www.samajalive.in
Monday, December 8, 2025
13.1 C
Bhubaneswar

ଦେଶର ବିଭିନ୍ନ ଭାଗରେ ବର୍ଷା ଓ ବନ୍ୟା ; ସାଧାରଣ ଜୀବନ ଯାତ୍ରା ବ୍ୟାହତ

ଭୋପାଳ/ମୁମ୍ବଇ/ପାଟଣା : ଦେଶର ଭିନ୍ନ ଭିନ୍ନ ଭାଗରେ ବର୍ଷା ଓ ବନ୍ୟା ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି।

ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳ, ଚାଷ ଜମି ଓ ଅନ୍ୟାନ୍ୟ ସ୍ଥାନରେ ପାଣି ଜମି ରହିବାରୁ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ରାଜ୍ୟରେ ମୁଷଳଧାରାରେ ହେବା ସହ ସମସ୍ତ ନଦୀ ଓ ଜଳଭଣ୍ଡାର ଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବା ସାଙ୍ଗକୁ ବନ୍ୟାର ଆଶଙ୍କା ସୃଷ୍ଟି ହୋଇଛି। ଖଣ୍ଡୱା, ସେଓପୁର, ଶାଜାପୁର ଓ ସେହୋର୍‍ ଆଜି ଜିଲ୍ଲାରେ ବନ୍ୟାର ଆଶଙ୍କା ଦେଖାଦେଇଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ୨୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ସେହି ଜିଲ୍ଲାଗୁଡ଼ିକ ପାଇଁ କଡ଼ା ସତର୍କତା ଜାରି କରିଛି।
ମୁମ୍ବଇ ଓ ଏହାରେ ସହରତଳି ଅଞ୍ଚଳରେ ଗତକାଲି ଦିନସାରା ଅଳ୍ପରୁ ମଧ୍ୟମ ବର୍ଷା ଲାଗିରହିଥିଲା। ବର୍ତ୍ତମାନ ସୁଦ୍ଧା ମୁମ୍ବାଇରେ ଶତକଡ଼ା ୭୨ ଭାଗ ଅଧିକ ବର୍ଷା ହୋଇଛି। ଉପର ମୁଣ୍ଡରେ ବର୍ଷା ଯୋଗୁଁ ଉତ୍ତର ଓ ପଶ୍ଚିମ ମହାରାଷ୍ଟ୍ରର ବିଭିନ୍ନ ବନ୍ଧରୁ ପାଣି ଛଡ଼ାଯାଉଛି। ମୁଥା ଓ ଗୋଦାବୀରୁ ନଦୀକୂଳରେ ଅବସ୍ଥିତ ଗ୍ରାମଗୁଡ଼ିକୁ ସତର୍କତା ଜାରି କରାଯାଇଛି।
ସେହିପରି ବିହାରରେ ଆହୁରି ଅଧିକ ଅଞ୍ଚଳ ବନ୍ୟାପ୍ଲାବିତ ହୋଇଛି। ଗତ ୨୪ ଘଣ୍ଟା ଧରି ରାଜ୍ୟର ଉତ୍ତର ଭାଗରେ ବର୍ଷା ହେବାରୁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। ଅନେକ ନଦୀରେ ମୃତ୍ତିକା କ୍ଷୟର ଖବରମାନ ଆସି ପହଞ୍ଚୁଛି। ପୂର୍ବ ଚମ୍ପାରନ୍‍, ସୀତାମାଢ଼ୀ ଓ ଦରଭଙ୍ଗା ଆଦି ଜିଲ୍ଲାରେ ବନ୍ୟା ପରିସ୍ଥିତି ସଙ୍କଟଜନକ ରହିଛି।

Hot this week

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

Related Articles

Popular Categories