www.samajalive.in
Saturday, December 6, 2025
26.1 C
Bhubaneswar

ଉତ୍ତର ଭାରତରେ ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ଉତ୍ତର ଭାରତରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଦିନ ଓ ରାତି ତାପମାତ୍ରା ବୃଦ୍ଧି କାରଣରୁ ଲୋକମାନେ ଅସ୍ତବ୍ୟସ୍ତ ହେଉଛନ୍ତି। ସେପଟେ ଦେଶରେ ଅନେକ ସ୍ଥାନରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଦିଲ୍ଲୀରୁ ୟୁପି ଏବଂ ବିହାରରେ ପ୍ରଚଣ୍ଡ ଖରା ଅନୁଭତ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ସନ୍ଧ୍ୟାରେ ଥଣ୍ଡା ପବନ ପ୍ରବାହିତ ଯୋଗୁ କିଛିଟା ଆରାମ ମିଳୁଛି। ହେଲେ ଏବେ ପ୍ରବଳ ବର୍ଷା ଥିବାରୁ ଲୋକମାନେ ତାତିରୁ ସାମାନ୍ୟ ଆଶ୍ୱସ୍ତ ହେବେ। ଆଇଏମଡିର ସୂଚନା ଅନୁଯାୟୀ ଆସନ୍ତା ୨୪ଘଣ୍ଟାରେ ଉତ୍ତର-ପଶ୍ଚିମ ଭାରତରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ଘଣ୍ଟାରେ ପଶ୍ଚିମ ହିମାଳୟ ଅଂଚଳର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ଆଜି ଉତ୍ତର-ପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶ ସମେତ ଅନ୍ୟ ରାଜ୍ୟରେ ପ୍ରବଳ ବର୍ଷା ସହ ଝଡତୋଫାନ ହେବାର ସମ୍ଭାବନା ରହିଛି। ସୋମବାର ଦିଲ୍ଲୀରେ ମେଘୁଆ ପାଗ ରହିବ। ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ପବନ ବହିବ। ଏହାସହିତ ତାପମାତ୍ରା ସର୍ବାଧିକ ୩୪ ଡିଗ୍ରୀ ସେଲସିୟମ ଏବଂ ସର୍ବନିମ୍ନ ୨୦ ଡିଗ୍ରୀ ସେଲସିୟମ ହୋଇପାରେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories