ପୁରୀ : ଶ୍ରୀମନ୍ଦିରରେ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ଛାଡି ଚାଲିଆସିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ବଡ ଭାଇ ବଳରାମ ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ମାଉସୀ ମା’ ଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରା କରିଛନ୍ତି ମହାପ୍ରଭୁ । ସେପଟେ କିନ୍ତୁ ରାଗରେ ପଞ୍ଚମ ଅଛନ୍ତି ମା’ ଲକ୍ଷ୍ମୀ ସାଆନ୍ତାଣୀ । ଚାରି ଦିନର ବିରହ ବେଦନା ସହ୍ୟ କରିନପାରି ଭଗନୀ ମା’ ବିମଳାଙ୍କ ପରାମର୍ଶକ୍ରମେ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କୁ ଫେରାଇ ନେବା ପାଇଁ ମା’ ଲକ୍ଷ୍ମୀ ସାଆନ୍ତାଣୀ ସୋମବାର ଗୁଣ୍ଡିଚାବାଡିକୁ ଗୋପନଯାତ୍ରା କରିବେ । ହେଲେ ୯ ଦିନର ଯାତ୍ରା ନ ସରିଲେ ମହାପ୍ରଭୁ ଫେରିବେ ନାହିଁ ବୋଲି ଜାଣିବା ପରେ ରାଗରେ ଜର୍ଜରିତ ମା’ ସାଆନ୍ତାଣୀ ନନ୍ଦିଘୋଷ ରଥ ଭାଙ୍ଗିବେ । ଏହି ପରମ୍ପରାକୁ ପବିତ୍ର ହେରାପଞ୍ଚମୀ ବୋଲି କୁହଯାଏ । ଆଜି ରାତି ପ୍ରାୟ ୯ଟାରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି ।
Popular Categories



