ୍ତମାନ ବିଶ୍ୱର ସର୍ବୋଚ୍ଚ ରେଳ ଲାଇନ ଚୀନର ସାଙ୍ଘାଇ-ତିଦ୍ଦତ୍ ରେଳ ଲାଇନକୁ ପଛରେ ପକାଇବ।
Popular Categories



