www.samajalive.in
Wednesday, December 10, 2025
26.1 C
Bhubaneswar

ଓଟିଡିସି ଆରମ୍ଭ କଲା ରୋଷେଇ ପ୍ରତିଯୋଗିତା: ‘ଆମ ଘର ଆମ ହାଣ୍ଡିଶାଳ’

ଭୁବନେଶ୍ୱର: ଓଡ଼ିଶାର ପାରମ୍ପରିକ ଖାଦ୍ୟସମ୍ଭାରର ଅଧିକ ପ୍ରଚାର ଓ ପ୍ରସାର ସାଙ୍ଗକୁ ଖାଦ୍ୟସାମଗ୍ରୀଗୁଡ଼ିକର ପ୍ରୋତ୍ସାହିତ କରିବା ଆଭିମୁଖ୍ୟ ନେଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିିସି) ଏବଂ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ରୋଷେଇ ପ୍ରତିଯୋଗିତା କାର୍ଯ୍ୟକ୍ରମ ‘ଆମ ଘର ଆମ ହାଣ୍ଡିଶାଳ’। ଘରେ ରହି ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ଏବଂ ୩ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର।

ରୋଷେଇ ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ କାର୍ଯ୍ୟକ୍ରମକୁ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ନିର୍ଦେଶକ ସଚିନ୍‍ ଆର୍‍ ଯାଦବ ଓ ପ୍ରଣବ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ ଓଟିଡିସି ପକ୍ଷରୁ ଠିକ୍‍ ସମୟରେ ଏକ ଭଲ କାର୍ଯ୍ୟକ୍ରମ ‘ଆମ ଘର ଆମ ହାଣ୍ଡିଶାଳ’ ଆୟୋଜନ କରାଯାଇଛି। ଆମେ ନିଜ ଘରେ ରହି ରୋଷେଇ ପ୍ରତିଯୋଗୀ ଭାବେ ରୋଷେଇ କରିପାିରବା। ପ୍ରତିଯୋଗିତାରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତି ନିଶ୍ଚିତ ଭାବେ ଏକ ଆହ୍ବାନ ସୃଷ୍ଟି ହେବ; ଯାହା ଆମ ଓଡ଼ିଆ ଖାଦ୍ୟ ସମ୍ଭାରର ପ୍ରଚାରପ୍ରସାରରେ ଅଧିକ ସହାୟକ ହୋଇପାରିବ।

ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଥିଲେ ଯେ ପାରମ୍ପରିକ ଓଡ଼ିଆ ଖାଦ୍ୟ ସମ୍ଭାରକୁ ବିଶ୍ୱ ଦରବାରରେ ପହଞ୍ଚାଇବା ‘ଆମ ଘର ଆମ ହାଣ୍ଡିଶାଳ’ ପ୍ରତିଯୋଗିତାର ଲକ୍ଷ୍ୟ ରହିଛି। ଲୋକଙ୍କୁ ସେମାନଙ୍କର ରୋଷେଇ ଦକ୍ଷତାକୁ ପ୍ରତିପାଦନ ନିମନ୍ତେ ଏହା ଏକ ନିଆରା ପ୍ଲାଟଫର୍ମ ଦେଇପାରିବ। ସୁସ୍ଥ ଓ ନିରୋଗ ରିହବା ପାଇଁ ଆମର ପାରମ୍ପରିକ ଓଡ଼ିଆ ଖାଦ୍ୟ ହିଁ ବର୍ତ୍ତମାନ ସମୟର ଆବଶ୍ୟକତା ହୋଇଛି। ‘ଆମ ଘର ଆମ ହାଣ୍ଡିଶାଳ’ ପ୍ରତିଯୋଗିତା ମାଧ୍ୟମରେ ଓଡ଼ିଆ ଖାଦ୍ୟ ସମ୍ଭାର ପ୍ରତି ଲୋକଙ୍କୁ ଆକର୍ଷିତ କରିବା ଆମର ମୁଖ୍ୟ ଉଦେଶ୍ୟ। ଏଥିରେ ଯେ କେହି ଭାଗ ନେଇ ପାରିବେ ଓ ନିଜର ରୋଷେଇ ଦକ୍ଷତାକୁ ପ୍ରତିପାଦନ କରିପାରିବେ।

‘ଆମ ଘର ଆମ ହାଣ୍ଡିଶାଳ’ ପ୍ରତିଯୋଗିତା ସମ୍ପର୍କରେ ସୂଚନା ଦେଇ ଓଟିଡିସି ପରିଚାଳନା ନିର୍ଦେଶକ ସଚିନ୍ ଆର୍‌ ଯାଦବ କହିଛନ୍ତି ଯେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଦ୍ୱାରା ଆୟୋଜିତ ହେଉଥିବା ଏହି ରୋଷେଇ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରତିଯୋଗୀମାନଙ୍କୁ ନିଜର ନାମ, ଠିକଣା, ଇ-ମେଲ୍‍ ଆଇଡି, ଫୋନ୍‍ ନମ୍ବର ଓ ନିଜର ଏକ ଫଟୋ ସହ ପ୍ରସ୍ତୁତ କରୁଥିବା ଖାଦ୍ୟ(ରେସିପି)ର ନାମ, ପ୍ରସ୍ତୁତି ପ୍ରଣାଳୀ ଓ ଖାଦ୍ୟ ପ୍ରସ୍ତୁତ କରୁଥିବାର ଭିଡ଼ିଓକୁ ଆମର ହ୍ୱାଟ୍‍ସଆପ୍‍ ନମ୍ବର କିମ୍ବା ଇ-ମେଲ୍‍ ଆଇଡିରେ ପଠାଇବାକୁ ପଡ଼ିବ। ଏଥିପାଇଁ ପଞ୍ଜୀକରଣ କରିବାରେ ଶେଷ ତାରିଖ ଜୁନ୍‍ ୨୭ ତାରିଖ ରଖାଯାଇଛି। ଏହି ପ୍ରତିଯୋଗିତାରେ ଘରେ ରହି ରୋଷେଇ କରିବା ସହ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ମଧ୍ୟ ରହିଛି। ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ପ୍ରତିଯୋଗୀଙ୍କ ଆବେଦନକୁ ବିଚାରକୁ ନିଆଯିବ ନାହିଁ। ଖାଦ୍ୟ ପ୍ରସ୍ତୁତିବେଳର ଭିଡ଼ିଓ ଓ ରେସିପି ପଠାଇଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ଶ୍ରେଷ୍ଠ ୪୦ଜଣଙ୍କୁ ବିଚାରକ ମଣ୍ଡଳୀ ମନୋନୟନ କରିବେ। ଏହି ସମସ୍ତ ପ୍ରତିଯୋଗୀଙ୍କୁ ‘ଫ୍ରିଡମ୍‍ ଅଏଲ୍‍’ ଓ ‘ରୁଚି କମ୍ପାନୀ’ ପକ୍ଷରୁ ପୁରସ୍କାର ପ୍ରଦାନ କରାଯିବ। ସେହି ସମସ୍ତ ଶ୍ରେଷ୍ଠ-୪୦ ପ୍ରତିଯୋଗୀଙ୍କ ରେସିପି ଓ ଖାଦ୍ୟ ପ୍ରସ୍ତୁତ କରୁଥିବାର କାର୍ଯ୍ୟକ୍ରମକୁ ଟିଭି ଚ୍ୟାନେଲ୍‍ରେ ପ୍ରସାରଣ କରାଯିବ। ସେଥିମଧ୍ୟରୁ ଶ୍ରେଷ୍ଠ ୩ଜଣ ପ୍ରତିଯୋଗୀଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories