www.samajalive.in
Wednesday, December 10, 2025
26.1 C
Bhubaneswar

୩କଲେଜ ବନ୍ଦ ପାଇଁ ନିର୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ ; ୧୦ କଲେଜ ପ୍ରତ୍ୟାହାର ହେଲା ସ୍ବୀକୃତି

ଭୁବନେଶ୍ବର : ରାଜ୍ୟରେ ୩ଟି କଲେଜ ବନ୍ଦ ସାଙ୍ଗକୁ ୧୦ଟି କଲେଜର ସ୍ବୀକୃତି ପ୍ରତ୍ୟାହାର ପାଇଁ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶ ଦେଇଛି। ଏସବୁ କଲେଜରେ ଲଗାତାର ଭାବେ ଦୀର୍ଘ ୩ ବର୍ଷ ଧରି ୨୫ ପ୍ରତିଶତରୁ କମ୍‌ ଛାତ୍ରଛାତ୍ରୀ ନାମଲେଖାଉଛନ୍ତି। ତେଣୁ ୩ କଲେଜକୁ ସମ୍ପୂର୍ଣ୍ଣ ବନ୍ଦ ଏବଂ ୧୦ଟି କଲେଜର ସ୍ବୀକୃତି ପ୍ରତ୍ୟାହାର କରିନେବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ରାଜଶ୍ରୀ ମହାନ୍ତି କମ୍‌ ସଂଖ୍ୟକ ନାମଲେଖାଉଥିବା କଲେଜର ତାଲିକା ପ୍ରସ୍ତୁତ କରି ସେସବୁ କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭୁବନେଶ୍ବର, ସମ୍ବଲପୁର ଓ ବାଲେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦେଶକଙ୍କୁ ଚିଠି ଲେଖିଛନ୍ତି।

ଭୁବନେଶ୍ବର ମଞ୍ଚେଶ୍ବରସ୍ଥିତ ଜ୍ଞାନ ଭାରତୀ ଡିଗ୍ରୀ କଲେଜ, ସବୁର୍ଣ୍ଣପୁର ସୁକାନ୍ତି ଡିଗ୍ରୀ କଲେଜ ଓ ରାଉରକେଲା ଜଗଡ଼ାସ୍ଥିତ ଡ.ଆମ୍ବେଦକର ମେମୋରିଆଲ୍‌ ସୋସିଆଲ୍‌ ୱେଲ୍‌ଫେୟାର୍‌ ଆଣ୍ଡ ଏଜୁକେସନ୍‌ ଟ୍ରଷ୍ଟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ରାଜଶ୍ରୀ ମହାନ୍ତି ଲେଖିଥିବା ଚିଠିରେ ଦର୍ଶାଇଛନ୍ତି। ସେହିପରି ଯାଜପୁର ଜିଲାର କମାଗଡ଼ ଆପେକ୍ସ ରେସିଡେନ୍‌ସିଆଲ୍‌ ଡିଗ୍ରୀ କଲେଜ ଅଫ୍‌ ସାଇନ୍ସ ଆଣ୍ଡ୍‌ କମର୍ସ, କେନ୍ଦ୍ରାପଡ଼ା କ୍ଷେତ୍ରପାଳ ସଂସ୍କୃତ ଡିଗ୍ରୀ କଲେଜ ଓ ଗରଦପୁର ଶ୍ରୀରାମ ଡିଗ୍ରୀ କଲେଜ, ଭୁବନେଶ୍ବର ପଳାଶୁଣିସ୍ଥିତ ଗୌରବ କଲେଜ ଅଫ୍‌ କମର୍ସ ଆଣ୍ଡ ସାଇନ୍ସ ଆଣ୍ଡ୍ ମ୍ୟାନେଜ୍‌ମେଣ୍ଟ, ଖୋର୍ଦ୍ଧା ଜିଲାର ବାଲୁଗାଁ କାଳିଜାଈ ଡିଗ୍ରୀ କଲେଜ, ପୁରୀ ଜିଲାର ଗୁଡ଼ିପୋଖରି ପ୍ରାଚୀ ମହାବିଦ୍ୟାଳୟ ଫର୍‌ ଡିଜାବଲ୍‌, ସମ୍ବଲପୁର ଜିଲା ଅଙ୍ଗୁଲିଆପଡ଼ାର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଆଡ୍‌ଭାନ୍ସଡ୍‌ ଷ୍ଟଡ଼ିଜ୍‌ ଇନ୍‌ କମର୍ସ, ସୁନ୍ଦରଗଡ଼ ଜିଲାର ଡେଙ୍ଗିଭାଡ଼ିର ଭେନସ୍‌ ଡିଗ୍ରୀ କଲେଜ ଓ ଯୋଡ଼ାର ବୃହଷ୍ପତ୍ତି ଡିଗ୍ରୀ କଲେଜ ଏବଂ ମୟୁରଭଞ୍ଜ ଜିଲାର କୈଳାଶଚନ୍ଦ୍ରପୁରର ବ୍ରିଲିଆନ୍ସ +୩ ସାଇନ୍ସ କଲେଜର ସ୍ବୀକୃତି ପ୍ରତ୍ୟାହାର କରିନେବା ପାଇଁ ଭୁବନେଶ୍ବର, ସମ୍ବଲପୁର ଓ ବାଲେଶ୍ବର ଆଞ୍ଚଳିକ ନିର୍ଦେଶକଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ରାଜଶ୍ରୀ ମହାନ୍ତି ଚିଠି ଲେଖିଛନ୍ତି ଏବଂ ଏସବୁ କଲେଜଗୁଡ଼ିକ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଞ୍ଚଳିକ ନିର୍ଦେଶକମାନଙ୍କୁ ନିର୍ଦେଶ ଦେଇଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories